ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି। ହାତ ଗଡ଼ରେ ଶଙ୍ଖ ବାଜିବ ନା ପଦ୍ମ ଫୁଟିବ? ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ଏବେ ମଇଦାନକୁ ଓହ୍ଲାଇଛନ୍ତି ନେତା। ଗଞ୍ଜାମ ଜିଲାର ଚର୍ଚ୍ଚିତ ବିଧାନସଭା ମଣ୍ଡଳୀ ହେଉଛି ସାନଖେମୁଣ୍ଡି। ଏହି ଆସନ କେତେବେଳେ ଶାସକ ଦଳ ବିଜେଡି କବଜାରେ ଥାଏ ତ କେତେବେଳେ କଂଗ୍ରେସ ହାତରେ। ତେବେ ଏଠାରୁ ଏଥର ଜଣେ ୨୭ ବର୍ଷିୟ ଯୁବତୀ ମଇଦାନକୁ ଓହ୍ଲାଇଛନ୍ତି।

ଧରାକୋଟ ରାଜା ପରିବାର ତଥା ନନ୍ଦିନୀ ଦେବୀଙ୍କ ଝିଅ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳୀଙ୍କୁ ପ୍ରାର୍ଥୀ କରିଛି। ସେହିପରି ଭାଜପା ଗତଥରର ପ୍ରାର୍ଥୀ ବଦଳାଇ ଉତ୍ତମ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୭ ବର୍ଷିୟ ସୁଲକ୍ଷଣା ଗୀତାଞ୍ଜଳୀଙ୍କୁ ଟିକେଟ୍‌ ଦେଇଛି। ସେ ବାହୁବଳୀ ନେତା ତଥା ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଟକ୍କର ଦେବେ।

ଗୀତାଞ୍ଜଳୀଙ୍କ ମାଆ ନନ୍ଦିନୀ ଦେବୀ ୨୦୧୪ରୁ ସାନଖେମୁଣ୍ଡି ସିଟ୍‌ରୁ ବିଧାନସଭା ନିର୍ବାଚନ ଜିତିଥିଲେ। ଯେତେବେଳେ କି ରମେଶ ନିର୍ବାଚନ ମଇଦାନରେ ନ ଥିଲେ। ହେଲେ ୨୦୧୯ରେ ତାଙ୍କ ଟକ୍କର ରମେଶଙ୍କ ସହ ହୋଇଥିଲା ଓ ସେ ୬୧,୭୭୩ ଭୋଟ ପାଇ ମଧ୍ୟ ପରାଜିତ ହୋଇଥିଲେ।

ହେଲେ ଚଳିତ ନିର୍ବାଚନରେ ବିଜେଡି ରମେଶଙ୍କୁ ଟକ୍କର ଦେବାକୁ ସୁଲକ୍ଷଣା ଗୀତାଞ୍ଜଳୀଙ୍କୁ ଟିକେଟ ଦେଇଛି। ସେ ଗଥ ସାତ ବର୍ଷ ଧରି ରାଜନୈତିକ କାର୍ଯ୍ୟରେ ସକ୍ରିୟ ରହି ନିଜ ମାଆଙ୍କୁ ସାହାଯ୍ୟ କରୁଛନ୍ତି। ଗୀତାଞ୍ଜଳୀଙ୍କୁ ଧରାକୋଟ ବ୍ଲକ ଓ ଗଞ୍ଜାମ ଜିଲାର ସବୁଠାରୁ କମ୍‌ ବୟସର ବ୍ଲକ ଅଧ୍ୟକ୍ଷ ଅଟନ୍ତି। ତେବେ ଚଳିତ ନିର୍ବାଚନରେ ସବୁଠାରୁ କମ୍‌ ବୟସର ପ୍ରାର୍ଥୀଙ୍କୁ ବିଜେଡି ଟିକେଟ୍‌ ଦେଇଛି। ଯଦି ସେ ନିର୍ବାଚନ ଜିତନ୍ତି ତେବେ ସେ ଓଡିଶାର କନିଷ୍ଠ ଏମଏଲଏ ନେତ୍ରୀ ହେବେ।

ଗତ ୨୦୧୯ ନିର୍ବାଚନରେ ଜେଲର ଚାରିକାନ୍ଥ ଭିତରେ ଥାଇ ଶଙ୍ଖ ଗଡ଼ ଭିତରେ ବାଜିମାତ କରିଥିଲେ ରମେଶ। ହେଲେ ଏଥର ନିର୍ବାଚନରେ କିଏ ମାରିବ ବାଜି ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା। ରମେଶ ଜେନାଙ୍କୁ ପୁଣିଥରେ କଂଗ୍ରେସ ପ୍ରାର୍ଥୀ କରିଥିବାବେଳେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଝିଅ ତଥା ଧରାକୋଟ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳୀଙ୍କୁ ଟିକେଟ୍‌ ଦେଇଛି ବିଜେଡି। ସେହିପରି ଭାଜପା ପୂର୍ବତନ ବିଧାୟକ ବିଜୟ କୁମାର ସ୍ବାଇଁଙ୍କୁ ଟିକେଟ୍‌ ନ ଦେଇ ଉତ୍ତମ ପାଣିଗ୍ରାହୀଙ୍କୁ ଟିକେଟ୍‌ ଦେଇଛି। କଂଗ୍ରେସ ପ୍ରାର୍ଥୀ ରମେଶ ପୁଣିଥରେ ଜିତିବାକୁ ଉଦ୍ୟମ ଚଳାଇଥିବାବେଳେ ନିଜ ଗଡରେ ନିଜ ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଛି ଭାଜପା। ସେହିପରି ବିଜେଡି ଚଳିତ ନିର୍ବାଚନରେ କିପରି ନିଜ ଭୋଟ ପ୍ରତିଶତକୁ ବଢାଇ ବିଜୟ ଲାଭ କରିବ ସେନେଇ ସ୍ବତନ୍ତ୍ର ରଣନୀତି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଉପରେ ଭୟଙ୍କର ଆକ୍ରମଣ କଲା ଇରାନ, ସବୁ ଛାରଖାର…

ତେହରାନ୍‌/ଓ୍ୱାଶିଂଟନ୍‌,୧୫ା୩:(ଏ.ପି./ରଏଟର୍ସ) ମଧ୍ୟପ୍ରାଚ୍ୟ ଯୁଦ୍ଧ ଶନିବାର ତୃତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଇରାନ୍‌ର ମୁଖ୍ୟ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପରେ ଆମେରିକା ଆକ୍ରମଣ କରିଛି। ‘କ୍ରାଉନ୍‌ ଜୁଏଲ୍‌’…

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଚାଷୀଙ୍କ ଦୁଃଖ: ଅମଳ ବେଳେ କଲରା କିଆରୀ ଉଜାଡ଼ିଲେ ଦୁର୍ବୃତ୍ତ, ଜମୁର୍ଡା ଗ୍ରାମରେ ଉତ୍ତେଜନା!

ବରଗଡ଼, ୧୪/୦୩ (ପ୍ରେମାନନ୍ଦ ଖମାରୀ): ଜଣେ ଚାଷୀ ରକ୍ତକୁ ପାଣି କରି ଫସଲ ଉଜେଇଥିବା ବେଳେ, ଅମଳ ସମୟରେ ଦୁର୍ବୃତ୍ତଙ୍କ କଳା ପାହାର ଚାଷୀର ମେରୁଦଣ୍ଡ ଭାଙ୍ଗି…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri