୩ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଟକ୍କର

ପିପିଲି/ଡେଲାଙ୍ଗ, ୨୬।୯(ସ୍ବ.ପ୍ର./ଡି.ଏନ୍‌.ଏ.): ପିପିଲି ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପିିପିଲି, ଡେଲାଙ୍ଗ ଅଞ୍ଚଳରେ ରାଜନୈତିକ ଦଳଗୁଡ଼ିକର ଜୋରସୋରରେ ପ୍ରଚାର, ସଭା ଚାଲିଛି। ହେଭିଓ୍ବେଟ ତଥା ବରିଷ୍ଠ ନେତାମାନେ ମଇଦାନକୁ ଓହ୍ଲାଇବା ସହ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରତି ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ଶନିବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସହ ରୁଦ୍ରପ୍ରତାପଙ୍କ ସ୍ତ୍ରୀ ଜାଗୃତି ରୂପଦେଇପୁର ପଞ୍ଚାୟତରେ ସମାବେଶ କରିବା ସହ ପଦଯାତ୍ରା କରି ଏହି ବିଜେଡି ଗଡ଼କୁ ସୁରକ୍ଷିତ ରଖିବାକୁ ଲୋକଙ୍କୁ ବୁଝାଇଥିଲେ। ତେଇସିପୁର ପଞ୍ଚାୟତ ନୂଆଗୋଡି ଓ ପୋଡଙ୍ଗରେ ସମିତିସଭ୍ୟ ଧରଣୀଧର ସାହୁ, ସରପଞ୍ଚ ନରେନ୍ଦ୍ର ଦାଶ, ଶିକ୍ଷାବିତ୍‌ ରାଜକିଶୋର ପ୍ରଧାନ, ରାଜେଶ ଦାଶ, ଶାନ୍ତିଲତା ପ୍ରଧାନ, ଉମାମଣି ରଥ ପ୍ରମୁଖ ପ୍ରାର୍ଥୀ ରୁଦ୍ରପ୍ରତାପଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ଡେଲାଙ୍ଗ ବ୍ଲକର ଡେଲାଙ୍ଗ-କୋଠବାଡ଼, କଲ୍ୟାଣପୁର, ଗୁଆଳିପଡ଼ା, ଧାନକେରା, ଅଭୟମୁଖୀ ଆଦି ପଞ୍ଚାୟତରେ ପ୍ରଚାର ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଚେଲା କୁମାର, ସମ୍ପାଦକ ରୁଦ୍ର ରାଜୁଙ୍କ ସହ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ନିର୍ମଳ ପରିଡ଼ା, ବିନୋଦ ସ୍ବାଇଁ, ରବି ରାୟ, ଟିକନ ବିଶ୍ୱାଳ, ମୁଖପାତ୍ର ସୌମ୍ୟରଞ୍ଜନ ନାୟକ, ରମେଶ ଗୁପ୍ତା ପ୍ରମୁଖ ବିଜେଡି ଓ ଭାଜପା ସରକାରଙ୍କ କୁଶାସନ ଯୋଗୁ ରାଜ୍ୟ ଓ ଦେଶର ସ୍ଥିତି କ୍ରମଶଃ ବିଗିଡ଼ି ଥିବାରୁ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନଙ୍କୁ ନିର୍ବାଚିତ କରି ସେବା ସୁଯୋଗ ଦେବାକୁ ଭୋଟରଙ୍କୁ ନିବେଦନ କରିଥିଲେ। ଭାଜପା ପକ୍ଷରୁ ମଧ୍ୟ ବରିଷ୍ଠ ନେତାମାନେ ପିପିଲି ଓ ଡେଲାଙ୍ଗର ବିଭିନ୍ନ ଅଞ୍ଚଳ ବୁଲି ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ହାତୀପଲକୁ ଘଉଡ଼ାଇବା ପାଇଁ ଯାଇ ଆଉ ଫେରିଲେନି , ଚାଲିଗଲା ଜୀବନ

ପାଟଣା, ୩।୮ (ବୀର କିଶୋର ଦାଶ): ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri