ପାକିସ୍ତାନରେ ୧୨ ବିଦେଶୀ ଆତଙ୍କବାଦୀ ସଙ୍ଗଠନ

ଓ୍ବାଶିଂଟନ, ୨୯।୯: ପାକିସ୍ତାନ ଅନୂ୍ୟନ ୧୨ଟି ବିଦେଶୀ ଆତଙ୍କବାଦୀ ସଂଗଠନକୁ ଆଶ୍ରୟ ଦେଇଥିବା ଆମେରିକା କଂଗ୍ରେସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ସେଥିରୁ ଲଶ୍କର-ଇ-ତୋଇବା, ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଭଳି ୫ଟି ସଂଗଠନର ଟାର୍ଗେଟରେ ଭାରତ ରହିଛି। ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପର ପେଣ୍ଠସ୍ଥଳ। ଆତଙ୍କବାଦ ଟାର୍ଗେଟକୁ ନେଇ ଉକ୍ତ ସଂଗଠନଗୁଡ଼ିକୁ ୫ ଭାଗରେ ବିଭକ୍ତ କରାଯାଇଛି। କେତେକ ଗୋଷ୍ଠୀ ପୂରା ବିଶ୍ୱକୁ ଟାର୍ଗେଟ କରୁଥିବାବେଳେ ଅନ୍ୟ କେତେକ ଆଫଗାନିସ୍ତାନ, ଭାରତ ତଥା କଶ୍ମୀର, ଦେଶ ଭିତରେ ଏବଂ ସିଆ ମୁସଲମାନଙ୍କୁ ଟାର୍ଗେଟ କରିଥାନ୍ତି ବୋଲି କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସ (ସିଆର୍‌ଏସ୍‌) ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତ ସପ୍ତାହରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା କ୍ୱାଡ୍‌ ସମିଟି ଆୟୋଜନ ଅବସରରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା।
୮୦ ଦଶକରେ ପାକିସ୍ତାନରେ ସୃଷ୍ଟ ଲଶ୍କର ସଂଗଠନ୨୦୦୧ରେ ବିଦେଶୀ ଆତଙ୍କବାଦୀ ସଂଗଠନ (ଏଫ୍‌ଟିଓ) ଭାବେ ପରିଚିତ ହୋଇଥିଲା। ୨୦୦୮ ମୁମ୍ବାଇ ଆକ୍ରମଣ ସହ ଅନେକ ବଡ଼ ଆକ୍ରମଣ ସହ ଏହି ସଂଗଠନ ଜଡ଼ିତ। ୨୦୦୦ରେ କଶ୍ମୀରୀ ଆତଙ୍କବାଦୀ ନେତା ମାସୁଦ୍‌ ଆଝାରଙ୍କ ଦ୍ୱାରା ଜୈଶ-ଇ-ମହମ୍ମଦ ଗଠିତ ହୋଇଥିଲା ଏବଂ ୨୦୦୧ରେ ଏହା ଏଫ୍‌ଟିଓର ମାନ୍ୟତା ପାଇଥିଲା। ୨୦୦୧ରେ ଭାରତର ପାର୍ଲାମେଣ୍ଟ ଭବନ ସହ ବିଭିନ୍ନ ଆକ୍ରମଣରେ ଏହି ସଂଗଠନ ସମ୍ପୃକ୍ତ। ସୋଭିଏଟ୍‌ ସୈନ୍ୟବାହିନୀ ସହ ଲଢ଼ିବା ପାଇଁ ୧୯୮୦ରେ ଆଫଗାନିସ୍ତାନରେ ଗଠିତ ହୋଇଥିବା ହରକତ୍‌-ଉଲ୍‌ ଜିହାଦ ଇସ୍‌ଲାମୀ (ହୁଜି) ୨୦୧୦ରେ ଏଫ୍‌ଟିଓ ଭାବେ ଗଣାହୋଇଥିଲା। ୧୯୮୯ରୁ ଏହା ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଇବା ସହ ଆଫଗାନ ତାଲିବାନକୁ ଆତଙ୍କବାଦୀ ଯୋଗାଇଥାଏ। ସେହିପରି ୧୯୮୯ରେ ସୃଷ୍ଟି ହୋଇଥିବା ହିଜ୍‌ବୁଲ ମୁଜାହିଦ୍ଦିନ ୨୦୧୭ରେ ଏଫ୍‌ଟିଓ ପରିଚୟ ହାସଲ କରିଥିଲା। ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ଗ୍ରୁପ୍‌ ମଧ୍ୟରୁ ଏହା ସବୁଠୁ ପୁରୁଣା ଓ ବୃହତ୍ତମ ସଂଗଠନ ବୋଲି ସିଆର୍‌ଏସ୍‌ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri