ଅଶୁକୀ ଜଙ୍ଗଲରେ ୨୨ ହାତୀ

ଝୁମ୍ପୁରା, ୧୦।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ବାଲିବନ୍ଧ ଫରେଷ୍ଟ, ଲକ୍ଷ୍ମୀପଶି ବିଟ ଅନ୍ତର୍ଗତ ଅଶୁକୀ ଜଙ୍ଗଲରେ ଦୁଇ ଦିନ ହେବ ମୟୂରଭଞ୍ଜ ଅଞ୍ଚଳରୁ ଚାଲି ଆସିଥିବା ୨୨ଟିକିଆ ହାତୀପଲ ରହୁଛନ୍ତି। ଅଶୁକୀ ଜଙ୍ଗଲ ପାର୍ଶ୍ୱରେ ଅରଡେଇ ନଦୀ ବୋହି ଯାଉଥିବା ବେଳେ, ଖାଦ୍ୟ ଓ ପାନୀୟ ମିଳି ଯାଉଥିବାରୁ ହାତୀ ପଲ ଯାଇପାରୁ ନାହାନ୍ତି ବୋଲି ବନ ବିଭାଗ ସୂତ୍ରରୁ ଜଣା ପଡିଛି। ଏହି ୨୨ ଟିକିଆ ହାତୀ ପଲରେ ୫ଟି ଛୁଆ ହାତୀ ରହିଥିବା ଫରେଷ୍ଟର ଖଗେଶ୍ୱର ବାରିକ ସୂଚନା ଦେଇଛନ୍ତି। ୨ଦିନରେ ହାତୀ ପଲ ଏହି ଜଙ୍ଗଲ ପାଖ ବଳଭଦ୍ରପୁରରେ ୪ଟି ଘର ଭାଙ୍ଗିଥିବା ବେଳେ, ନଦୀକୂଳରେ ଥିବା ଗ୍ରାମବାସୀଙ୍କର ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜାଡି ଦେଇଛନ୍ତି। ସେହିପରି ନିକଟସ୍ଥ ପାର୍ବତୀପୁରରେ ଦାଶରଥି ମୁଣ୍ଡାଙ୍କର ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ବଳଭଦ୍ରପୁରରେ ଘର ଭାଙ୍ଗିବା ନେଇ କ୍ଷତିଗ୍ରସ୍ତ ଖଗେଶ୍ୱର ତନ୍ତୀ, ଲକ୍ଷ୍ମୀଧର ମାଝୀ, ଗଣେଶ ମାଝୀ, ଜିତୁ ମାଝୀ ଅଭିଯୋଗ କରିଛନ୍ତି। ଜଙ୍ଗଲ ପାଶର୍‌ବରେ ଗ୍ରାମବାସୀଙ୍କର ଗହଳି ଲାଗିଥିବାରୁ ଓ ପାଟିତୁଣ୍ଡ କରୁଥିବାରୁ ଜଙ୍ଗଲ ଭିତରେ ହାତୀପଲ ଏଣେତେଣେ ବୁଲୁଥିବା ଦେଖାଯାଇଛି। ଜଙ୍ଗଲ ବିଭାଗର କର୍ମଚାରୀମାନେ ହାତୀପଲଙ୍କୁ ଜଗି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନୋରଞ୍ଜନ ମନସ୍କ ହେବ ଅନୁଗୋଳ

ଅନୁଗୋଳ ଅଫିସ,୮।୪ କରୋନା କଷଣ ଯୋଗୁ ଦୀର୍ଘ ୨ ବର୍ଷ ହେବ ସଜେଇ ହୋଇ ନ ଥିବା ମଞ୍ଚ ଶୁକ୍ରବାର ସଜ୍ଜିତ ହେବ। ଲାଇଟ୍‌, ସାଉଣ୍ଡ...

ବିଧାନସଭା ନିର୍ବାଚନ ଫଳ: ପ୍ରଥମ ବିଜୟୀ ହେଲେ ନବରଙ୍ଗପୁରର ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ

ନବରଙ୍ଗପୁର, ୨୩।୫(ବି.ପ୍ର.)- ନବରଙ୍ଗପୁର ବିଧାନସଭା ଆସନରେ ଶେଷ ରାଉଣ୍ଡ ଗଣତି ସରିବା ପରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଥିବା ଜଣାପଡିଛି। ନିକଟତମ ପ୍ରତିଦ୍ୱନ୍ଦ୍ୱୀ...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ:ଗଠନ ହେଲା ସଚିବସ୍ତରୀୟ କମିଟି

ଭୁବନେଶ୍ୱର,୩୦-୮(ବ୍ୟୁରୋ):ଦୀର୍ଘଦିନ ଧରି ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ଜୋର୍‌ ଧରିଛି। ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତର ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା...

ତାଲିକା ତାରିଖ ଘୁଞ୍ଚି ଚାଲିଛି

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଓଏଏସ୍‌, ଓପିଏସ୍‌, ରାଜସ୍ବ, ଅର୍ଥ, ଜଙ୍ଗଲ ଭଳି ସମସ୍ତ ବିଭାଗର ସରକାରୀ ଅଧିକାରୀ ଏବଂ କର୍ମଚାରୀ ସେମାନଙ୍କ...

ମାନସ ସ୍ବାଇଁ ହତ୍ୟା ମାମଲା: ଚାନ୍ଦବାଲି କୋର୍ଟରେ ହାଜର ହେଲେ ୮ ଅଭିଯୁକ୍ତ

ଭଦ୍ରକ ଅଫିସ,୨୨।୪: ମାନସ ସ୍ବାଇଁ ହତ୍ୟା ମାମଲାରେ ଶୁକ୍ରବାର ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀଙ୍କ ସମେତ ୮ଜଣଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଛି। ଭଦ୍ରକ...

‘ଯେଁଉଠି ଥିଲେ ବି ବିଦେଶ ଫେରନ୍ତାଙ୍କୁ ଠାବ କରାଯିବ’

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ବିଶ୍ୱକୁ ଏବେ ଓମିକ୍ରନ ଚିନ୍ତା ଘାରିଥିବା ବେଳେ ଓଡ଼ିଶାରେ ମଧ୍ୟ ସମାନ ରୂପ ଦେଖବାକୁ ମିଳୁଛି। ଯଦିଓ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଓମିକ୍ରନ...

୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବାରେ ରେକର୍ଡ

ଭୁବନେଶ୍ୱର,୧୬ା୫ (ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ମାର୍ଚ୍ଚ ଓ ଏପ୍ରିଲ୍‌ରେ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ରେକର୍ଡ ସଂଖ୍ୟକ ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇଛି। ମୟୂରଭଞ୍ଜରେ...

ଚା’ପତି ବଦଳରେ କୀଟନାଶକ: ଚା’ ପିଇ ୧୧ ଗୁରୁତର

ଭୋଗରାଇ,୧୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ରଣସିଙ୍ଗପୁର ଗ୍ରାମର ଏକ ବିବାହ ଭୋଜିରେ ଚା’ ପିଇ ବୁଧବାର ୧୧ ଜଣ ଗୁରୁତର ହୋଇଛନ୍ତି l...

Advertisement
Archives

Model This Week