ଚାଲିଛି ୨୦ରୁ ଊର୍ଦ୍ଧ୍ୱ ବେଆଇନ ଖାଦାନ

ଯାଜପୁର ଅଫିସ/କବାଟବନ୍ଧ (ଡି.ଏନ.ଏ.), ୮।୬: ଲଘୁ ଖଣିଜ ସମ୍ପଦରେ ଭରପୁର ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ରାଜ୍ୟ ସରକାରଙ୍କ ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ ପରିବର୍ତ୍ତନ ଭଳି ୫-ଟି ଆଇନ କାମ କରୁନାହିଁ ା ଏଥିପାଇଁ ଡଙ୍କାରୀ, ଲୁଣିବର, କୁସୁନପୁର, ବାଘୁଆ, ରାହାଡପୁର, ଚାରଗୋଠ ଆଦି ପାହାଡ଼ରେ ୨୦ରୁ ଊର୍ଦ୍ଧ୍ୱ ସଇରାତରୁ ବେଆଇନ କଳାପଥର ଉତ୍ତୋଳନ ହେଉଛି। ଫଳରେ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି ା ହେଲେ କେତେଜଣ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଏଥିରେ ମାଲାମାଲ ହେଉଥିବା ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁଯାୟୀ , ବିଛାଖଣ୍ଡି, ଅଞ୍ଜିରା ଓ କୁସୁନପୁର ଜଙ୍ଗଲ କିସମ ମୌଜାର ୪୫୬.୩୪ ଏକର ଜମି କଳାପଥର ବ୍ୟବସାୟୀଙ୍କ କବ୍‌ଜାରେ ରହିଛି ା ପୂର୍ବରୁ ବଳଙ୍ଗ ରାଜସ୍ବ ନୀରିକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଏହା ସ୍ପଷ୍ଟ ହୋଇଛି। ଏହି ମର୍ମରେ ପରିବେଶ ଅସନ୍ତୁଳନ ଓ ଜଙ୍ଗଲ ନଷ୍ଟ ସଂକ୍ରାନ୍ତରେ ଧର୍ମଶାଳାର ତତ୍କାଳୀନ ତହସିଲଦାର ସରୋଜ କୁମାର ପଣ୍ଡା ତାଙ୍କ ପତ୍ରସଂଖ୍ୟା ୯୮୯/୨୮ା୩ା୨୦୧୯ ଓ ୪୬୧/୭ା୨ା୨୦୧୯ରେ କଟକ ଡିଭିଜନ ଡିଏଫ୍‌ଓଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ କେତେଜଣ ରାଜନୈତିକ ବ୍ୟକ୍ତିଙ୍କ ହସ୍ତକ୍ଷେପରେ କଳାପଥର ବ୍ୟବସାୟୀଙ୍କ ସହ ମୂଲଚାଲ କରି ସମ୍ପୃକ୍ତ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀ ଜଙ୍ଗଲ ଜମିକୁ ଟେକି ଦେଇଥିବାରୁ ବିଭିନ୍ନ ପ୍ରାକୃତିକ ସମ୍ପଦ, ଜୈବ ବିବିଧତା, ପଶୁପକ୍ଷୀ ଆଦି ବିପଦରେ ପଡିଛନ୍ତି ବୋଲି ଅଭିଯୋଗ ହେଉଛି। ଏହାପୂର୍ବରୁ ବଳରାମପୁର ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ବିଛାଖଣ୍ଡି ଜଙ୍ଗଲ କିସମ ମୌଜାର ଖାତା ନମ୍ବର ୩୮୯ର ପ୍ଲଟ ନଂ.୧୮୪୮, ୧୮୫୬, ୧୮୬୧, ୧୮୭୬, ୧୮୭୨ ଓ ୧୮୭୧, ଅଞ୍ଜିରା ଜଙ୍ଗଲ କିସମ ମୌଜାର ଖାତା ନଂ. ୧୭୨୯ ପ୍ଲଟ ନଂ. ୧୪୭୭ ଏବଂ କୁସୁନପୁର ସଂରକ୍ଷିତ ଜଙ୍ଗଲ କିସମ ମୌଜାର ଖାତା ନଂ. ୬୩୧ ର ପ୍ଲଟ ନଂ. ୧୩୫୮, ୧୩୬୬, ୧୫୨୭ ଓ ୧୫୫୬ ର ୪୫୬.୩୪ ଏକର ଜମିରେ ବେଆଇନ କଳାପଥର ଉତ୍ତୋଳନ ଏବେ ବି ଜାରି ରହିଛି। ଏହାବାଦ୍‌ ବେଆଇନ ଖାଦାନ ସହ ଏକାଧିକ କ୍ରସର ମଧ୍ୟ ଜଙ୍ଗଲ ଜମିରେ ଚାଲିଛି ା ଏହାବାଦ୍‌ ଡଙ୍କାରୀ ପାହାଡ଼ର ୧ ସଇରାତ, ଲୁଣିବର ପାହାଡ଼ରେ ୩, ବାଘୁଆ ପାହାଡ଼ରେ ୨, ରାହାଡ଼ପୁର ପାହାଡ଼ରେ ୪ ଓ ଚାରଗୋଠ ପାହାଡ଼ରେ ୩ ଟି ଖାଦାନରେ ବେଆଇନ ଭାବେ ପଥର ଉତ୍ତୋଳନ ହେଉଥିବା ଅଞ୍ଚଳବାସୀଙ୍କ ସୂଚନା ଦେଇଛନ୍ତି। ଏନେଇ ଅଞ୍ଚଳବାସୀ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ। ବେଆଇନ ଖାଦାନ ମାଲିକଙ୍କ ସହ ଭିତିରିଆ ବୁଝାମଣା ଯୋଗୁ ଏହି ପରିସ୍ଥିତି ହୋଇଛି ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri