
ସାବରଙ୍ଗ,୨୨।୪(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନରସିଂହପୁର ପଞ୍ଚାୟତର ବାଣପୁର ଗ୍ରାମରେ ଥିବା ନବଗ୍ରହ ମନ୍ଦିରରୁ ସୋମବାର ବିଳମ୍ବିତ ରାତ୍ରିରେ ଚୋରି ହୋଇଛି। ମନ୍ଦିର ଗ୍ରିଲ ଭାଙ୍ଗି ଦୁର୍ବୃତ୍ତମାନେ ୧୦ ସୁନା ଚିତା, ୮ ରୂପା ଚିତା, ଦୁଇ ସହ ଗ୍ରାମର ଦୁଇ ରୂପା ହାର, ୩ ରୂପା ମୁକୁଟ ଓ ହୁଣ୍ଡିରେ ଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି। ଏନେଇ ମନ୍ଦିର ପରିଚାଳନା କମିଟିର ସଭାପତି ଶରତ ଚନ୍ଦ୍ର ପଣ୍ଡାଙ୍କ ଅଭିଯୋଗ କ୍ରମେ ବାସୁଦେବପୁର ପୋଲିସ ଘଟଣା ସ୍ଥାନ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।