ବାର୍‌ହା ଭାବି ଯୁବତୀଙ୍କୁ ଗୁଳି

ସୁନ୍ଦରଗଡ଼,୭।୩(ଡି.ଏନ୍‌.ଏ.): ଜଙ୍ଗଲକୁ ଜାଳେଣି ସଂଗ୍ରହ କରିବାକୁ ଯାଇଥିଲେ। ହେଲେ ବନ୍ୟଜନ୍ତୁ ଶିକାର ପାଇଁ ଛକିଥିବା ଶିକାରୀ ବାର୍‌ହା ଭାବି ଚଳାଇଦେଲେ ଗୁଳି। ଏଥିରେ ଜଣେ ଯୁବତୀ ଆହତ ହୋଇଛନ୍ତି। ସେ ହେଲେ ଉର୍ବଶୀ ନାଏକ (୧୮)। ସୁନ୍ଦରଗଡ଼ ସଦର ବ୍ଲକ ଧରୁଆଡିହି ଥାନା ଅନ୍ତର୍ଗତ ଲମଟି ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ରବିବାର ସକାଳେ ଘଟିଥିବା ଏଭଳି ଏକ ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଉର୍ବଶୀ ଗ୍ରାମର ଅନ୍ୟ କେତେଜଣ ମହିଳାଙ୍କ ସହ ମିଶି ଜଙ୍ଗଲକୁ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିଲେ। ଜାଳେଣି ସଂଗ୍ରହ ବେଳେ ବାର୍‌ହା ଶିକାର ପାଇଁ ଛପିଥିବା ଶିକାରୀମାନେ କିଛି ଶବ୍ଦ ଶୁଣିଥିଲେ ଏବଂ ଉକ୍ତ ସ୍ଥାନରେ ବାର୍‌ହା ଥିବା ଅନୁମାନ କରି ଗୁଳି ଚଳାଇଥିଲେ। ଗୁଳିଟି ଯାଇ ଉର୍ବଶୀଙ୍କ ପଛ ପଟେ ବାଜିଥିଲା। ଗୁଳି ବାଜିବା ମାତ୍ରେ ସେ ଚିତ୍କାର ତଳେ ପଡ଼ିଯାଇଥିଲେ। ପାଖରେ ଥିବା ମହିଳାମାନେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଗ୍ରାମକୁ ଆଣିଥିଲେ। ପରେ ଗଁା ଲୋକଙ୍କ ସହାୟତାରେ ତାଙ୍କୁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଯୁବତୀ ଜଣକ ବିପଦମୁକ୍ତ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ସୂଚନା ପାଇ ଧରୁଆଡିହି ଥାନା ଆଇଆଇସି ଅଲେଖ ଚନ୍ଦ୍ର ସେଠୀ ସଦଳବଳ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ଲମଟି ଜଙ୍ଗଲକୁ ଘେରାଉ କରି ଖାନତଲାସି ଚଳାଇଛନ୍ତି।
ସୂଚନାଯୋଗ୍ୟ, ଯୁବତୀଙ୍କ ଘର ଧୂମାଗଡ଼ା ଗ୍ରାମରେ। ସେ ଲମଟି ଗ୍ରାମସ୍ଥିତ ତାଙ୍କ ମାମୁ ଘରେ ରହି ବିରବିରା କଲେଜରେ ପଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟ ଆକର୍ଷଣ ‘କୁଲଡିହା’

ବାଲେଶ୍ୱର ଅଫିସ,୨୪।୧୧-ବାଲେଶ୍ୱର ଜିଲା ନୀଳଗିରି ଏବଂ ଔପଦା ବ୍ଲକ ପାହାଡ଼ିଆ ଅଞ୍ଚଳର ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟ। ବିଶେଷ କରି ଏହି ଅଭୟାରଣ୍ୟ...

୧୪ ଦଫା ଦାବିରେ ନିମାପଡ଼ା-ଗୋପ ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

ନିମାପଡ଼ା,୨୧।୮(ଡି.ଏନ୍‌.ଏ.): ନିମାପଡ଼ା-ଗୋପ ସୁରକ୍ଷା ମଞ୍ଚ ପକ୍ଷରୁ ୧୪ ଦଫା ଦାବି ନେଇ ବୁଧବାର ନିମାପଡ଼ା ବ୍ଲକ ଅଫିସ ସମ୍ମୁଖରେ ସୁରକ୍ଷା ମଞ୍ଚର ବହୁ କର୍ମକର୍ତ୍ତା ଓ...

ନରହନ୍ତା ଦନ୍ତାର ଉଗ୍ରରୂପ:୯ ଘର ଭାଙ୍ଗିଲା, ରାତିସାରା ବର୍ଷାରେ ଭିଜିଲେ କ୍ଷତିଗ୍ରସ୍ତ

ପରଜଙ୍ଗ, ୧୮।୮(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଅଧୀନ ଡିହଡୋଳ ଫରେଷ୍ଟ ସେକ୍ସନରେ ନରହନ୍ତା ଦନ୍ତା ତାଣ୍ଡବ ଚରମ ସୀମାରେ ପହଞ୍ଚତ୍ଛି। ଦାନ୍ତ କଟାଯିବା ପରେ କିଛି...

ଭଣ୍ଡାରିପୋଖରୀରେ ୭୪ତମ ସ୍ବାଧୀନତା ଦିବସ

ଭଣ୍ଡାରିପୋଖରୀ,୧୫ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୪ ତମ ସ୍ବାଧୀନତା ଦିବସ କରୋନା ଯୋଗୁ ନିରାଡମ୍ବର ଭାବରେ ପାଳିତ...

ଭେଲୋରା-ସିଂଲା ରାସ୍ତା ମରଣଯନ୍ତା

ରୂପସା, ୨୦।୭(ଡି.ଏନ.ଏ.) – ବାଲେଶ୍ୱର ଜିଲା ବସ୍ତା ବ୍ଲକ ଭେଲୋରା-ପାଉଁଶକୁଲି-ସିଂଲା ରାସ୍ତା ମରଣଯନ୍ତା ପାଲଟିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ଉକ୍ତ ରାସ୍ତାଟି ୬୦ ନମ୍ବର...

ରାଜସ୍ବ ଆଦାୟ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର,୧୭।୪(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ରାଜ୍ୟରେ ରାଜସ୍ବ ସଂଗ୍ରହରେ ବୃଦ୍ଧି ଘଟିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୨୦୧୯-୨୦ ତୁଳନାରେ ୨୦ ପ୍ରତିଶତ ରାଜସ୍ବ ବୃଦ୍ଧି ପାଇଛି।...

ପର୍ଯ୍ୟଟକଙ୍କ ମନ ମୋହୁଛି ଗୁରୁବେଡା ପିକନିକ୍‌ ସ୍ପଟ

ଯୋଡ଼ା,୨୧।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ବ୍ଲକର ଜଜାଙ୍ଗ ପଞ୍ଚାୟତର ବୈତରଣୀ ନଦୀ ଅବବାହିକାରେ ଅବସ୍ଥିତ ଗୁରୁବେଡା ପିକ୍‌ନିକ୍‌ ସ୍ପଟ। ଜଙ୍ଗଲ ଓ ପାହାଡଘେରା ପରିବେଷ୍ଟିତ ଏହି...

ଉଗାଣ୍ଡାରେ ସିରିଜ ବୋମା ବିସ୍ଫୋରଣ: ୩ ଓଡ଼ିଆ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ସୁରକ୍ଷିତ

ଭୁବନେଶ୍ୱର, ୧୭ା୧୧(କ୍ରୀଡ଼ା ପ୍ରତିନିଧି):ଉଗାଣ୍ଡାର କାମ୍ପାଲା ସହରରେ ମଙ୍ଗଳବାର ସିରିଜ ବୋମା ବିସ୍ଫୋରଣ ହୋଇଛି। ତେବେ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଖେଳିବା ପାଇଁ ସେଠାରେ ଥିବା ଭାରତୀୟ...

Advertisement
Archives

Model This Week