ସିଏମ୍‌ସିରେ କରୋନାର ବିପରୀତ ଚିତ୍ର: ଅଧିକ ଆକ୍ରାନ୍ତ ହୋଇଛନ୍ତି ଯୁବପିଢ଼ି

କଟକ ଅଫିସ,୧୭।୮: ବୟସ୍କ ଓ ଶିଶୁମାନେ କରୋନା ଭୂତାଣୁର ଶିକାର ଶୀଘ୍ର ହୁଅନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ କହିଆସିଛି। କିନ୍ତୁ କଟକ ସହରରେ ଏହାର ବିପରୀତ ଚିତ୍ର ଏବେ ସାମ୍ନାକୁ ଆସିଛି। ଏଠାରେ ବୟସ୍କ ଓ ଶିଶୁଙ୍କ ଅପେକ୍ଷା ଯୁବପିଢ଼ି ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ହୋଇଛନ୍ତି। ସହରରେ ବର୍ତ୍ତମାନ ୮୨୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ବର୍ଷରୁ କମ୍‌ ବୟସ ଭିତରେ ୧୨୪ ଜଣ ଆକ୍ରାନ୍ତ ଥିବାବେଳେ ୨୧ରୁ ୪୦ ବର୍ଷ ଭିତରେ ୩୭୫, ୪୧ରୁ ୬୦ ଭିତରେ ୨୬୧ ଓ ୬୦ରୁ ଅଧିକ ବୟସ୍କଙ୍କ ମଧ୍ୟରେ ମାତ୍ର ୬୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। କଟକ ମହାନଗର ନିଗମର କମିଶନର ଅନନ୍ୟା ଦାସ ରବିବାର ଏହି ସୂଚନା ଦେଇଛନ୍ତି।

ଗତ ସପ୍ତାହ (୮ରୁ ୧୪ ଅଗଷ୍ଟ) ଭିତରେ କଟକ ସହରର ସ୍ଥିତି ନେଇ କମିଶନର କହିଛନ୍ତି ଯେ ଏହି ସମୟରେ ୬୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଣ୍ଟେନ୍‌ମେଣ୍ଟ ଜୋନରୁ ୧୬୫, ଗୃହ ସଙ୍ଗରୋଧରୁ ୧୭୪, ସରକାରୀ ସଙ୍ଗରୋଧରୁ ୧୨୭ ଓ ସ୍ଥାନୀୟ ଆକ୍ରାନ୍ତ ଭାବେ ୧୩୯ ଜଣ ରହିଛନ୍ତି। ଅନ୍ୟପକ୍ଷରେ ସହରରେ କରୋନା ପରୀକ୍ଷା ବଢ଼ାଇବାକୁ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ସିଡିଏ ଓ ଚାଉଳିଆଗଞ୍ଜ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆର୍‌ଟି-ପିସିଆର୍‌ ଟେଷ୍ଟିଂ ହେଉଛି। ସେହିଭଳି ୫ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଯଥା ଜଗତପୁର, ନୟାବଜାର, ବାମ୍ପକୁଦ, ବିଡ଼ାନାସୀ ଓ ଷଣ୍ଢପୁରରେ ଆଣ୍ଟିଜେନ୍‌ ଟେଷ୍ଟ କରାଯାଉଛି। ସହରର ବଳକା ୫ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଖୁବ୍‌ ଶୀଘ୍ର ଆଣ୍ଟିଜେନ୍‌ ଟେଷ୍ଟିଂ ସୁବିଧା ଉପଲବ୍ଧ ହେବ। ସହରବାସୀ ଅଧିକରୁ ଅଧିକ ସଂଖ୍ୟାରେ ଟେଷ୍ଟିଂ କରିବାକୁ ସେ ଆହ୍ବାନ ଦେଇଛନ୍ତି। ସହରସ୍ଥିତ କୋଭିଡ୍‌ କେୟାର ସେଣ୍ଟରରେ ଧୀରେଧୀରେ ରୋଗୀଙ୍କ ସଂଖ୍ୟା ବଢୁଛି। ୧୨ଟି ସେଣ୍ଟରେ ୧୨୨୪ ବେଡ୍‌ ଥିବାବେଳେ ୬୧୭ ବେଡ୍‌ ଭର୍ତ୍ତି ହୋଇଛି। ଡ୍ରିମ୍‌ସରେ ୩୨.୪୦ ପ୍ରତିଶତ, ଇଡ୍‌କୋରେ ୭୧.୭୩, ବିଦ୍ୟାଧରପୁରରେ ୭୨.୪୪, ଗୋପାଳପୁରରେ ୮୧.୩୦, ବାରବାଟୀରେ ୫୭.୩ ଓ ଜେଏନ୍‌ଆଇଏସ୍‌ରେ ୨୪ ପ୍ରତିଶତ ବେଡ୍‌ ଭର୍ତ୍ତି ହୋଇଛି। ୨୨୩ ଜଣ ଆକ୍ରାନ୍ତ ହୋମ୍‌ ଆଇସୋଲେଶନ୍‌ରେ ଅଛନ୍ତି। ନିୟମିତ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବା ସହ ଏକ କିଟ୍‌ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri