Odisha Elections 2024

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଚାଲୁ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକେ ଜବକାର୍ଡଧାରୀ କାର୍ଯ୍ୟ ପାଇଁ ଆବେଦନ କରିବେ। ଆବେଦନ କରିଥିବା ଶ୍ରମିକମାନଙ୍କୁ ପ୍ରଶାସନ ତରଫରୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯିବ। ଜବ୍‌କାର୍ଡଧାରୀଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ବ୍ଲକସ୍ତରରେ କାର୍ଯ୍ୟକ୍ରମ ଅଧିକାରୀ (ବିଡିଓ) ଅତିରିକ୍ତ କାଯର୍‌ୟକ୍ରମ ଅଧିକାରୀ (ଏପିଓ) ଏବଂ ପଞ୍ଚାୟତସ୍ତରରେ ଜିଆର୍‌ଏସ୍‌ ଓ ଗାଁ ସାଥୀ ନିଯୁକ୍ତ ହୋଇଛନ୍ତି। କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଏନ୍‌ଏମ୍‌ଏମ୍‌ଏସ୍‌ ଆପ୍‌ ବାଧ୍ୟତାମୂଳକ କରାଯାଇଛି। ତେବେ ନାଉଗାଁ ବ୍ଲକର ଶିଖର ପଞ୍ଚାୟତର ସରପଞ୍ଚ କବିତା ନାୟକଙ୍କ ପରିବାରରୁ ଉକ୍ତ ଯୋଜନାରେ ୩ ଜଣ ଶ୍ରମିକ କାର୍ଯ୍ୟ କରିଥିବା ନେଇ ଏମ୍‌ଜିଏନ୍‌ଆରଇଜିଏସ୍‌  ପୋର୍ଟାଲରୁ ଜଣାଯାଇଛି। ଉକ୍ତ ତଥ୍ୟ ଅନୁସାରେ ସରପଞ୍ଚ କବିତା ନାୟକଙ୍କ ସ୍ବାମୀ ବୈକୁଣ୍ଠ ନାୟକ, ପୁତ୍ର ବିକାଶ ରଞ୍ଜନ ନାୟକ ଓ ଝିଅ ଶୁଭସ୍ମିତା ନାୟକଙ୍କ ନାମ ସେଥିରେ ଉଲ୍ଲେଖ ରହିଛି।

୨୦୨୨-୨୩ ଆର୍ଥତ୍କ ବର୍ଷରେ ପାଟେଣି ଗାଁ ଅମୃତ ସରୋବର ପୁନରୁଦ୍ଧାର କାଯର୍‌ୟରେ ବୈକୁଣ୍ଠ ଓ ଶୁଭସ୍ମିତାଙ୍କ ନାମରେ ୧୪ଟି କାର୍ଯ୍ୟ ଦିବସ ରହିଛି। ଉକ୍ତ କାର୍ଯ୍ୟ ଦିବସ ବାବଦରେ ଉଭୟଙ୍କୁ ୩ ହଜାର ୧ଶହ ୮ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ପାଟେଣିଗାଁ ଖେଳ ପଡିଆ ଓ ପାଟେଣୀ ଗାଁ ହୁରା ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ବିକାଶ ରଞ୍ଜନ ନାୟକଙ୍କ ନାମରେ ୨୫ଟି କାର୍ଯ୍ୟ ଦିବସ ରହିଛି। ଏହି ବାବଦରେ ୫ ହଜାର ୩ ଶହ ୮୫ ଟଙ୍କା ପ୍ରଦାନ କରାଯାଇଛି। ୨୦୨୩-୨୪ ଆର୍ଥତ୍କ ବର୍ଷରେ ବିଭିନ୍ନ ପ୍ରକଳ୍ପ ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାଟେଣି ଗଁା ଅମୃତ ସରୋବର ପୁନରୁଦ୍ଧାର ଆଦି କାର୍ଯ୍ୟରେ ବୈକୁଣ୍ଠନାଥ ଓ ଶୁଭସ୍ମିତାଙ୍କ ନାମରେ ୭୦ଟି କାଯ୍ୟ ଦିବସ ଦିଆଯାଇଥିବା ପୋଟାର୍ଲରେ ଉଲ୍ଲେଖ ରହିଛି। ଏହି ବାବଦରେ ସେମାନଙ୍କୁ ୧୬ ହଜାର ୫ ଶହ ୯୦ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଉକ୍ତ ଆର୍ଥିକ ବର୍ଷରେ ବିକାଶ ନାୟକଙ୍କ ନାମରେ ବିଭିନ୍ନ ପ୍ରକଳ୍ପରେ ୩୫ଟି କାର୍ଯ୍ୟ ଦିବସ ଦିଆଯାଇ ୮ ହଜାର ୨ଶହ ୯୫ ଟଙ୍କା ପ୍ରଦାନ କରାଯାଇଛି। ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଉକ୍ତ ଯୋଜନାରେ ସରପଞ୍ଚଙ୍କ ପରିବାର କିପରି ସାମିଲ ହୋଇଛନ୍ତି ବୋଲି ରାଜ୍ୟ ଭାଜପା ଅନୁସୂଚିତ ଜାତିର ପର୍ଯ୍ୟବେକ୍ଷକ ରତ୍ନାକର ତରାଇ ପ୍ରଶ୍ନ କରିଛନ୍ତି।

ସରପଞ୍ଚ ନାୟକଙ୍କ ଝିଅ, ପୁଅ ବାହାରେ ରହୁଥିବା ବେଳେ ଜବ୍‌କାର୍ଡ କାର୍ଯ୍ୟ କିପରି କଲେ ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି। ତେଣୁ ଉକ୍ତ ପଞ୍ଚାୟତରେ ବିଭିନ୍ନ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ସମୟରେ ଏନ୍‌ଏମଏମଏସ୍‌ ଆପ୍‌ର ଠିକ୍‌ ଭାବେ ବ୍ୟବହାର କରାଯାଇ ଫଟୋ ଉତ୍ତୋଳନ କରାଯାଇ ନାହିଁ ବୋଲି ତରାଇ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ସରପଞ୍ଚ କବିତା ନାୟକଙ୍କୁ ପଚାରିବାରେ, ସେ କୌଣସି ଉତ୍ତର ନ ଦେଇ ମୋବାଇଲ୍‌ ଫୋନ କାଟି ଦେଇଥିଲେ। ଏସମ୍ପର୍କରେ ବିଡିଓ ତପନ ମହାପାତ୍ର କହିଛନ୍ତି, କାର୍ଯ୍ୟଗୁଡ଼ିକ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାମୁସାହିରେ ପାଣି ପାଇଁ ହାହାକାର

ଓଡ଼ଗାଁ,୧୮ା୫(ଆଦର୍ଶ କୁମାର ପଟ୍ଟନାୟକ): କିଛିଦିନ ତଳେ ପାଣି ଯୋଗାଣକୁ ନେଇ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ଲାଇନ୍‌ ସଂଯୋଗ ପାଇଁ...

ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ

ଡେରାବିଶ, ୧୮ା୫(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ। ୨୦୨୨ ମସିହାରେ...

ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ମହିଳା

ରଘୁନାଥପୁର,୧୮ା୫(ରାଜେନ୍ଦ୍ର ନାରାୟଣ ସିଂହ):ପାଇଥିବା ମନିପର୍ସ ଫେରାଇ ସଚ୍ଚୋଟ ପଣିଆର ପରିଚୟ ଦେଇଛନ୍ତି ଜଣେ ମହିଳା। ସେ ହେଲେ ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମର ଅହମ୍ମଦ ରାଜା...

୮୬୭ ବୁଥ୍‌ରେ ହେବ ୱେବ୍‌କାଷ୍ଟିଂ

କେନ୍ଦ୍ରାପଡ଼ା,୧୮ା୫(ଜଗନ୍ନାଥ ଧଳ): ଜୁନ୍‌ ୧ରେ ସାଧାରଣ ନିର୍ବାଚନର ମତଦାନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ୍‌ ୧୪୪୫ ମଧ୍ୟରୁ...

ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଆୟକର ବିଭାଗ ୪ ଘଣ୍ଟା...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆଜି ସରିବ ପ୍ରଚାର

ଭୁବନେଶ୍ୱର,୧୮।୫: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସରିବ ପ୍ରଚାର। ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ...

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri