Posted inଖେଳ

ଟି-୨୦ ବିଶ୍ୱକପ୍‌ରେ ଭାରତ ଫେଲ୍‌ ମାରିବାର ୫ଟି ପ୍ରମୁଖ କାରଣ

ଦୁବାଇ,୭।୧୧: ଟି -୨୦ ବିଶ୍ୱକପରେ ଟିମ ଇଣ୍ଡିଆର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଭାରତ ସେମିଫାଇନାଲ ଦୌଡ଼ରୁ ମଧ୍ୟ ବାଦ୍‌ ପଡିଛି। ପ୍ରାରମ୍ଭରେ ଲଗାତାର ଦୁଇଟି ମ୍ୟାଚ ହାରିଯିବା ପରେ ତାଙ୍କର ଆଶା ଧୂଳୀସାତ୍‌ ହୋଇଥିଲା। ଟୁର୍ନାମେଣ୍ଟ ଆରମ୍ଭରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦୀ ଭାବେ ବିବେଚିତ ଭାରତ କାହିଁକି ପ୍ରଥମ ରାଉଣ୍ଡରୁ ବିଦା ହେଲା ତାହାର ଅନେକ କାରଣ ରହିଛି। ଭାରତ ଟୁର୍ନାମେଣ୍ଟରୁ ବାଦ୍‌ ପଡିବାର ୫ ପ୍ରମୁଖ କାରଣ
-ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ୍‌ରେ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ବିଶେଷ କରି ବଡ ମ୍ୟାଚ ଗୁଡିକରେ, ସେମାନେ ଉପହାର ସ୍ବରୂପ ନିଜ ଉଇକେଟ ଦେଇଥିବା ପରି ଲାଗୁଥିଲା। ବିରାଟ କୋହଲି, ରୋହିତ ଶର୍ମା, ରିଷଭ ପନ୍ତ, କେ.ଏଲ ରାହୁଲଙ୍କ ଭଳି ଷ୍ଟାର ବ୍ୟାଟ୍ସମ୍ୟାନ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଫ୍ଲପ ସାବ୍ୟସ୍ତ ହୋଇଥିଲେ। ବିରାଟ ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ରୋହିତ ଏବଂ ରାହୁଲ ଭଲ ଆରମ୍ଭ କରିବାରେ ସଫଳ ହୋଇପାରି ନ ଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବ୍ୟାଟିଂ ଲାଇନ ଅପରେ ଅନେକ ପରିବର୍ତ୍ତନ କରାଯାଇଥିଲା ଏବଂ ରୋହିତ ଶର୍ମାଙ୍କ ବଦଳରେ ଇଶାନ କିଶନଙ୍କ ଦ୍ୱାରା ଓପନିଂ କରାଯାଇଥିଲା। ବ୍ୟାଟ୍ସମ୍ୟାନ୍‌ମାନେ ଆଫଗାନିସ୍ତାନ ଏବଂ ସ୍କଟଲ୍ୟାଣ୍ଡ ବିପକ୍ଷରେ ଭଲ ବ୍ୟାଟିଂ କରିଥିଲେ କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା।—ଦଳରେ ଅଲରାଉଣ୍ଡରଙ୍କ ଅନୁପସ୍ଥିତି ଭାରତ ପାଇଁ କାଳ ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୟନ କରାଯାଇଥିଲା କିନ୍ତୁ ସେ ମାତ୍ର ୨ ଟି ମ୍ୟାଚରେ ବୋଲିଂ କରିଥିଲେ ଯେଉଁଥିରେ ସେ କୌଣସି ଉଇକେଟ ନେଇପାରି ନ ଥିଲେ। ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଫିଟନେସ ସମସ୍ୟା ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ଏହା ଦିନିକିଆ କିମ୍ବା ଟି୨୦ ହେଉ, ଦଳରେ ଅଲରାଉଣ୍ଡର ରହିବା ଅତ୍ୟନ୍ତ ଜରୁରୀ, ଯିଏ କଠିନ ସମୟରେ ଦଳକୁ ଉଦ୍ଧାର କରିପାରିବ। କିନ୍ତୁ ଚଳିତ ଟୁର୍ନାମେଣ୍ଡରେ ଭାରତକୁ ଏହା ମିଳି ନ ଥିଲା।

-ଭାରତୀୟ ଦଳର ବୋଲିଂ ବଡ ମ୍ୟାଚରେ ସମ୍ପୂର୍ଣ୍ଣ ପ୍ରଭାବହୀନ ବୋଲି ପ୍ରମାଣିତ ହୋଇଥିଲା। ଭାରତୀୟ ବୋଲରମାନେ ପାକିସ୍ତାନ ବିପକ୍ଷରେ କୌଣସି ଉଇକେଟ ନେଇପାରି ନ ଥିବାବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଟିି ଉଇକେଟ ଥିଲା।

-ୟୁଏଇ ଦ୍ୱାରା ଆୟୋଜିତ ଏହି ବିଶ୍ୱକପରେ ଟସ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଥିଲା। ଭାରତୀୟ ଅଧିନାୟକ ବିରାଟ କୋହଲି ଉଭୟ ପ୍ରାରମ୍ଭିକ ମ୍ୟାଚ୍‌ରେ ଟସ ହାରିଥିଲେ। ପରେ ମ୍ୟାଚ୍‌ରେ ମଧ୍ୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା। ସ୍କଟଲାଣ୍ଡ ବିପକ୍ଷରେ ବିଜୟ ପରେ ବିରାଟ ନିଜେ ମଧ୍ୟ ଏହାକୁ ଗ୍ରହଣ କରିଥିଲେ। ସେ କହିଥିଲେ ଯେ ଏହି ପିଚରେ ଟସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।

-ଭାରତୀୟ କ୍ରିକେଟରଙ୍କ ଖରାପ ପ୍ରଦର୍ଶନ ପାଇଁ ଥକ୍କାପଣ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା। ୟୁଏଇରେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯାଇଥିଲା। ଏଥିରୁ ଲାଭ ପାଇବା ପରିବର୍ତ୍ତେ ଖେଳାଳିମାନେ ପରାଜୟ ଦେଖିଥିଲେ। କ୍ରମାଗତ ମ୍ୟାଚ ଖେଳୁଥିବାରୁ ଖେଳାଳିମାନେ ଫିଟନେସ ସହିତ ସଂଘର୍ଷ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ସମସ୍ତ ଭାରତୀୟ ଖେଳାଳି କ୍ରମାଗତ ଭାବରେ ଆଇପିଏଲରେ ଖେଳିଥିଲେ, କିନ୍ତୁ ଅନ୍ୟ ବିଦେଶୀ ଦଳ ସେମାନଙ୍କର କିଛି ଖେଳାଳିଙ୍କୁ ବିଶ୍ରାମ ଦେଇଥିଲେ ଏବଂ କେତେକ ଦ୍ୱିତୀୟ ପର୍ଯ୍ୟାୟରେ ସେମାନଙ୍କ ଖେଳାଳିଙ୍କୁ ପଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri