କଟକ ଅଫିସ,୧୬ା୧୨: କଟକ ଜିଲାର ମୋଟ ୨୧୧ଟି ପ୍ରାଣୀଧନ ସହାୟକ କେନ୍ଦ୍ର ରହିଛି। ହେଲେ ପ୍ରାଣୀଧନ ନିରୀକ୍ଷକ, ଡାକ୍ତର, ଆଟେଣ୍ଡାଣ୍ଟ ପଦବୀ ଖାଲି ପଡିଥିବାରୁ ପ୍ରାଣୀ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ଏଥିସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ। ବିଭାଗୀୟ ସୂଚନା ଅନୁଯାୟୀ, ଜିଲାର ପ୍ରାୟ ୧୧୪ଟି କେନ୍ଦ୍ରରେ ଆଟେଣ୍ଡାଣ୍ଟ ପଦବୀ ଖାଲିପଡିଛି। ଗ୍ରାମାଞ୍ଚଳରେ ପ୍ରାଣୀ ଚିକିତ୍ସା ଓ କ୍ଷେତ୍ର ସର୍ବେକ୍ଷଣ ଭଳି ସମସ୍ତ କାର୍ଯ୍ୟରେ ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଭୂମିକା ବେଶ୍ ଗୁରୁତ୍ୱ ବହନ କରିଥାଏ ା ସରକାର ଟିକାକରଣ ଅଭିଯାନକୁ ଗୁରୁତ୍ୱ ଦେଉଥିଲେ ମଧ୍ୟ ଏହି କର୍ମଚାରୀଙ୍କ ଅଭାବ ଯୋଜନାର ସଫଳତାକୁ ପ୍ରଭାବିତ କରିଛି ା ହେଲେ ଏତେ ମାତ୍ରାରେ ପଦବୀ ଖାଲି ପଡିଥିବାରୁ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସେହିପରି ୯୬ଟି ପ୍ରାଣୀଧନ ନିରୀକ୍ଷକ ପଦବୀ ମଧ୍ୟରୁ ୩୬ଟି ପଦବୀ ଖାଲି ପଡିଛି। ଏହାବ୍ୟତୀତ ଜିଲାରେ ୫୯ ଡାକ୍ତର ପଦବୀ ଅନୁମୋଦନ ଥିବାସ୍ଥଳେ ୧୫ଟି ସ୍ଥାନରେ ଡାକ୍ତର ନାହାନ୍ତି ା ମୁଖ୍ୟତଃ ବାଙ୍କୀ ଉପଖଣ୍ଡରେ ଏସ୍ଡିଭିଓ ପଦବୀ ଖାଲି ପଡିଥିବାରୁ ଗୋ-ପାଳକମାନଙ୍କ ନଥିପତ୍ର କାମ ଦୀର୍ଘଦିନ ଧରି ପଡିରହିଛି। କମ୍ କର୍ମଚାରୀରେ ଜିଲାରେ ସମସ୍ତ ଯୋଜନା ପାଇଁ ଟାର୍ଗେଟ ଅଧିକ ଦିଆଯାଇଛି। ଫଳରେ ଟାର୍ଗେଟ୍ ପୂରଣ କରି ନ ପାରି ଅନେକ କର୍ମଚାରୀ ମାନସିକ ଚାପରେ ରହୁଛନ୍ତି ା କଟକ ଜିଲାରେ ପ୍ରାୟ ୨୦ହଜାର ପ୍ରବାସୀଙ୍କ ପାଇଁ ମତ୍ସ୍ୟଚାଷ, ଗୋପାଳନ ଓ କୁକୁଡା ଚାଷ ଲାଗି ଯୋଜନା ରଖାଯାଇଛି। କିନ୍ତୁ ମାନବ ସମ୍ବଳର ଅଭାବ ଯୋଗୁ ଉପରୋକ୍ତ ଯୋଜନା ସଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ଜିଲା ପ୍ରାଣୀଧନ ଅଧିକାରୀ ଡା. କେଶବ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ, ସରକାରଙ୍କ ପକ୍ଷରୁ କରୋନା ପାଇଁ କଟକଣା ରହିଛି। ତଥାପି ଖାଲି ପଦବୀଗୁଡିକ ପୂରଣ ପାଇଁ ପ୍ରକ୍ରିୟା ଚାଲିଛି ା
Posted inଆମ ଜିଲା ଖବର, କଟକ View All
ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ
ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…
ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ
କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…
ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର
ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…
ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ
ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…
ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍ ଗଲେ ଯୁବକ
ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…
ଶାଳକଙ୍କୁ ଏସିଡ୍ ଫିଙ୍ଗି ବନ୍ଧା ହେଲେ ଭିଣୋଇ
ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…
ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…
ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…
ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…
କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…
Archives

