ଡିଜେ ପାଇଁ ମେଳାରେ ହଙ୍ଗାମା

ଭୋଗରାଇ,୨୨ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଦେଉଳାହାଟ ସ୍ଥିତ ଅନନ୍ତପୁରୁଷତ୍ତୋମ ମହାଦେବଙ୍କ ଶୁକ୍ରବାର ପାଟ ଉତ୍ସବରେ ଡିଜେ ବଜାଇବାକୁ କେନ୍ଦ୍ର କରି ମେଳା କମିଟି ସହିତ ଡିଜେ ବଜାଇବା ସପକ୍ଷବାଦୀଙ୍କ ମଧ୍ୟରେ ବାଦାନୁବାଦ ସ୍ଥିତି ଜଟିଳ ହୋଇଥିଲା। ଆଖପାଖ ଗ୍ରାମର ଦଳବଦ୍ଧ ଯୁବକ ମେଳାରେ ଡିଜେ ବଜାଇବା ପାଇଁ ଜିଦ୍‌ ଧରିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣ୍ଡଗୋଳ ବ୍ୟାପକ ଆକାର ଧାରଣ କରିଥିଲା। ଏହି ମେଳାରେ ଭୋଗରାଇ ପୋଲିସ ପକ୍ଷରୁ ଡିଜେ ବଜାଇବା ସମ୍ପୂର୍ଣ୍ଣ ବେଆଇନ୍‌ ବୋଲି ନିର୍ଦ୍ଦେଶ ଜାରି କରାଯାଇ ଥିବାବେଳେ ବଜାର କମିଟି ଏଥିପ୍ରତି ଗୁରୁତ୍ୱ ଦେଇଥିଲା। କିନ୍ତୁ ଡିଜେ ବାଜିବକି ନାହଁି ଏଥିପ୍ରତି ସ୍ପଷ୍ଟ ଘୋଷଣା ହୋଇ ନ ଥିବାରୁ ମେଳାକୁ ଆକର୍ଷଣୀୟ କରିବା ନିମନ୍ତେ ପାଖ ଗାଁରୁ ପ୍ରସ୍ତୁତ ୪୦ରୁ ୫୦ହଜାର ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚରେ ରଙ୍ଗାରଙ୍ଗ ପଞ୍ଚୁମୁଣ୍ଡିଆ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରଦର୍ଶନରେ ବାଧା ସୃଷ୍ଟି ହୋଇଥିଲା। ଡିଜେ ବଜାଇବା ସମ୍ପୂର୍ଣ୍ଣ ବନ୍ଦ ଘୋଷଣା ପରେ ଗ୍ରାମର ଯୁବଗୋଷ୍ଠୀ ଉତ୍ତେଜିତ ହୋଇ ଦେଉଳା ହାଟରେ ଥିବା ବଜାର କମିଟି ଗୃହ ମଧ୍ୟକୁ ଧସେଇ ପଶି ଆସବାବପତ୍ର ଭାଙ୍ଗିଥିଲେ। ସ୍ଥିତି କ୍ରମଶଃ ଜଟିଳ ହେବାକୁ ଯାଉଥିବା ବେଳେ ପୋଲିସ ବାଧ୍ୟ ହୋଇ ବଳ ପ୍ରୟୋଗ କରି ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇ ଦେବା ସହିତ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ତେବେ ଏହି ଘଟଣାକୁ ନେଇ କୌଣସି ପକ୍ଷ ଥାନାରେ ଅଭିଯୋଗ କରି ନ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri