ସାଇକେଲରେ ସେମାନଙ୍କ ସଂସାର

ସମ୍ବଲପୁର,୨୮ା୫(ବ୍ୟୁରୋ): ଏହି ୩ ଚକିଆ ସାଇକେଲରେ ଆମ ସଂସାର ା ସକାଳ ସୂର୍ଯ୍ୟ ଉଦୟ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପୁରା ପିଲା ଛୁଆ ଧରି ପରିବାର ଅଧିକ ସମୟ ସାଇକେଲରେ ବିତି ଯାଇଥାଏ। ସାଇକେଲରେ ପୁରା ପରିବାର ରୋଜଗାର ଅନ୍ବେଷଣରେ ବାହାରି ଯାଇଥାଉ। ବିଭିନ୍ନ ଜନଗହଳି ସ୍ଥାନକୁ ଯାଇ ଲୋକଙ୍କଠୁ ଖାଇବା ଓ ଆର୍ଥତ୍କ ସହଯୋଗ ଦେବାକୁ ହାତ ପାତିଥାଉ। ଅନେକ ବଦାନ୍ୟ ବ୍ୟକ୍ତି ମଧ୍ୟ ସହଯୋଗ କରନ୍ତି। ପରିବାରକୁ ଦୁଇମୁଠା ଖାଇବାକୁ ମିଳି ଯାଇଥାଏ। ହେଲେ ଖରା ବର୍ଷା ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଛାତ ଖଣ୍ଡିଏ ନାହିଁ। ଏଭଳି ପରିସ୍ଥିତିରେ ଘର କରିବା ଅସମ୍ଭବ। ତେଣୁ ସରକାରୀ ଯୋଜନାରେ ଘର ଖଣ୍ଡିଆ ଯୋଗାଇ ଦିଆଯାଉ ବୋଲି କହିଛନ୍ତି ଯୁଯୁମୁରା ବ୍ଳକ କୟାକୁଦ ଗ୍ରାମର ବୁଧୁରାମ ଶବର ା ବୁଧୁଙ୍କ କହିବା ଅନୁସାରେ ସେ ପିଲାଦିନରୁ ଦିବ୍ୟାଙ୍ଗ। ବହୁକଷ୍ଟରେ ଜୀବନ କଟି ଯୁବାବସ୍ଥା ଅତିବାହିତ ହୋଇଥିଲା। ପରେ ସ୍ତ୍ରୀ ସମାରୀ ଜୀବନରେ ଆସିଥିଲେ ା ଯେତେ ଦୁଃଖକଷ୍ଟ ଥିଲା, ଅର୍ଦ୍ଧାଙ୍ଗୀନୀ ସବୁ ଭାଗ କରି ନେଲେ। ଏବେ ମଧ୍ୟ ପରିବାର ପ୍ରତିପୋଷଣ ଓ ଅନ୍ୟ ସବୁ ଦୁଃଖସୁଖରେ ସାଥି ହୋଇ ଛିଡା ହୋଇଛନ୍ତି। ୫ବର୍ଷର ଗୋଟିଏ ଝିଅ ଓ ଦୁଇ ବର୍ଷର ଗୋଟିଏ ପୁଅ। ବେଶ ଖୁସିରେ ପରିବାର। ହେଲେ ଆର୍ଥିକ ଅନଟନ ଏବେ ବଡ ସମସ୍ୟା ହୋଇ ଦେଖା ଦେଇଛି। ଦୁଇ ପିଲାଙ୍କୁ ନେଇ ଏହି ତିନି ଚକିଆ ସାଇକେଲରେ ମାଗିବାକୁ ନିକଟସ୍ଥ ଗ୍ରାମ ଓ ବଜାରକୁ ଯାଇଥାଉ। ପରିବାର ଦୁଃଖ ଦେଖିଲେ ଲୋକମାନେ ଟଙ୍କା ଓ ଖାଇବା ସାମଗ୍ରୀ ଦିଅନ୍ତି। ହାତରେ ପାଇଡେଲ ମାରିଥାଉ। ଥକା ନ ହେଲେ ସ୍ତ୍ରୀ ସମାରୀ ପଛପଟୁ ଠେଲି ସହଯୋଗ କରନ୍ତି। ସମାରୀ ସହ ଦୁଇପିଲା ସାଇକେଲରେ ବସି ରାସ୍ତାରେ ଯିବା ଆସିବା କରିଥାଉ। ସେସମୟରେ ବହୁତ ଖୁସି ଅନୁଭବ ହୋଇଥାଏ ା ବଡ ଗାଡି ଭାଗ୍ୟରେ ନାହିଁ ହେଲେ ଏହି ସାଇକେଲ ଆମ ପାଇଁ ଖୁସି। କିଛି ବର୍ଷ ପୂର୍ବରୁ ସରକାରୀ ସହାୟତା ମିଳିଥିଲା। ସାଇକେଲ ମରାମତି କରିବାକୁ କିଛି ସାମଗ୍ରୀ ଜିଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲା। କୟାକୁଦ ଗ୍ରାମ ଛକ ରାସ୍ତା କଡରେ ବସଷ୍ଟପ ପାଖରେ ସାଇକେଲ ମରାମତି କରି ରୋଜଗାର କରୁଥିଲେ ା ହେଲେ ଜାତୀୟ ରାଜପଥ ପ୍ରଶସ୍ଥିକରଣ ସମୟରେ ଉକ୍ତ କୁଡିଆ ଦୋକାନ ଭାଙ୍ଗି ଦିଆଯାଇଥିଲା। ଏବେ ରୋଜଗାର କରିବାର ଏକମାତ୍ର ପନ୍ଥା ବନ୍ଦ ହୋଇଗଲା। ଦୁଇ ପିଲାଙ୍କୁ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇଛି। ସରକାରୀ ଯୋଜନାରେ ଭତ୍ତା ଓ ପିଡିଏସ ସାମଗ୍ରୀ ମିଳୁଛି। ହେଲେ ୪ ଜଣ ଏକ ମାସ ପାଇଁ ପେଟ ପୁରୁ ନାହିଁ। ତେଣୁ ଲୋକଙ୍କ ପାଖରୁ ସହାୟତା ମାଗିବାକୁ ପଡୁଛି। ଦିବ୍ୟାଙ୍ଗମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। କୌଣସି ଯୋଜନାରେ ସ୍ଥାୟୀ ରୋଜଗାର ବ୍ୟବସ୍ଥା ସୁବିଧା କରାଇଦେଲେ ଏଭଳି ଖରା ବର୍ଷା ଶୀତରେ ପିଲା ଛୁଆକୁ ନେଇ ମାଗି ଯିବାକୁ ପଡିବ ନାହିଁ । ସ୍ତ୍ରୀ ସମାରୀ ମଧ୍ୟ ବ୍ୟବସାୟରେ ସହଯୋଗ କରିପାରିବେ। ଦୁଇ ପିଲାଙ୍କୁ ପାଇଁ ଆମେ ବେଶ ଖୁସି ରହିଛୁ ା ହେଲେ ଆର୍ଥିକ ଅନଟନ ହେବା ଫଳରେ ପୁଇ ପିଲାଙ୍କୁ ଭଜ୍ଜଳ ଭବିଷ୍ୟତ ଦେଇ ପାରିବେ ନାହିଁ ା ତେଣୁ ପିଲାମାନଙ୍କ ପାଠପଢାରେ ମଧ୍ୟ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri