ନାବାଳିକା ପ୍ରେମିକାଙ୍କୁ ପାଇବା ପାଇଁ ଥାନାରେ ଆତ୍ମାହୁତି ଉଦ୍ୟମ କଲେ ଯୁବକ, କାବୁ କଲା…

ଭୁବନେଶ୍ୱର,୧୩।୩(ବ୍ୟୁରୋ): ମୁଁ ତାଙ୍କୁ ଜୀବନଠାରୁ ବି ଅଧିକ ଭଲ ପାଉଛି। ହେଲେ ତାଙ୍କ ପରିବାର ଲୋକେ ତାଙ୍କୁ ରାଜସ୍ଥାନରେ ଲୁଚାଇ ରଖିଛନ୍ତି। ତମେ ତାଙ୍କୁ ଫେରାଇ ଆଣି ମୋତେ ଦିଅ। ଏମିତି କହି ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକ ନୟାପଲ୍ଲୀ ଥାନାରେ ପହଞ୍ଚି ଥିଲେ। ପୋଲିସ ଘଟଣା ବୁଝିବାରୁ ଯୁବକ ଜଣଙ୍କ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିବା ଜାଣିବାକୁ ପାଇଥିଲେ। ଝିଅ ନାବାଳିକା ଥିବାରୁ ପୋଲିସ କିଛି କରିପାରିବ ନାହିଁ ବୋଲି ଥାନା ପକ୍ଷରୁ କୁହାଯାଇଥିଲା। ହେଲେ ଯୁବକ ଜଣକ ପ୍ରେମିକାଙ୍କୁ ଆଣିଦେବାକୁ ଜିଦ୍‌ଧରିଥିଲେ। ପୋଲିସ ମନାକରିବାରୁ ସେ ବାହାରକୁ ଯାଇ ଏକ ବୋତଲରେ ପେଟ୍ରୋଲ କିଣି ଥାନାକୁ ଫେରିଥିଲେ। ଥାନା ସାମ୍ନାରେ ନିଜ ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଯୁବକଙ୍କ ଏପରି ଉନ୍ମତ୍ତକାଣ୍ଡ ଦେଖି ପୋଲିସ ତୁରନ୍ତ ତାଙ୍କୁ କାବୁ କରିଥିଲା। ଏହି ସମୟରେ ଯୁବକ ଜଣଙ୍କ ପୋଲିସକୁ ଗାଲିଗୁଲଜ କରିଥିଲେ। ପୋଲିସ ଅଭିଯୁକ୍ତ ବିଫଳ ପ୍ରେମିକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେହେଲେ ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ଅଜୟ ଦୋରା(୨୦)।

ସୂଚନା ଅନୁଯାୟୀ, ଅଜୟ ନୟାପଲ୍ଳୀ ଥାନା ଅନ୍ତର୍ଗତ ଗଣପତି ବସ୍ତିରେ ରହି ରଙ୍ଗମିସ୍ତ୍ରି ଭାବେ କାମ କରୁଥିଲେ। ଅଜୟ ସେହି ବସ୍ତିର ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିଲେ। ଅଜୟ ପୂର୍ବରୁ ପ୍ରେମିକାଙ୍କ ଘରକୁ ଯାଇ ଅନେକଥର ବିଭ୍ରାଟ ସୃଷ୍ଟି କରୁଥିଲେ। କିଛିଦିନ ତଳେ ନାବାଳିକା ଜଣକ ରାଜସ୍ଥାନ ଚାଲିଯାଇଥିଲେ। ପ୍ରେମିକାଙ୍କୁ ନ ପାଇ ଅଜୟ ଥାନାରେ ଅଭିଯୋଗ କରିବା ସହ ରାଜସ୍ଥାନରୁ ଆଣିବା ପାଇଁ ଜିଦ୍‌ ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ଶିକ୍ଷକଙ୍କ ପ୍ରତି ଅଣଦେଖା

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଶିକ୍ଷିତ ହିନ୍ଦୀ ଶିକ୍ଷକମାନଙ୍କ ପ୍ରତି ସରକାର ପ୍ରତିକ୍ଷେତ୍ରରେ ଅଣଦେଖା କରୁଥିବା ନେଇ ରାଜ୍ୟ ହିନ୍ଦୀ ଶିକ୍ଷକ...

ଗ୍ଲୋବାଲ ଓ୍ବାର୍ମିଂ ଦାୟୀ: ବିଧାୟକ

ଭୁବନେଶ୍ୱର,୨୧ା୯ (ବ୍ୟୁରୋ):ଭୁବନେଶ୍ୱରର ମୁକୁଳା ଡ୍ରେନ୍‌୍‌ରେ ପଡ଼ି ନିଖୋଜ ହୋଇଯାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ସୋମବାର ମିଳିଛି। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ...

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ହାତୀ ପ୍ରେମା

ବାରଙ୍ଗ,୨୯ା୧୦(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଅନ୍ୟତମ ଆକର୍ଷକ ସାଜିଥିବା ମାଈ ହାତୀ ପ୍ରେମା ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଓ ଡାକ୍ତରମାନଙ୍କ...

ପ୍ରବଳ ବର୍ଷିବ: ୧୮ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯।୯: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଘନୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷାକୁ...

ସାଇବର ଠକେଇ ଜାଲରେ ପୂର୍ବତନ ପୋଲିସ ଡିଜି

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜ୍ୟରେ ଏବେ ପୁଣି ସକ୍ରିୟ ହେଲେଣି ସାଇବର ଅପରାଧୀ। ସେମାନେ ଲୋକଙ୍କ ମେଲ୍‌ ଆଇଡି ପାସ୍‌ଓ୍ବାଡ୍‌ ଏବଂ ଅନ୍ୟ ସାଇଟ୍‌କୁ ହ୍ୟାକ୍‌ କରି ଲକ୍ଷାଧିକ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହେଲେ ୧୭୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ...

ବଦଳିବ ହୀରାକୁଦ ଡ୍ୟାମ୍‌ର ପୁରୁଣା ଯନ୍ତ୍ରାଂଶ

ସମ୍ବଲପୁର,୮।୧(ବ୍ୟୁରୋ):ହୀରକୁଦ ଡ୍ୟାମ୍‌ର ସୁରକ୍ଷାକୁ ନେଇ ଏକ ବିଶେଷଜ୍ଞ ଦଳ ମଙ୍ଗଳବାର ପରିଦର୍ଶନ କରିଛନ୍ତି। ସେମାନେ ଅତିରିକ୍ତ ସ୍ପିଲୱେ, ଗେଟ୍‌, ନଦୀବନ୍ଧ ମରାମତି କାମ, ଗେଟ୍‌ ମରାମତି...

ରାଜ୍ୟରୁ ପୁଣି ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୨୭୪କୁ ବୃଦ୍ଧି ପାଇଛି। ୬ ମୃତକଙ୍କ...

Advertisement
Archives

Model This Week