ଟଙ୍କା ପାଇଁ ତଣ୍ଟି କାଟିଲେ ସାନଭାଇ

ସୋର,୪୧।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସବିରା ପଞ୍ଚାୟତର ମୁନିସବିରା ଗ୍ରାମର ରଘୁନାଥ ବେହେରା (୩୫) ଓ ତାଙ୍କ ସ୍ତ୍ରୀ ପ୍ରଭାତିଙ୍କୁ ଗଳାକାଟି ହତ୍ୟା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ରଘୁନାଥଙ୍କ ସାନଭାଇ ମଧୁସୂଦନ ବେହେରା ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ସ୍ପଷ୍ଟ ହୋଇଛି। ପୋଲିସ ତଦନ୍ତ ପରେ ମଧୁସୂଦନ ଓ ତାଙ୍କ ସହଯୋଗୀ ସ୍ଥାନୀୟ ସବିରା ଉଡ଼ାପଦା ଗ୍ରାମର ମାନସ ଜେନାଙ୍କୁ ଗିରଫ କରିଛି। ଶୁକ୍ରବାର ଅପରାହ୍ନରେ ପୋଲିସ ଉଭୟଙ୍କୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏଟ କରିଥିଲା। ଜମି ବିକ୍ରି ଟଙ୍କା ବଣ୍ଟନକୁ କେନ୍ଦ୍ରକରି ମଧୁସୂଦନ ଓ ତାଙ୍କ ସହଯୋଗୀ ଏହି ହତ୍ୟାକାଣ୍ଡ ରଚିଥିବା ସ୍ବୀକାର କରିଛନ୍ତି ବୋଲି ବାଲେଶ୍ୱର ଦାୟିତ୍ୱରେ ଥିବା ମୟୂରଭଞ୍ଜ ଏସ୍‌ପି ରିଷିକେଶ ଦ୍ୟାନଦେଓ ଖିଲାରୀ ସୋର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବୁଧବାର ରାତିରେ କୁକୁଡ଼ା ଫାର୍ମ ପଡ଼ିଆରେ ଦମ୍ପତିଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ଏନେଇ ମୃତକଙ୍କ ମା’ ସାବିତ୍ରୀ ସୋର ଥାନାରେ ଏତଲା ଦେବା ପରେ ମାମଲା (ନଂ. ୧୩୧/୨୩) ରୁଜୁ କରାଯାଇଥିଲା। ସୋର ଥାନା ପୋଲିସ ଗୁରୁବାର ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ କରିଥିଲା। ଏଥିରେ ୩ଜଣଙ୍କୁ ସୋର ପୋଲିସ ଅଟକ ରଖିଥିଲା। ହତ୍ୟା କରିବା ନେଇ ସେ ଗତ ୩ମାସ ହେଲା ଯୋଜନା କରୁଥିଲେ। ଉକ୍ତ ରାତିରେ ଉଭୟ ଫାର୍ମ ନିକଟରେ ଲୁଚି ରହିଥିଲେ। ବଡ଼ଭାଇ ରଘୁନାଥ ଓ ଭାଉଜ ପ୍ରଭାତି ଆସୁଥିବା ସମୟରେ ଦୁହେଁ ପ୍ରଥମେ ଏସିଡ୍‌ ଫିଙ୍ଗି ଦେଇଥିଲେ। ପରେ ମଧୁସୂଦନ ନିଜେ ଉଭୟଙ୍କୁ ଛୁରୀ ଓ ଖଣ୍ଡାରେ ଗଳାକାଟି ପକାଇବା ପରେ ଘରକୁ ପଳାଇ ଆସିଥିଲେ। ସେମାନଙ୍କ ବୟାନକୁ ଆଧାର କରି ସ୍ଥାନୀୟ ପୋଖରୀରୁ ଖଣ୍ଡା, ଏସିଡ୍‌ ବୋତଲ ଓ ମଦ ବୋତଲ ଜବତ କରାଯିବା ସହିତ ଏକ କିଆବୁଦାରୁ ଛୁରି ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri