କେନ୍ଦୁଝରରେ ୬୫୪ ଶିକ୍ଷକ ପଦବୀ ଖାଲି

କେନ୍ଦୁଝର,୨୦।୧୨(ସ୍ବ.ପ୍ର.)  କେନ୍ଦୁଝର ଜିଲାରେ ଶିକ୍ଷକ ଅଭାବ ଯୋଗୁ ୨୦୮ଟି ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀଶିକ୍ଷକ ପଦବୀ ଖାଲି ରହିଛି। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।
ସରକାରୀ ବିଦ୍ୟାଳୟଗୁଡ଼ିକରେ ସଂସ୍କୃତ ଶିକ୍ଷକମାନେ ବିଜ୍ଞାନ ପଢ଼ାଉଥିବାବେଳେ କ୍ରୀଡ଼ା ଶିକ୍ଷକ ଇତିହାସ, ଭୂଗୋଳ, ଗଣିତ, ହିନ୍ଦୀ ପଢ଼ାଉଛନ୍ତିି। ମୋଚିବନ୍ଧ ସରକାରୀ ହାଇସ୍କୁଲରେ କ୍ରୀଡ଼ା ଶିକ୍ଷକ ଇତିହାସ ଓ ଭୂଗୋଳ ପଢ଼ାଉଛନ୍ତି। ୨୦୨୧ ନଭେମ୍ବର ୩୦ ତାରିଖ ସୁଦ୍ଧା ୬୫୪ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଅନୁଯାୟୀ, ଜିଲାରେ ୪୯ ପ୍ରଧାନଶିକ୍ଷକ, ବିଜ୍ଞାନ(ପିସିଏମ) ଶିକ୍ଷକ ୭୩, ବିଜ୍ଞାନ(ସିବିଜେଡ୍‌) ଶିକ୍ଷକ ୭୫,୧୫୧ କଳା ଶିକ୍ଷକ, ଆଇଏସିଟି ୧୭, ତାଲିମପ୍ରାପ୍ତ ମାଟ୍ରିକ ୧୭, ସଂସ୍କୃତ ଶିକ୍ଷକ ୭୮, ହିନ୍ଦୀ ଶିକ୍ଷକ ୧୧୪, ଖେଳ ଶିକ୍ଷକ ୮୦ ଏପରି ମୋଟ ୬୫୪ ଶିକ୍ଷକ ପଦବୀ ଖାଲି ରହିଛି। ୧୭୪୮ମଞ୍ଜୁରୀପ୍ରାପ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କ ମଧ୍ୟରୁ ୧୦୯୪ ଜଣ ଶିକ୍ଷକ ଅଛନ୍ତି। ସେହିପରି ମଞ୍ଜୁରୀପ୍ରାପ୍ତ ୨୦୨କିରାଣୀ ପଦବୀରୁ ୯୯ଜଣ କାମ କରୁଥିବାବେଳେ ୧୦୩ ପଦବୀ ଖାଲିପଡ଼ିଛି। ୪୬୧ମଞ୍ଜୁରୀପ୍ରାପ୍ତ ପିଅନ ପଦବୀ ମଧ୍ୟରୁ ୨୧୬ଜଣ କାମ କରୁଥିବାବେଳେ ୨୪୫ଟି ପଦବୀ ଖାଲି ପଡ଼ିଛି। ୧୯୭ ମଞ୍ଜୁରୀପ୍ରାପ୍ତ ରାତ୍ର ଜଗୁଆଳି ଓ ଝାଡୁଦାର ପଦବୀରୁ ୧୦୮ଜଣ କାମ କରୁଥିବାବେଳେ ୮୯ଟି ପଦବୀ ଖାଲିପଡ଼ିଛି। ମୋଟ ୮୬୦ଜଣ ଅଣଶିକ୍ଷକ ପଦବୀ ମଧ୍ୟରୁ ୪୨୫ଜଣ କର୍ମଚାରୀ କାମ କରୁଥିବାବେଳେ ୪୩୫ ପଦବୀ ଖାଲି ପଡ଼ିଛି। ଏଣୁ ତୁରନ୍ତ ନିଯୁକ୍ତି ଦେବାକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଓଷ୍ଟାର ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି ।
ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ କେନ୍ଦୁଝରରେ ୧୦୦ଟି ସରକାରୀ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ କରାଯାଇଛି। ମାତ୍ର ଏହି ବିଦ୍ୟାଳୟରେ ବହୁ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଆଉ କିଛି ମାସ ପରେ ମାଟ୍ରିକ ବୋର୍ଡ ପରୀକ୍ଷା ହେବାକୁ ଥିବାବେଳେ ଶିକ୍ଷକ ସମସ୍ୟା ଛାତ୍ରୀଛାତ୍ରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଝୁମ୍ପୁରା ବ୍ଲକ ନୟାଗଡ଼ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ହେଲେ ଶିକ୍ଷକ ନ ଥିବାରୁ ପାଠପଢ଼ା ବ୍ୟାହତ ହେଉଛି। ଏଠାରେ ଏବେ ପ୍ରାଥମିକ ଶିକ୍ଷକ ହାଇସ୍କୁଲରେ ପାଠ ପଢ଼ାଉଛନ୍ତି। ଓଡ଼ିଶା ସରକାର ଗତ ମାର୍ଚ୍ଚ ମାସରେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପାଠ ପଢ଼ିଥିବା ଛାତ୍ରୀଛାତ୍ରଙ୍କ ପାଇଁ ଇଞ୍ଜିିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମ ପାଇଁ ହେଉଥିବା ପରୀକ୍ଷାରେ ୧୫ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିବାବେଳେ କେଉଁ ଭରସାରେ ଅଭିଭାବକମାନେ ସେମାନଙ୍କର ପିଲାଙ୍କୁ ଏହି ସରକାରୀ ବିଦ୍ୟାଳୟକୁ ପଠାଇବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟିି ହୋଇଛି। ଏସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ସେଠୀ କହିଛନ୍ତି, ଖାଲଥିବା ପଦବୀଗୁଡ଼ିକ ପୂରଣ କରିବା ନେଇ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri