୧୧୪ ଆଟେଣ୍ଡାଣ୍ଟ, ୩୬ ପ୍ରାଣୀଧନ ନିରୀକ୍ଷକ ପଦବୀ ଖାଲି

କଟକ ଅଫିସ,୧୬ା୧୨: କଟକ ଜିଲାର ମୋଟ ୨୧୧ଟି ପ୍ରାଣୀଧନ ସହାୟକ କେନ୍ଦ୍ର ରହିଛି। ହେଲେ ପ୍ରାଣୀଧନ ନିରୀକ୍ଷକ, ଡାକ୍ତର, ଆଟେଣ୍ଡାଣ୍ଟ ପଦବୀ ଖାଲି ପଡିଥିବାରୁ ପ୍ରାଣୀ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ଏଥିସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ। ବିଭାଗୀୟ ସୂଚନା ଅନୁଯାୟୀ, ଜିଲାର ପ୍ରାୟ ୧୧୪ଟି କେନ୍ଦ୍ରରେ ଆଟେଣ୍ଡାଣ୍ଟ ପଦବୀ ଖାଲିପଡିଛି। ଗ୍ରାମାଞ୍ଚଳରେ ପ୍ରାଣୀ ଚିକିତ୍ସା ଓ କ୍ଷେତ୍ର ସର୍ବେକ୍ଷଣ ଭଳି ସମସ୍ତ କାର୍ଯ୍ୟରେ ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଭୂମିକା ବେଶ୍‌ ଗୁରୁତ୍ୱ ବହନ କରିଥାଏ ା ସରକାର ଟିକାକରଣ ଅଭିଯାନକୁ ଗୁରୁତ୍ୱ ଦେଉଥିଲେ ମଧ୍ୟ ଏହି କର୍ମଚାରୀଙ୍କ ଅଭାବ ଯୋଜନାର ସଫଳତାକୁ ପ୍ରଭାବିତ କରିଛି ା ହେଲେ ଏତେ ମାତ୍ରାରେ ପଦବୀ ଖାଲି ପଡିଥିବାରୁ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସେହିପରି ୯୬ଟି ପ୍ରାଣୀଧନ ନିରୀକ୍ଷକ ପଦବୀ ମଧ୍ୟରୁ ୩୬ଟି ପଦବୀ ଖାଲି ପଡିଛି। ଏହାବ୍ୟତୀତ ଜିଲାରେ ୫୯ ଡାକ୍ତର ପଦବୀ ଅନୁମୋଦନ ଥିବାସ୍ଥଳେ ୧୫ଟି ସ୍ଥାନରେ ଡାକ୍ତର ନାହାନ୍ତି ା ମୁଖ୍ୟତଃ ବାଙ୍କୀ ଉପଖଣ୍ଡରେ ଏସ୍‌ଡିଭିଓ ପଦବୀ ଖାଲି ପଡିଥିବାରୁ ଗୋ-ପାଳକମାନଙ୍କ ନଥିପତ୍ର କାମ ଦୀର୍ଘଦିନ ଧରି ପଡିରହିଛି। କମ୍‌ କର୍ମଚାରୀରେ ଜିଲାରେ ସମସ୍ତ ଯୋଜନା ପାଇଁ ଟାର୍ଗେଟ ଅଧିକ ଦିଆଯାଇଛି। ଫଳରେ ଟାର୍ଗେଟ୍‌ ପୂରଣ କରି ନ ପାରି ଅନେକ କର୍ମଚାରୀ ମାନସିକ ଚାପରେ ରହୁଛନ୍ତି ା କଟକ ଜିଲାରେ ପ୍ରାୟ ୨୦ହଜାର ପ୍ରବାସୀଙ୍କ ପାଇଁ ମତ୍ସ୍ୟଚାଷ, ଗୋପାଳନ ଓ କୁକୁଡା ଚାଷ ଲାଗି ଯୋଜନା ରଖାଯାଇଛି। କିନ୍ତୁ ମାନବ ସମ୍ବଳର ଅଭାବ ଯୋଗୁ ଉପରୋକ୍ତ ଯୋଜନା ସଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ଜିଲା ପ୍ରାଣୀଧନ ଅଧିକାରୀ ଡା. କେଶବ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ, ସରକାରଙ୍କ ପକ୍ଷରୁ କରୋନା ପାଇଁ କଟକଣା ରହିଛି। ତଥାପି ଖାଲି ପଦବୀଗୁଡିକ ପୂରଣ ପାଇଁ ପ୍ରକ୍ରିୟା ଚାଲିଛି ା


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri