ଏହି ୫ ରାଶିର ବ୍ୟକ୍ତିଙ୍କ ଥାଏ ବିଳମ୍ବରେ ବିବାହ ଯୋଗ: ଦେଖନ୍ତୁ ଆପଣଙ୍କ ରାଶି ଅଛି କି ଏହି ତାଲିକାରେ…

କୁହାଯାଏ ପ୍ରତ୍ୟେକ ବ୍ୟକ୍ତି ନିଜର ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି। କେତେବେଳେ ତା ଜୀବନରେ କ’ଣ ହେବ ତାହା ପୂର୍ବ ନିର୍ଦ୍ଧାରିତ ହୋଇଥାଏ। ଏହି କଥା ବିବାହ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ। କିଛି ଲୋକଙ୍କ ଠିକ୍‌ ସମୟରେ ବିବାହ ହେଉଥିବା ବେଳେ କିଛି ବ୍ୟକ୍ତିଙ୍କ ବିବାହରେ ବିଳମ୍ବ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶିର ଲୋକ ବିବାହକୁ ନେଇ ଉତ୍ସୁକ ନ ଥାନ୍ତି। ଏମାନେ ବିଳମ୍ବରେ ବିବାହ କରିବାକୁ ପସନ୍ଦ କରିଥାନ୍ତି। ଆସନ୍ତୁ ଜାଣିବା:

ମେଷ: ଏହି ରାଶିର ଜାତକଧାରୀ ସାଧାରଣତଃ ବିଳମ୍ବରେ ବିବାହ କରିଥାନ୍ତି। କାରଣ ସେମାନେ ଏଥିପାଇଁ ପ୍ରସ୍ତୁତ ନ ଥାନ୍ତି। ବିଳମ୍ବରେ ଏମାନଙ୍କୁ ଭଲ ପାର୍ଟନର ମିଳିଥାଏ। ଜୀବନକୁ ନିଜ ଇଚ୍ଛାରେ ବଞ୍ଚିବାକୁ ଏମାନେ ପସନ୍ଦ କରିଥାନ୍ତି। ଏଥିରେ କେହି ଦଖଲ ଦେଉ ତାହା ସେମାନେ ଚାହିଁ ନ ଥାନ୍ତି।

ମିଥୁନ: ଏହି ରାଶିର ଜାତକଧାରୀଙ୍କ ବିବାହ ବିଳମ୍ବରେ ହୋଇଥାଏ। ବିବାହ କରିବାକୁ ଇଚ୍ଛା ଥିଲେ ହେଁ କୌଣସି ନା କୌଣସି କାରଣରୁ ବାଧା ଉତ୍ପନ୍ନ ହୋଇଥାଏ। ନିଜ କ୍ୟାରିୟରକୁ ନେଇ ଏମାନେ ବେଶ ଯତ୍ନବାନ ହୋଇଥାନ୍ତି।

ବିଛା: ଏହି ରାଶିର ବ୍ୟକ୍ତି ଶୀଘ୍ର ବିବାହ କରିବାକୁ ଚାହିଁ ନ ଥାନ୍ତି। ଏହାପୂର୍ବରୁ ସେ ନିଜର କ୍ୟାରିୟର ପ୍ରତି ଧ୍ୟାନ ଦେଇଥାନ୍ତି। ପରେ ସେମାନେ ବିବାହ ବିଷୟରେ ଚିନ୍ତା କରିଥାନ୍ତି। ନିଜର ଜୀବନସାଥୀ ଖୋଜିବାରେ ଏମାନେ ବହୁତ ସମୟ ନେଇଥାନ୍ତି।

ଧନୁ: ଏହି ରାଶିର ଜାତକଧାରୀ ନିଜ ସ୍ବାଧୀନତାକୁ ବହୁତ ପସନ୍ଦ କରିଥାନ୍ତି। କେହି ସେଥିରେ ହସ୍ତକ୍ଷେପ କରୁ ସେ ଚାହିଁ ନ ଥାନ୍ତି। ଏମାନଙ୍କ ସଚ୍ଚା ଜୀବନସାଥୀ ବିଳମ୍ବରେ ହୋଇଥାଏ।

କୁମ୍ଭ: ଏହି ଜାତକଧାରୀଙ୍କ ବିବାହ ପରର ଜୀବନ ବହୁତ ଭଲ ରହିଥାଏ। ଏମାନେ ଜୀବନସାଥୀ ଚୟନ କରିବାରେ ସମୟ ଲାଗିଥାଏ। ବହୁତ ଭାବିଚିନ୍ତି ସେ ନିଜର ଜୀବନସାଥୀ ଚୟନ କରିଥାନ୍ତି। ଏମାନେ ବିଳମ୍ବରେ ବିବାହ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri