ଇନ୍‌ଷ୍ଟାଗ୍ରାମରେ ଖଣ୍ଡା ବୁଲାଇବା ଭିଡିଓ କରି ଫସିଲେ ଯୁବତୀ

କଟକ ଅଫିସ,୧୧ା୧୧: କଟକ ମାଲଗୋଦାମ ଥାନା ଅଞ୍ଚଳରେ ଜଣେ ଯୁବତୀ ସୋସିଆଲ ମିଡିଆରେ ଭିଡିଓ କରିବା ପାଇଁ ଏକ ଖଣ୍ଡା ବୁଲାଇ ଶେଷରେ ଫସିଛନ୍ତି।

ଏହି ଅଞ୍ଚଳର ଏକ ଗ୍ରୁପ୍‌ରେ ଏପରି ଏକ ଭିଡିଓ ଭାଇରାଲ ହେବା ପରେ  ଗୁରୁବାର  ମାଲଗୋଦାମ ଥାନାକୁ ୩ ଜଣଙ୍କୁ ଡାକି ପଚରାଉଚରା କରିଛି ପୋଲିସ। ପରେ ସେମାନେ ଧରିଥିବା ଖଣ୍ଡା ଏବଂ ବନ୍ଧୁକ ଖେଳନା ବୋଲି ଜଣାପଡ଼ିଛି।

ହାତରେ ଖଣ୍ଡା ଓ ବନ୍ଧୁକ ଧରିଥିବା ଯୁବକଙ୍କର ଉଦ୍ଦେଶ୍ୟ ସେପରି ସାଂଘାତିକ ନ ଥିଲା। କେବଳ ଇନ୍‌ଷ୍ଟାଗ୍ରାମରେ ଶେୟାର ବଢ଼ାଇବା ସହ ଲୋକପ୍ରିୟତା ହାସଲ କରିବାକୁ ଏପରି କରିଥିବା କହିଛନ୍ତି।

ଏନେଇ ମାଲଗୋଦାମ ଥାନା ଆଇଆଇସି କହିଛନ୍ତି, ଇନ୍‌ଷ୍ଟାଗ୍ରାମ୍‌ରେ ଲାଇକ୍‌, କମେଣ୍ଟ, ଶେୟାର ବଢ଼ାଇବାକୁ ଉକ୍ତ ଯୁବକମାନେ ଏପରି କରିଛନ୍ତି। ସେମାନେ ଭିଡିଓରେ ଖେଳନା ବନ୍ଧୁକ, ପୁରୁଣା ଖଣ୍ଡା ବ୍ୟବହାର କରିଛନ୍ତି। ତେବେ ସେମାନଙ୍କର କିଛି ଅପରାଧିକ ରେକର୍ଡ ଅଛି କି ନାହିଁ ତାହା ଯାଞ୍ଚ ଚାଲିଛି।

ଏନେଇ ଭିଡିଓରେ ନଜର ଆସିଥିବା ଜଣେ ଯୁବତୀ କହିଛନ୍ତି, ମୁଁ ଦୀପାବଳି ଦିନ ଉକ୍ତ ପିଲାଙ୍କ ସହ ଭିଡିଓ କରିଥିଲି। ଆଉ କିଛି ଜାଣିନି। ଏଥିପାଇଁ ଆମେ ସୋସିଆଲ ମିଡିଆରେ ଭୁଲ୍‌ ସ୍ବୀକାର କରୁଛୁ। ୩ ମାସ ହେବ ମୁଁ ସୋସିଆଲ ମିଡିଆ ବ୍ୟବହାର କରୁଛି। ୧୫ ଦିନ ହେବ ସେମାନଙ୍କୁ ଚିହ୍ନିଛି। ସୋମାନେ ଯୋବ୍ରା ପିଲା ବୋଲି କହିବାରୁ ଭିଡିଓ କଲି।

ସୂଚନାଯୋଗ୍ୟ, ଭାଇରାଲ ଭିଡିଓଟି କଟକର ତାଳଦଣ୍ଡା କେନାଲ ନିକଟବର୍ତ୍ତୀ ଅଞ୍ଚଳରେ ଶୁଟିଂ କରାଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି। ହାତରେ ଖଣ୍ଡା ଓ ବନ୍ଧୁକ ଧରି ସର୍ବସାଧାରଣ ସ୍ଥାନରେ ଏହି ଯୁବକମାନେ ଭିଡିଓ କରିଛନ୍ତି। ଏନେଇ ଖବର ମିଳିବା ପରେ କଟକ କମିଶନରେଟ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରି ୩ ଜଣଙ୍କୁ ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

‘ଛାତ୍ରୀଛାତ୍ରଙ୍କ ସଫଳତା ଆମ ପୁରସ୍କାର’

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri