ଘରେ ଘରେ ଥଣ୍ଡା, ଜ୍ୱର ରୋଗୀ

କେନ୍ଦ୍ରାପଡା ଅଫିସ,୧୮ା୯: କେନ୍ଦ୍ରାପଡ଼ା ଜିଲାରେ କରୋନା ସଂକ୍ରମଣ ଆଶଙ୍କା ପାଇଁ ସାଧାରଣ ଚିକିତ୍ସା ସେବା ଗତ ମାର୍ଚ୍ଚରୁ ପ୍ରଭାବିତ ହୋଇଛି। ସାମାଜିକ ଦୂରତ୍ୱ ଓ ଅନ୍ୟ କୋଭିଡ୍‌-୧୯ ନିୟମାବଳୀ କାର୍ଯ୍ୟକାରୀ ହେବା ପରେ ଜ୍ୱର, ଥଣ୍ଡା କାଶ ପରି ଲକ୍ଷଣ ଥିବା ରୋଗୀ ସହଜରେ ଚିକିତ୍ସିତ ହୋଇପାରୁନାହାନ୍ତି। ଦେଶରେ ଅନ୍‌ଲକ-୪ ଓ ରାଜ୍ୟରେ ସଂଗରୋଧ କେନ୍ଦ୍ର, କୋଭିଡ୍‌ କେୟାର ସେଣ୍ଟର ବନ୍ଦ ପରେ ମଧ୍ୟ ଜିଲା ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ସଚେତନ ହୋଇନାହାନ୍ତି। ବର୍ଷା ଓ ବନ୍ୟା ପରେ ଜିଲାର ପ୍ରତି ଘରେ ଏବେ ଜ୍ୱର, ଥଣ୍ଡା, କାଶ, ଝାଡ଼ାବାନ୍ତି ଆଦି ଲକ୍ଷଣ ଥିବା ରୋଗୀଙ୍କୁ ଦେଖିବାକୁ ମିଳୁଛି। ଏପରିକି ସହର ଓ ଆଖପାଖ ଅଞ୍ଚଳରେ ବୁଧବାର- ଗୁରୁବାରର ୧୫ ଘଣ୍ଟା ବ୍ୟବଧାନରେ ଜ୍ୱର ଲକ୍ଷଣ ଥିବା ୫ଜଣଙ୍କ ମୃତ୍ୟୁ ଘଟିବା ପରେ ଜିଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରାଜନଗରର ଜେଇ ବିଶ୍ୱରଞ୍ଜନ ଭୂୟାଁ, କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ପରିମଳ ଜମାଦାର ଦିଲ୍ଲୀପ ସିଂହ, ପୂର୍ବତନ କର୍ମଚାରୀ ଗୋକୁଳ ଦାସ, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ସାନ୍ତସାହିର ମହମ୍ମଦ ଖୁଲସନ ଅଲ୍ଲୀଙ୍କ ଆକାଳ ମୃତ୍ୟୁ ପାଇଁ ପରିବାର ସଦସ୍ୟ ହୃଦ୍‌ଘାତକୁ ଦାୟୀ କରୁଛନ୍ତି। ତେବେ ମୃତକଙ୍କ ବ୍ୟବଚ୍ଛେଦ ନ ହେବା ଓ କୋଭିଡ-୧୯ ନିୟମାବଳୀରେ ମୃତଦେହ ସତ୍କାର କରିବାକୁ ନେଇ ଆଲୋଚନା ଜୋର ଧରିଛି।
ଅପରପକ୍ଷରେ ପ୍ରତିବର୍ଷ ଜୁନ ପୂର୍ବରୁ ଜଳବାହିତ ରୋଗ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏଥିସହ ଗ୍ରାମ କଲ୍ୟାଣ ସମିତିଠାରୁ ଆରମ୍ଭ କରି ଜିଲା ସ୍ବାସ୍ଥ୍ୟ କର୍ମଚାରୀ ପର୍ଯ୍ୟନ୍ତ ଡେଙ୍ଗୁ, ମ୍ୟାଲେରିଆ, ଥଣ୍ଡା ଜ୍ୱର, କାଶ ଆଦି ରୋଗର ନିକାକରଣ ପାଇଁ ସଚେତନତା ସୃଷ୍ଟି କରାଇଥାନ୍ତି। ଚଳିତ ବର୍ଷ କରୋନା ସଂକ୍ରମଣ ଟାଳିବାରେ ବ୍ୟସ୍ତ ରହିଥିବା ପ୍ରଶାସନ ଏଥିପ୍ରତି ନଜର ଦେଇନାହାନ୍ତି। ଫଳରେ ସାଧାରଣ ଲକ୍ଷଣଯୁକ୍ତ ରୋଗ ପାଇଁ ଘରେ ରହି କ୍ବାକ୍‌ଙ୍କ ସହାୟତା ନିଆଯାଉଥିବାରୁ ବହୁ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି, ପ୍ରଶାନ୍ତ କୁମାର ନାୟକ, ମାତୃଦତ୍ତ ମହାନ୍ତି, ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ଗତ ମାର୍ଚ୍ଚରୁ କରୋନା ସଂକ୍ରମଣର ଭୟାବହତା ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ନଥିଲା। ଏପ୍ରିଲ ୭ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଅଗଷ୍ଟ ଆରମ୍ଭରେ ୫୦୦ ମଧ୍ୟର ସୀମିତ ଥିଲା। ଏହି ସଂଖା ଏବେ ୩୫୧୧ ହୋଇଛି। ଏପରିକି ସେପ୍ଟେମ୍ବର ୧୬ ଦିନ ମଧ୍ୟରେ ଜିଲାରେ ୧୪୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ବିଭିନ୍ନ ସରକାରୀ କଟକଣା ହଟିଯାଇଛି। ଏଥିସହିତ ଜିଲାରେ ବର୍ଷା ଓ ବନ୍ୟାରେ ପୀଡିତ ଲୋକଙ୍କୁ ଜ୍ୱର, ଥଣ୍ଡା, କାଶ ଆଦି ରୋଗ ଦେଖାଦେଇଛି ା ବିଭିନ୍ନ ସରକାରୀ ଚିକିତ୍ସାଳୟରେ କରୋନା କଟକଣା ଥିବାରୁ ରୋଗୀ ଆତଙ୍କିତ ହୋଇ ଚିକିତ୍ସା ପାଇଁ ଯାଉନାହାନ୍ତି। ସେହିପରି ନିକଟସ୍ଥ ଔଷଧ ଦୋକାନୀ ଓ କ୍ବାକ୍‌ଙ୍କ ପରାମର୍ଶରେ ଔଷଧ ସେବନ କରିବା ପାଇଁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। ଅଭିଜ୍ଞ ଡାକ୍ତରଙ୍କ ଅନୁଶୀଳନ ଓ ଉପଯୁକ୍ତ ଟେଷ୍ଟ ଅଭାବରେ ପ୍ରକୃତ ରୋଗ ଧରା ନ ପଡ଼ିବାରୁ ଅକାଳରେ ଅନେକଙ୍କ ଜୀବନ ଯାଉଛି। ସାଧାରଣ ଚିକିତ୍ସା ସେବାକୁ ପୁନର୍ବାର ଚାଲୁ କରିବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ସିଡିଏମ୍‌ଓ ଡା. ଅନୀତା ପଟ୍ଟନାୟକ କହିଛନ୍ତି ଯେ, ବର୍ଷା ଋତୁ ଆରମ୍ଭରୁ ଜଳବାହିତ ରୋଗ ପାଇଁ ସତର୍କତା ଅବଲମ୍ବନ କରାଯାଇଛି। ଗ୍ରାମସ୍ତରରେ ଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଏ ନେଇ ତାଳିମ ଦିଆଯାଇଛି। ସେହିପରି ପ୍ରତି ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଭିବର କ୍ଲିନିକ ପ୍ରତିଷ୍ଠା ସହ ଫୋନ୍‌ ଯୋଗେ ପରାମର୍ଶ ଦିଆଯାଉଛି। ଚିକିତ୍ସାରେ ଅବହେଳା କରାଯାଉ ନ ଥିବା ସିଡିଏମଓ ଡା. ପଟ୍ଟନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri