ଫେରାର ପଛରେ ଅନେକ ରହସ୍ୟ

ବଲାଙ୍ଗୀର ଅଫିସ, ୨୫ା୧୦: ଟିଟିଲାଗଡ ପୋଲିସ ବାରାକ୍‌ରୁ ଫେରାର ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗତ ୧୯ ତାରିଖ ଅପରାହ୍ନରେ ବଙ୍ଗୋମୁଣ୍ଡା ଥାନା ବୁଢ଼ୀପଦର ଗଁା ନିକଟ ଏକ ଆଖୁ କିଆରିରୁ ଗିରଫ କରାଯାଇଥିଲା। ଗୋବିନ୍ଦଙ୍କ ମୋବାଇଲ ଫୋନ୍‌କୁ ଟ୍ରାକିଂ କରି ପୋଲିସ ତାଙ୍କ ପାଖରେ ପହଞ୍ଚତ୍ ଥିବା ଜଣାପଡିଛି। ଏହା ଜଣାପଡିବା ପରେ ଏହି ହତ୍ୟା ଘଟଣାରେ ପୋଲିସର ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ଗତ ୧୨ ତାରିଖରେ ମମିତାଙ୍କ ପରିବାର ତରଫରୁ ସିନ୍ଧେକେଲା ଥାନାରେ ଅପହରଣ ନେଇ ଅଭିଯୋଗ କରାଯାଇଥିଲା। ୧୪ ତାରିଖ ସିନ୍ଧେକେଲା ପୋଲିସ ଗୋବିନ୍ଦ ସାହୁଙ୍କୁ ମହାଲିଙ୍ଗ ଗଁାରୁ ଉଠାଇ ଆଣିଥିଲା। ସିନ୍ଧେକେଲା ଥାନାରେ ତିନିଦିନ ରଖିବା ପରେ ଗତ ୧୭ ତାରିଖରେ ପଚରାଉଚରା କରିବା ପାଇଁ ଟିଟିଲାଗଡ ଥାନା ପଛପଟ ବାରାକ୍‌କୁ ଗୋବିନ୍ଦଙ୍କୁ ଅଣାଯାଇଥିଲା। ସେଦିନ ରାତି ପ୍ରାୟ ୯ଟାରେ ଗୋବିନ୍ଦ ନାଟକୀୟ ଘଟଣାକ୍ରମରେ ବାରାକ୍‌ରୁ ଖସିଯାଇଥିଲେ। ବାରାକ୍‌ରେ ଥିବାବେଳେ ଗୋବିନ୍ଦ ତାଙ୍କ ମୋବାଇଲ ଫୋନ୍‌ ଧରିଥିଲେ କି ନା ତାହା ସ୍ପଷ୍ଟ ହୋଇନାହଁି। ରାତି ପ୍ରାୟ ୯ଟାରେ ଟିଟିଲାଗଡ ମଧ୍ୟସ୍ଥଳରେ ଥିବା ଥାନାପଛ ପଟ

ପୋଲିସ ବାରାକ୍‌ରୁ ସେ ଫେରାର ଘଟଣାକୁ ଏଯାଏ ଲୋକେ ବିଶ୍ୱାସ କରୁନାହାନ୍ତି। ସେଠାରୁ ପ୍ରାୟ ୩୦ କିଲୋମିଟର ଦୂର ବୁଢ଼ୀପଦର ସ୍ଥିତ ତାଙ୍କ ଜଣେ ଭଉଣୀ ଘରେ ଗୋବିନ୍ଦ ପହଞ୍ଚତ୍ ଏକ ଆଖୁ କିଆରିରେ ଦୁଇ ରାତି ରହିଥିଲେ। ମୋବାଇଲ ଟ୍ରାକିଂରୁ ଗତ ୧୯ ତାରିଖ ଅପରାହ୍ନରେ ଗୋବିନ୍ଦଙ୍କୁ ବୁଢ଼ୀପଦର ଗଁାର ଏକ ଆଖୁ କିଆରିରୁ ଧରାଗଲା ବୋଲି ଜଣାପଡିବା ପରେ ପୋଲିସର ବିଶ୍ୱସନୀୟତା ପ୍ରତି ପ୍ରଶ୍ନ ଉଠିଥିଲା। ମୋବାଇଲ ଟ୍ରାକିଂରୁ ଧରାପଡିବା ଜଣାପଡିବା ପରେ ଗୋବିନ୍ଦଙ୍କୁ କିଏ ମୋବାଇଲ ଦେଇଥିଲା ତାହା ଏବେ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି। ପୂର୍ବରୁ ପୋଲିସ କହିଥିଲା ଯେ ଗୋବିନ୍ଦଙ୍କ ମୋବାଇଲକୁ ଜବତ କରିଥିଲା। ଜବତ ସତ୍ତ୍ୱେ ଗୋବିନ୍ଦଙ୍କୁ କିଏ ମୋବାଇଲ ଦେଲା ଓ ସେ ଉକ୍ତ ମୋବାଇଲରେ କାହା ସହ କଥା ହୋଇଥିଲେ ସେ ସମ୍ପର୍କରେ ପୋଲିସ କିଛି ବି ସୂଚନା ଦେଉନାହିଁ। ଯଦି ପୋଲିସ କର୍ମଚାରୀମାନେ ତାଙ୍କୁ ଫେରାର କରିବାରେ ସହାୟତା କରିଥିଲେ ତେବେ ଫେରାର ଅବଧିରେ ସେ କ’ଣ କରିଛନ୍ତି ତାହାର ତଦନ୍ତ ହୋଇଛି କି ନା ଜଣାପଡିନାହିଁ। ଏଦିଗକୁ ଅଧିକ ତଦନ୍ତ କରାଗଲେ ଅନେକ ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଫିଲ୍ମ ମେକରଙ୍କୁ ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍‌ ଏକ୍ସିଲେନ୍ସ ଆୱାର୍ଡ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ସୋସାଇଟି ଫର୍‌ ଆକ୍‌ନଲେଜ୍‌ମେଣ୍ଟ୍‌ ଇନ୍‌ ୱାର୍କ ଏକ୍ସିଲେନ୍ସ (ଏସ୍‌ଏଡବ୍ଲ୍ୟୁଇ) ପକ୍ଷରୁ ଓଡ଼ିିଆ ଚଳଚ୍ଚିତ୍ର ନିର୍ମାତାଙ୍କୁ ସମ୍ମାନିତ କରାଯାଇଛି। ନିକଟରେ ଦୁବାଇରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର...

ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ବାରିପଦା ଅଫିସ, ୧୨ା୩- ବାରିପଦା ପୌର ପରିଷଦ କାର୍ଯ୍ୟାଳୟ ଆଗରେ ବୁଧବାର ସଫେଇ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜାନୁୟାରୀ, ଫେବୃୟାରୀ ମାସର ଦରମା ନ...

ପାଲିଙ୍କିରେ ଆସି ରଥାରୂଢ଼ ହୁଅନ୍ତି ଶ୍ରୀଗୁରୁଦେବ

କାକଟପୁର, ୨।୭(ଡି.ଏନ୍‌.ଏ.): ରଥଯାତ୍ରାକୁ ଆଉ ରହିଲା ୨ଦିନ। ମଙ୍ଗଳବାର ନେତ୍ରୋତ୍ସବ ଥିବାବେଳେ ବୁଧବାର ନବଯୌବନ ଦର୍ଶନ। ଗୁରୁବାର ଶ୍ରୀଜୀଉମାନେ ରଥାରୁଢ଼ ହୋଇ ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ...

ଆମ୍ବ ଗଛରେ ଝୁଲୁଛି ମୃତଦେହ

ସୋର,୮।୧(ଡି.ଏନ୍‌.ଏ.): ଆମ୍ବ ଗଛରେ ଝୁଲୁଛି ମୃତଦେହ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏପରି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲା ସୋର ଅଞ୍ଚଳରେ...

ଗୁଳିକାଣ୍ଡ ପରେ ଏଏସ୍‌ଆଇଙ୍କ ସ୍ତ୍ରୀ, ପୁଅ ରଖିଲେ ପ୍ରତିକ୍ରିୟା

ଭୁବନେଶ୍ବର,୨୯।୧(ବୁରୋ): ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିକାଣ୍ଡ ଘଟଣା ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ପୋଲିସ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ...

ମିଜୋରାମରୁ ଆସିଲେ ୧୮ ନୂଆ ଅତିଥି

ବାରଙ୍ଗ,୮।୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ରବିବାର ମିଜୋରାମର ଆଇଜଲ ଚିଡିଆଖାନାରୁ ୫ ପ୍ରଜାତିର ୧୮ ନୂଆ ପଶୁପକ୍ଷୀ ପହଞ୍ଚତ୍ଛନ୍ତି। କରୋନା କଟକଣା ଯୋଗୁ ଜୀବଜନ୍ତୁ ଆଣିବା...

ଷ୍ଟିଲ ସିଟିରେ ନକଲି ସସ୍‌ ଫ୍ୟାକ୍‌ଟ୍ରି ଠାବ

ରାଉରକେଲା ଅଫିସ,୧୮ା୧୧:ଷ୍ଟିଲସିଟି ରାଉରକେଲାରେ ବହୁ ଦିନ ଧରି ନକଲି ସସ୍‌ କାରବାର କରୁଥିବା କେତେଜଣ ବ୍ୟବସାୟୀଙ୍କ ଉପରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ସ୍ବାସ୍ଥ୍ୟ ବିଭାଗ...

ଶ୍ରୀମନ୍ଦିର ପାଇଁ ୨୪୮ କୋଟି ଟଙ୍କାର ବଜେଟ ଅନୁମୋଦନ

ପୁରୀ ଅଫିସ, ୨୫।୪: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟା ଦେଇ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷିତ ଅଛି।...

Advertisement
Archives

Model This Week