ନେତୁଆ-ଆଡ଼ିନଗା ରାସ୍ତା ପାଇଁ ୮.୦୮ କୋଟି ମଞ୍ଜୁର

ଜଳେଶ୍ୱର,୨୦।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ଉପାନ୍ତ ଗ୍ରାମ ସହିତ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲା ମୋହନପୁର ସହିତ ଗମନାଗମନ ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଆନ୍ତଃ ରାଜ୍ୟ ସଂଯୋଗୀକରଣ ଯୋଜନା ପାଣ୍ଠିରୁ ୮କୋଟି ୮ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ା
ଫଳରେ ଉପାନ୍ତରେ ଦୁଇ ରାଜ୍ୟର ବିକାଶ ଘଟିବ ବୋଲି ଦୁଇ ରାଜ୍ୟର ବିଧାୟକମାନେ ମତବ୍ୟକ୍ତ କରିଛନ୍ତି ା
ନିର୍ବାଚନମଣ୍ଡଳୀ ନେତୁଆ ପଞ୍ଚାୟତ ଅଫିସ୍‌ଠାରୁ ଆଡିନଗା-କମାରଶାଳିଆ ଭାୟା ସେକବଙ୍ଗାଳ ଦେଇ ୩ କି.ମି. ଆନ୍ତଃ ରାଜ୍ୟ ସଂଯୋଗୀକରଣ ରାସ୍ତା ନିର୍ମାଣ ଲାଗି ମଞ୍ଜୁରୀ ମିଳିଛି। ଏହି ଉପଲକ୍ଷେ ନେତୁଆ ପଞ୍ଚାୟତର ସାହାପୁରଠାରେ ଅନୁଷ୍ଠିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍‌ ଡ. ବିଜୟ କୁମାର ମହାନ୍ତି ଅଧ୍ୟକ୍ଷତା କରି ଏହି ରାସ୍ତା ଫଳରେ ଦୁଇ ଉପାନ୍ତ ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତି ବୃଦ୍ଧି ପାଇବ ବୋଲି କହିଥିଲେ ା
ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଯୋଜନାରେ ସମଗ୍ର ରାଜ୍ୟରେ ୩ଟି ରାସ୍ତାକୁ ମଞ୍ଜୁରୀ ଦେଇଥିବା ବେଳେ ସେଥିମଧ୍ୟରୁ ଏହା ଗୋଟିଏ ବୋଲି କହିଥିଲେ ା ଓଡ଼ିଶା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳର ବିକାଶ ଲାଗି ୭୦-୭୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛନ୍ତି। ଅଗାମୀ ଦିନରେ ପଶ୍ଚିମବଙ୍ଗ ପରି ଓଡ଼ିଶାରେ ମଧ୍ୟ ‘ଖେଲା’ ଆରମ୍ଭ ହେବାକୁ ଯାଉଥିବା ସେ କହିଥିଲେ। ପଶ୍ଚିମ ମେଦିନୀପୁର ଜିଲାର ଦାନ୍ତୁନ ବିଧାୟକ ବିକ୍ରମ ପ୍ରଧାନ ଓଡିଶାର ବିକାଶ ବିଜୁ ବାବୁ ଓ ନବୀନ ପଟ୍ଟନାୟକଙ୍କ ସମୟରେ ସମ୍ଭବ ହୋଇଥିବା କହିଥିଲେ। ଆଞ୍ଚଳିକ ପରିବହନର ବିକାଶ ବିନା ସାମଗ୍ରିକ ବିକାଶ ଅସମ୍ଭବ ବୋଲି କହି ଆଗାମୀ ଦିନରେ ଏହି ରାସ୍ତା ସହିତ ପଶ୍ଚିମବଙ୍ଗପଟୁ ସଂଯୋଗ କରାଯିବ ବୋଲି କହିଥିଲେ। ସଭାରେ ପଶ୍ଚିମବଙ୍ଗର ବିଦ୍ୟାସାଗର କେନ୍ଦ୍ରୀୟ ବ୍ୟାଙ୍କ ଅଧ୍ୟକ୍ଷ ପ୍ରଦୀପ ପାତ୍ର, ଦାନ୍ତୁନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝରଣା ଦାସ, ସାମାଜିକ କର୍ମୀ ଶରତ ଚନ୍ଦ୍ର ପରିଡା, ନେତୁଆ ସରପଞ୍ଚ ମମତା ହୁଇ ଯୋଗଦେଇ ତାଙ୍କର ବହୁ ଦିନର ଆଶା ସଫଳ ହେବାକୁ ଯାଉଥିବା କହିଥିଲେ ା ମଞ୍ଚରେ ପଶ୍ଚିମବଙ୍ଗରୁ ଆସିଥିବା ଚନ୍ଦନ ବେରା, ନବକୁମାର ମହାପାତ୍ର, ରାଜୀବ ମହାନ୍ତି, ଭାଗବତ ଦାସ ଓ ନେତୁଆ ପଞ୍ଚାୟତରୁ କରୁଣାକର ପାତ୍ର, ଭୂପତି ମିର୍ଦ୍ଧା, ଅନାଦି ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ା ସୁକୁମାର ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ: ୧ ହଜାର କି.ଗ୍ରା. ପର୍ଯ୍ୟନ୍ତ ବହନ କରିବ ଯୁଦ୍ଧାସ୍ତ୍ର

ବାଲେଶ୍ୱର,୭ା୧୨(ମାନସ ବିଶ୍ୱାଳ): ଭଦ୍ରକ ଜିଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗୁରୁବାର ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି।...

ଭାଙ୍ଗିଲା କୁମ୍ଭକ୍ଷେତ୍ରର ହାଣ୍ଡି ଭେଳା:  ପାଣି ଭିତରେ ପର୍ଯ୍ୟଟକ 

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ଥିବା କୁମ୍ଭକ୍ଷେତ୍ରରେ ଅଘଟଣ  ଘଟିଛି। ହଠାତ୍‌ ହାଣ୍ଡି ଭେଳା...

ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ...

୧୫୩୮ ଶିକ୍ଷାନୁଷ୍ଠାନ ପରିସରରୁ ହଟିଲା ଟ୍ରାନ୍ସଫର୍ମର

ବାଲେଶ୍ୱର,୬।୧୨(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ଗୋଲେଇସ୍ଥିତ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନ୍‌ଓଡିଏଲ୍‌) ବିଦ୍ୟୁତ୍‌ ସେବା ବିତରଣରେ ସୁରକ୍ଷା ତଥା ନିରାପତ୍ତାକୁ ସର୍ବଦା...

ଇଚ୍ଛାଶକ୍ତି ବଢ଼ିବାକୁ ପ୍ରେରଣା ଦେଇଛି

ଖଇରା, ୩।୧୨(ଉତ୍କଳବନ୍ଧୁ ପଣ୍ଡା)ଜନ୍ମରୁ ସେ ଥିଲେ ଦିବ୍ୟାଙ୍ଗ। କେବଳ ବୌଦ୍ଧିକ ଅନଗ୍ରସର ନ ଥିଲେ, ଗୋଡ ୨ଟି ମଧ୍ୟ ଠିକ୍‌ ଭାବେ ପଡୁ ନ ଥିଲା...

ଶୂନ୍ୟବ୍ରହ୍ମଙ୍କୁ ଆରାଧନା କଲେ ୫୦ ହଜାର ଶ୍ରଦ୍ଧାଳୁ

ଖଇରା,୨୮।୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକର କୁପାରୀସ୍ଥିତ ଐତିହାସିକ ଶୂନ୍ୟମଣ୍ଡପରେ ପଞ୍ଚୁକ ମେଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ସମେତ ଆଖପାଖ ଜିଲାରୁ ୫୦ହଜାରରୁ...

ଏଟିଏମ୍‌ କାଟି ଅଖାରେ ପୂରାଇ ନେଇଗଲେ ୨୦ ଲକ୍ଷ

ବାହାନଗା, ୨୭ା୧୧(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବଜାର ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ବଡଧରଣର ଲୁଟ୍‌ ହୋଇଛି। ବଜାରଠାରୁ ଶହେ ମିଟର...

ପୁରୀ ଯାଉଥିଲେ ରାସ୍ତାରେ ଜାଣିଲେ ନିଆଁ ଲାଗି ଜଳିଗଲା ଝିଅ ବାହାଘର ପାଇଁ ରଖିଥିବା ସୁନାଗହଣା, ନଗଦ ଟଙ୍କା

ଔପଦା, ୨୭।୧୧(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଗରୁଡ଼ହତା ଗ୍ରାମର ବସନ୍ତ ରାଉତ ଓ ତାଙ୍କ ସାନ ଭାଇ ଶ୍ରୀକାନ୍ତଙ୍କ ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri