ନେତୁଆ-ଆଡ଼ିନଗା ରାସ୍ତା ପାଇଁ ୮.୦୮ କୋଟି ମଞ୍ଜୁର

ଜଳେଶ୍ୱର,୨୦।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ଉପାନ୍ତ ଗ୍ରାମ ସହିତ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲା ମୋହନପୁର ସହିତ ଗମନାଗମନ ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଆନ୍ତଃ ରାଜ୍ୟ ସଂଯୋଗୀକରଣ ଯୋଜନା ପାଣ୍ଠିରୁ ୮କୋଟି ୮ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ା
ଫଳରେ ଉପାନ୍ତରେ ଦୁଇ ରାଜ୍ୟର ବିକାଶ ଘଟିବ ବୋଲି ଦୁଇ ରାଜ୍ୟର ବିଧାୟକମାନେ ମତବ୍ୟକ୍ତ କରିଛନ୍ତି ା
ନିର୍ବାଚନମଣ୍ଡଳୀ ନେତୁଆ ପଞ୍ଚାୟତ ଅଫିସ୍‌ଠାରୁ ଆଡିନଗା-କମାରଶାଳିଆ ଭାୟା ସେକବଙ୍ଗାଳ ଦେଇ ୩ କି.ମି. ଆନ୍ତଃ ରାଜ୍ୟ ସଂଯୋଗୀକରଣ ରାସ୍ତା ନିର୍ମାଣ ଲାଗି ମଞ୍ଜୁରୀ ମିଳିଛି। ଏହି ଉପଲକ୍ଷେ ନେତୁଆ ପଞ୍ଚାୟତର ସାହାପୁରଠାରେ ଅନୁଷ୍ଠିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍‌ ଡ. ବିଜୟ କୁମାର ମହାନ୍ତି ଅଧ୍ୟକ୍ଷତା କରି ଏହି ରାସ୍ତା ଫଳରେ ଦୁଇ ଉପାନ୍ତ ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତି ବୃଦ୍ଧି ପାଇବ ବୋଲି କହିଥିଲେ ା
ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଯୋଜନାରେ ସମଗ୍ର ରାଜ୍ୟରେ ୩ଟି ରାସ୍ତାକୁ ମଞ୍ଜୁରୀ ଦେଇଥିବା ବେଳେ ସେଥିମଧ୍ୟରୁ ଏହା ଗୋଟିଏ ବୋଲି କହିଥିଲେ ା ଓଡ଼ିଶା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳର ବିକାଶ ଲାଗି ୭୦-୭୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛନ୍ତି। ଅଗାମୀ ଦିନରେ ପଶ୍ଚିମବଙ୍ଗ ପରି ଓଡ଼ିଶାରେ ମଧ୍ୟ ‘ଖେଲା’ ଆରମ୍ଭ ହେବାକୁ ଯାଉଥିବା ସେ କହିଥିଲେ। ପଶ୍ଚିମ ମେଦିନୀପୁର ଜିଲାର ଦାନ୍ତୁନ ବିଧାୟକ ବିକ୍ରମ ପ୍ରଧାନ ଓଡିଶାର ବିକାଶ ବିଜୁ ବାବୁ ଓ ନବୀନ ପଟ୍ଟନାୟକଙ୍କ ସମୟରେ ସମ୍ଭବ ହୋଇଥିବା କହିଥିଲେ। ଆଞ୍ଚଳିକ ପରିବହନର ବିକାଶ ବିନା ସାମଗ୍ରିକ ବିକାଶ ଅସମ୍ଭବ ବୋଲି କହି ଆଗାମୀ ଦିନରେ ଏହି ରାସ୍ତା ସହିତ ପଶ୍ଚିମବଙ୍ଗପଟୁ ସଂଯୋଗ କରାଯିବ ବୋଲି କହିଥିଲେ। ସଭାରେ ପଶ୍ଚିମବଙ୍ଗର ବିଦ୍ୟାସାଗର କେନ୍ଦ୍ରୀୟ ବ୍ୟାଙ୍କ ଅଧ୍ୟକ୍ଷ ପ୍ରଦୀପ ପାତ୍ର, ଦାନ୍ତୁନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝରଣା ଦାସ, ସାମାଜିକ କର୍ମୀ ଶରତ ଚନ୍ଦ୍ର ପରିଡା, ନେତୁଆ ସରପଞ୍ଚ ମମତା ହୁଇ ଯୋଗଦେଇ ତାଙ୍କର ବହୁ ଦିନର ଆଶା ସଫଳ ହେବାକୁ ଯାଉଥିବା କହିଥିଲେ ା ମଞ୍ଚରେ ପଶ୍ଚିମବଙ୍ଗରୁ ଆସିଥିବା ଚନ୍ଦନ ବେରା, ନବକୁମାର ମହାପାତ୍ର, ରାଜୀବ ମହାନ୍ତି, ଭାଗବତ ଦାସ ଓ ନେତୁଆ ପଞ୍ଚାୟତରୁ କରୁଣାକର ପାତ୍ର, ଭୂପତି ମିର୍ଦ୍ଧା, ଅନାଦି ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ା ସୁକୁମାର ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri