ମିନି ଷ୍ଟାଡିୟମ କାମ ଆଗଉନି, ସାଧାରଣରେ ଅସନ୍ତୋଷ

କୋଣାର୍କ, ୧୮।୪ (ଡି.ଏନ୍‌.ଏ): କୋଣାର୍କ ଏନ୍‌ଏସି ଅଧୀନ ଭଗବତୀ ମହାବିଦ୍ୟାଳୟ ପରିସରରେ ମିନି ଷ୍ଟାଡିୟମ ନିିର୍ମାଣରେ ଅହେତୁକ ବିଳମ୍ବ ଘଟୁଛି। ଏଥିଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ଛାତ୍ରୀଛାତ୍ରମାନେ ଖେଳାଖେଳି କରିବା ପାଇଁ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ସମୟରେ ଭଗବତୀ ମହାବିଦ୍ୟାଳୟ ପରିସରରେ ମିନି ଷ୍ଟାଡିୟମ ନିର୍ମାଣ ଲାଗି କ୍ରୀଡ଼ା ବିଭାଗ ପକ୍ଷରୁ ଅନୁଦାନ ମଞ୍ଜୁର ହୋଇଥିଲା। ପୁରୀ ଜିଲା କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା କୋଣାର୍କ ଏନ୍‌ଏସିକୁ ପ୍ରଦାନ କରାଯାଇଥିଲା। ଏନ୍‌ଏସି ପକ୍ଷରୁ ଟେଣ୍ଡର କରାଯାଇ ଠିକାଦାର ଚୟନ ପରେ ୨୦୨୦ ମସିହାରୁ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଏପର୍ଯ୍ୟନ୍ତ କେବଳ ପାଚେରି ନିର୍ମାଣ ହୋଇଥିବାବେଳେ ପଡ଼ିିଆରେ କାଭାଁ ମାଟି ବିଛାଯାଇଛି। ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ସାଙ୍ଗକୁ ସମ୍ପୃକ୍ତ ଠିକାଦାରଙ୍କ ବେପରୁଆ କାର୍ଯ୍ୟଶୈଳୀ ଯୋଗୁ ମିନି ଷ୍ଟାଡିୟମ କାର୍ଯ୍ୟ ଆଗେଇ ପାରୁ ନ ଥିବା ଅଞ୍ଚଳବାସୀ କହିଛନ୍ତି। ଏକବର୍ଷ ମଧ୍ୟରେ ଅନୁଦାନ ଖର୍ଚ୍ଚ ନ ହୋଇପାରିବା ଏନ୍‌ଏସି କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବାକୁ ଭଗବତୀ ମହାବିଦ୍ୟାଳୟ ପୁରାତନ ଛାତ୍ର ସଙ୍ଗଠନ ଦାବି କରିଛି। ଏ ସମ୍ପର୍କରେ ଏନ୍‌ଏସି ନିର୍ବାହୀ ଅଧିକାରୀ ଏମ୍‌. ଶ୍ରୀନିବାସ କହିଛନ୍ତି, ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଜୋରଦାର କରିବା ପାଇଁ ଠିକାଦାରଙ୍କୁ ତାଗିଦ କରାଯାଇଛି। ଖୁବଶୀଘ୍ର ମଞ୍ଜୁର ଅର୍ଥର ସୁବିନିଯୋଗ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri