ଟାଙ୍କି ଅଛି, ପାଇଖାନା ନାହିଁ

ନୟାଗଡ଼ ଅଫିସ,୨୨।୧: ନୟାଗଡ଼ ଜିଲାରେ ସ୍ବଚ୍ଛ ଭାରତ ମିଶନ ଯୋଜନା ଏକପ୍ରକାର ଦିଗହରା ହୋଇଛି। ଏହି ଜିଲାର ଅଧିକାଂଶ ଗାଁରେ ପାଇଖାନା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ତଥାପି ବାହ୍ୟ ମଳମୁକ୍ତ ଗାଁ ଦର୍ଶାଇ ଅର୍ଥ ହଡ଼ପ କରାଯାଇଛି। ଏହାର ତଦାରଖ କରାଯାଉ ନ ଥିବାରୁ କେବଳ କାଗଜପତ୍ରରେ ଘୋଷିତ ବାହ୍ୟ ମଳମୁକ୍ତ ଗାଁ ପରିବେଶରୁ ଦୁର୍ଗନ୍ଧ ବାହାରୁଛି। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନ ଥିବାରୁ ଏପରି ଅବ୍ୟବସ୍ଥା ଉପରେ ଲଗାମ ରହୁନାହିଁ। ଯା’ର ନଜିର ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ଚକାପଥର ଗାଁରେ ଦେଖିବାକୁ ମିଳୁଛି।
ଚକାପଥର ଗାଁର ଜଣେ ହିତାଧିକାରୀଙ୍କ ବାରିରେ ନିର୍ମାଣ ହୋଇଥିବା ପାଇଖାନାକୁ ସମ୍ପୂର୍ଣ୍ଣ କରାଯାଇନାହିଁ। ହେଲେ ୧୨ ହଜାର ଟଙ୍କା ବିଲ୍‌ ହୋଇଛି। କେତେଜଣ ହିତାଧିକାରୀଙ୍କ ବାରିରେ ପାଇଖାନା ନାହିଁ, କେବଳ ଟାଙ୍କି ନିର୍ମାଣ ହୋଇଛି। ଆଉ କାହା ବାରିରେ ଟାଙ୍କି ନିର୍ମାଣ ହୋଇଛି, ଅଥଚ ପାଇଖାନା ନିର୍ମାଣ ହୋଇନି। ଚକାପଥର ଗାଁରେ ପାଇଖାନା ନିର୍ମାଣ କରାଯାଇଥିବାବେଳେ ଫଳକରେ ଗାଁର ନାଁ ଢିପମାଳ ଲେଖାଯାଇଛି। ଏପରି ଅନିୟମିତତାକୁ ନେଇ ହିତାଧିକାରୀ ପ୍ରତିବାଦ କଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

ଏନେଇ ଚକାପଥର ଗାଁର ଅମର ପ୍ରଧାନ କୁହନ୍ତି, ମୋ ପାଇଖାନା ନିର୍ମାଣ ହୋଇନି। ପାଇଖାନା ଟାଙ୍କି ନନ୍ଦରେ ତିଆରି ହୋଇଥିଲା। ଏବେ ସେହି ଟାଙ୍କି ପୋତି ହେବାକୁ ବସିଛି। ପାଇଖାନା ନ ଥିବାରୁ ଆମ ପରିବାର ଲୋକେ ବାହାରେ ମଳତ୍ୟାଗ କରୁଛନ୍ତି। ଅନ୍ୟପକ୍ଷେ ମୋର ପାଇଖାନା ନିର୍ମାଣ ହୋଇ ନ ଥିଲେ ହେଁ ୧୨ ହଜାର ଟଙ୍କା ବିଲ୍‌ ହୋଇଛି। ଗାଁର ଅନ୍ତର୍ଯ୍ୟାମୀ ପ୍ରଧାନ ଓ ବୈକୁଣ୍ଠ ପ୍ରଧାନ କୁହନ୍ତି, ୨୦୧୯-୨୦ ଆର୍ଥିକ ବର୍ଷରେ ଆମ ବାରିରେ ପାଇଖାନା ନିର୍ମାଣ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଟାଙ୍କି ନିର୍ମାଣ ହୋଇନି। ତେଣୁ ପାଇଖାନା କାମରେ ଲାଗୁନି। ଗାଁରେ ଆଦିବାସୀ ଓ ଅନ୍ୟ ସଂପ୍ରଦାୟର ୩୦ ପରିବାରର ୨୩୦ରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି। ସେମାନଙ୍କ ମଧ୍ୟରୁ କେବଳ ଜଣେ ୱାର୍ଡ ମେମ୍ବରଙ୍କ ପାଇଖାନା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଅନ୍ୟ କାହାରି ପାଇଖାନା ନିର୍ମାଣ ଶେଷ ହୋଇନି। ୨ ଜନପ୍ରତିନିଧି କାମ କରିବା ନାଁରେ ପାଇଖାନା ଟଙ୍କା ହଡ଼ପ କରିଛନ୍ତି, ଯାହାକି ତଦନ୍ତସାପେକ୍ଷ ବୋଲି ସେମାନେ କହିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ ବି କେହି କାମ ସମ୍ପୂର୍ଣ୍ଣ କରୁନାହାନ୍ତି। ଆମେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛୁ। ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଆମେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛୁ ବୋଲି ସେମାନେ କହିଛନ୍ତି। ମଥୁରା କଅଁର କୁହନ୍ତି, ମୋ ଗାଁ ନାଁ ଚକାପଥର। ଆମ ଗାଁରେ ଯେତେସବୁ ପାଇଖାନା ନିର୍ମାଣ ହୋଇଛି, ସେଥିରେ ଠିକଣା ଢିପମାଳ ଲେଖାଅଛି। ଗାଁର ନାଁ ଭୁଲ୍‌ କାହିଁକି ଲେଖାଯାଉଛି କହିବାରୁ ଆମ କଥା କେହି ଶୁଣିଲେ ନାହିଁ। ଯଦି ଭୁଲ୍‌ ହୋଇଥିଲା ତା’ର ସଂଶୋଧନ କରାଗଲା ନାହିଁ କାହିଁକି। ତାହା ପଛରେ ଅନିୟମିତତା ଲୁଚି ରହିଥିବା ଜଣାପଡୁଛି।

ଏ ସଂକ୍ରାନ୍ତରେ ତଦନ୍ତ କରାଯାଉ। ସରପଞ୍ଚ ପର୍ଶୁରାମ ସ୍ବାଇଁ କୁହନ୍ତି, ଗାଁ ନାଁ ଢିପମାଳ ହେଉ କି ଚକାପଥର, ସେଥିରେ କିଛି ଅସୁବିଧା ନାହିଁ। ସବୁ ଲୋକଙ୍କ ପାଇଖାନା ନିର୍ମାଣ ଶେଷ ହୋଇଛି। ଆପଣ ଗାଁକୁ ଆସି ଦେଖିପାରନ୍ତି। ସବୁ ଠିକ୍‌ ଅଛି। ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ରାଜୀବ ପାଣିଗ୍ରାହୀ କୁହନ୍ତି, ଆମର ସେଥିରେ କିଛି କରିବାର କ୍ଷମତା ନାହିଁ। ଏନେଇ ବିଡିଓ ଓ ପିଡି ଡିଆରଡିଏଙ୍କୁ ପଚାରନ୍ତୁ। ସେହି ଯୋଜନାର କାମ ଶେଷ ହୋଇସାରିଛି। ପିଡି ଡିଆରଡିଏ ସୁବାସ ଚନ୍ଦ୍ର ରାୟ କୁହନ୍ତି, ଚକାପଥର ଗାଁରେ ନିର୍ମାଣ ହୋଇଥିବା ପାଇଖାନା କାମରେ ଏପରି ଅନିୟମିତତା ହୋଇଥିବା ସଂକ୍ରାନ୍ତରେ ଅବଗତ ନ ଥିଲି। ଏନେଇ ବିଡିଓଙ୍କ ସହ ଆଲୋଚନା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri