ନାବାଳିକାଙ୍କୁ ବଳାତ୍କାର କରି ୯ ମାସର ଗର୍ଭବତୀ କରିଥିଲେ ଯୁବକ, ଏବେ ଭୋଗିବେ ଆଜୀବନ କାରାଦଣ୍ଡ

କେନ୍ଦୁଝର,୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି କାଞ୍ଜିପାଣି ଥାନା ଅନ୍ତର୍ଗତ ଜନ୍ତାରୀ ଗ୍ରାମ ତଳବାରୁଡ଼ା ସାହିର ଅଭିଯୁକ୍ତ ଦିଲ୍ଲୀପ କୁମାର ମହାକୁଡ଼(୨୧)କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ପ୍ରକାଶ ଯେ, ଅଭିଯୁକ୍ତ ବିଜୟ କୁମାର ମହାକୁଡ଼ ଜଣେ ୧୬ ବର୍ଷିୟା ଆଦିବାସୀ ନାବାଳିକାଙ୍କୁ ୨୦୧୫ରେ ବାରମ୍ବାର ବଳାତ୍କାର କରି ୯ ମାସର ଗର୍ଭବତୀ କରିଥିଲେ। ନାବାଳିକାଙ୍କ ପରିବାର ଲୋକ ଏହା ଜାଣିବା ପରେ ତା-୨୫ା୪ା୨୦୧୫ରେ ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୁକ୍ତ ଘରେ ଛାଡ଼ିବାକୁ ଯାଇଥିଲେ। ସେଠାରେ ଆସାମୀଙ୍କ କକା ଗୋବିନ୍ଦ ମହାକୁଡ଼ ପୀଡ଼ତାଙ୍କୁ ମାର୍‌ପିଟ୍‌ କରି ଓ ଧମକ ଦେଇ ବାହାର କରି ଦେଇଥିଲେ। ଏଥିନିମନ୍ତେ ପୀଡ଼ିତା କାଞ୍ଜିପାଣି ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ତା ୨୮ା୪ା୨୦୧୫ ରିଖରେ କାଞ୍ଜିପାଣି ଥାନା କେସ୍‌ ନଂ ୧୩/୧୫ ରେ ମୋକଦ୍ଦମା ରୁଜୁ କରି ଦଫା ୩୨୩/୫୦୬ରେ ଆସାମୀ ଗୋବିନ୍ଦ ଓ ୩୨୩/୫୦୬/୩୭୬(୨)(i) ଏବଂ ୬ ପକ୍ସୋ ଓ ଏସ୍‌ସି ଆଣ୍ଡ ଏସ୍‌ଟି ପିଏ ଆକ୍ଟ ଦଫା ୩(୨) (v) ରେ ଅଭିଯୁକ୍ତଙ୍କୁ ୨୯ା୪ା୨୦୧୫ ରେ କୋର୍ଟ ଚାଲାଣ କରିଥିଲେ । ଫାଷ୍ଟଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ୧୬ଜଣ ସାକ୍ଷ୍ୟ ବୟାନକୁ ଭିତ୍ତି କରି ଗୋବିନ୍ଦଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ ମହାକୁଡ଼ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜରିମାନା ଓ ଅନାଦେୟ ଏକବର୍ଷ ଅଧିକ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପୀଡ଼ିତାକୁ ୮ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ଜିଲା ଆଇନସେବା ପ୍ରାଧିକରଣକୁ ସୁପାରିସ କରିଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା କେସ୍‌ ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?