ଦିନରେ ଫେରି, ରାତିରେ ଚୋରି

ଖଇରା/ଔପଦା, ୨୦।୧୨(ଡି.ଏନ.ଏ): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ୨ଚୋରଙ୍କୁୁ ଧରି ଗ୍ରାମବାସୀ ପୋଲିସ ଜିମା ଦେଇଛନ୍ତି। ୫ଦିନ ଧରି ଖୋଳତାଡ଼ ପରେ ସେମାନଙ୍କଠାରୁ ନଗଦ ୧.୫ଲକ୍ଷ ଟଙ୍କା ଓ ୫ଲକ୍ଷ ଟଙ୍କାର ଅଳଙ୍କାର ଉଦ୍ଧାର କରାଯାଇଛି। ରବିବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଦ୍ୱୟ ହେଲେ ଜଗତସିଂପୁର ଜିଲା ନାଉଗଁା ଥାନା ଗଜରାଜପୁର ଗ୍ରାମର ବିଜୟ କୁମାର ଓରଫ ବାଲୁକେଶ୍ୱର ପରିଡ଼ା ଓ ଭଦ୍ରକ ଜିଲା ତିହିଡି ଥାନା ଶଙ୍ଖଡ଼ା ଗ୍ରାମର ପ୍ରସନ୍ନ କୁମାର ଜେନା। ଏହି ୨ଜଣ ଅନ୍ୟ କିଛି ସହଯୋଗୀଙ୍କ ସହ ମିଶି ଦିନରେ ଫେରିବାଲା ଭାବେ ଗଁାରେ ଜିନିଷ ବିକି ରାତିରେ ଚୋରି କରୁଥିବା ପୋଲିସ କହିଛି।
ଅନୁଯାୟୀ, ପାଟପୁର ଗ୍ରାମର ପ୍ରଶାନ୍ତ ନାୟକ, ରଞ୍ଜ ନାୟକ ଓ ଦୁକଣ୍ଡ ଖଇରା ଗ୍ରାମର ରମାକାନ୍ତ ମହାପାତ୍ରଙ୍କ ଘରୁ ଚୋରି ହେବା ନେଇ ଥାନାରେ ମାମଲା (ନଂ.୯୭,୯୮ ଓ ୯୯/୨୧) ରୁଜୁ ହୋଇଥିଲା ବେଳେ ପୋଲିସକୁ ସଫଳତା ମିଳି ପାରି ନ ଥିଲା। ୧୫ତାରିଖ ସନ୍ଧ୍ୟାରେ ବିନୋଦ ପାତ୍ରଙ୍କ ଅନୁପସ୍ଥିତିରେ ଚୋରମାନେ ତାଙ୍କ ଗ୍ରୀଲ କାଟି ଘରେ ପଶି ଚୋରି କରୁଥିବା ବେଳେ ଗ୍ରାମବାସୀ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କାବୁ କରିଥିଲେ। ଅନ୍ୟମାନେ ଫେରାର ହୋଇଯାଇଥିବା ନିଳଗିରି ଏସ୍‌ଡିପିଓ ରିତେଶ କୁମାର ମହାପାତ୍ର ଓ ଥାନା ଅଧିକାରୀ ସାଲଖାନ୍‌ ମୁର୍ମୁ ସୂଚନା ଦେଇଛନ୍ତି ା ଗିରଫ ଅଭିଯୁକ୍ତମାନଙ୍କ ନାମରେ ବାଲେଶ୍ୱର ସମେତ ମୟୂରଭଞ୍ଜ ଓ ଭଦ୍ରକ ଜିଲାର ବିଭିନ୍ନ ଥାନାରେ ମାମଲା ରହିଥିବା ଏସ୍‌ଡିପିଓ ମହାପାତ୍ର ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri