ନାବାଳିକା ପ୍ରେମିକାଙ୍କୁ ପାଇବା ପାଇଁ ଥାନାରେ ଆତ୍ମାହୁତି ଉଦ୍ୟମ କଲେ ଯୁବକ, କାବୁ କଲା…

ଭୁବନେଶ୍ୱର,୧୩।୩(ବ୍ୟୁରୋ): ମୁଁ ତାଙ୍କୁ ଜୀବନଠାରୁ ବି ଅଧିକ ଭଲ ପାଉଛି। ହେଲେ ତାଙ୍କ ପରିବାର ଲୋକେ ତାଙ୍କୁ ରାଜସ୍ଥାନରେ ଲୁଚାଇ ରଖିଛନ୍ତି। ତମେ ତାଙ୍କୁ ଫେରାଇ ଆଣି ମୋତେ ଦିଅ। ଏମିତି କହି ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକ ନୟାପଲ୍ଲୀ ଥାନାରେ ପହଞ୍ଚି ଥିଲେ। ପୋଲିସ ଘଟଣା ବୁଝିବାରୁ ଯୁବକ ଜଣଙ୍କ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିବା ଜାଣିବାକୁ ପାଇଥିଲେ। ଝିଅ ନାବାଳିକା ଥିବାରୁ ପୋଲିସ କିଛି କରିପାରିବ ନାହିଁ ବୋଲି ଥାନା ପକ୍ଷରୁ କୁହାଯାଇଥିଲା। ହେଲେ ଯୁବକ ଜଣକ ପ୍ରେମିକାଙ୍କୁ ଆଣିଦେବାକୁ ଜିଦ୍‌ଧରିଥିଲେ। ପୋଲିସ ମନାକରିବାରୁ ସେ ବାହାରକୁ ଯାଇ ଏକ ବୋତଲରେ ପେଟ୍ରୋଲ କିଣି ଥାନାକୁ ଫେରିଥିଲେ। ଥାନା ସାମ୍ନାରେ ନିଜ ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଯୁବକଙ୍କ ଏପରି ଉନ୍ମତ୍ତକାଣ୍ଡ ଦେଖି ପୋଲିସ ତୁରନ୍ତ ତାଙ୍କୁ କାବୁ କରିଥିଲା। ଏହି ସମୟରେ ଯୁବକ ଜଣଙ୍କ ପୋଲିସକୁ ଗାଲିଗୁଲଜ କରିଥିଲେ। ପୋଲିସ ଅଭିଯୁକ୍ତ ବିଫଳ ପ୍ରେମିକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେହେଲେ ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ଅଜୟ ଦୋରା(୨୦)।

ସୂଚନା ଅନୁଯାୟୀ, ଅଜୟ ନୟାପଲ୍ଳୀ ଥାନା ଅନ୍ତର୍ଗତ ଗଣପତି ବସ୍ତିରେ ରହି ରଙ୍ଗମିସ୍ତ୍ରି ଭାବେ କାମ କରୁଥିଲେ। ଅଜୟ ସେହି ବସ୍ତିର ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିଲେ। ଅଜୟ ପୂର୍ବରୁ ପ୍ରେମିକାଙ୍କ ଘରକୁ ଯାଇ ଅନେକଥର ବିଭ୍ରାଟ ସୃଷ୍ଟି କରୁଥିଲେ। କିଛିଦିନ ତଳେ ନାବାଳିକା ଜଣକ ରାଜସ୍ଥାନ ଚାଲିଯାଇଥିଲେ। ପ୍ରେମିକାଙ୍କୁ ନ ପାଇ ଅଜୟ ଥାନାରେ ଅଭିଯୋଗ କରିବା ସହ ରାଜସ୍ଥାନରୁ ଆଣିବା ପାଇଁ ଜିଦ୍‌ ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri