ଟ୍ରକ ଡାଲାରୁ ହାତ ଗୋଡ଼ ବନ୍ଧା ଯୁବକ ଉଦ୍ଧାର

ପାରାଦୀପ, ୨୧ା୬(ସ୍ବ.ପ୍ର.):ପାରାଦୀପ-ଚଣ୍ଡିଖୋଲ ୫୩ନଂ.ଜାତୀୟ ରାଜପଥରେ ପୁଣି ଟ୍ରକ ଚାଳକଙ୍କ ବର୍ବରତା ଦେଖିବାକୁ ମିଳିଛି। ମୋବାଇଲ୍‌ ଓ ଟଙ୍କା ଚୋରି ଅଭିଯୋଗରେ ଜଣେ ଯୁବକଙ୍କ ହାତ ଗୋଡ଼ ବାନ୍ଧି ଟ୍ରକ ଡାଲାରେ ପକାଇ ଚାଳକ ନେଉଥିବାବେଳେ ଲୋକଙ୍କ ହାବୁଡରେ ପଡ଼ିଛନ୍ତି। ପାରାଦୀପ ଲକ୍‌ ଥାନା ପୋଲିସ ଓ ମାର୍ଶାଘାଇ ପୋଲିସ ଏଥିରେ ହସ୍ତକ୍ଷେପ କରିବା ପରେ ସମ୍ପୃକ୍ତ ଯୁବକ ମୁକୁଳିଛନ୍ତି। ଏହି ଘଟଣାରେ ଲକ୍‌ ଥାନା ପୋଲିସ ପକ୍ଷରୁ ମାମଲା (ନଂ.୧୭୫/୨୨) ରୁଜୁ କରାଯାଇ ଅଭିଯୁକ୍ତ ଟ୍ରକ ଚାଳକଙ୍କୁ ଗିରଫ କରାଯାଇଛି। ସେ ହେଲେ ସଦାନନ୍ଦ ରାଉତ। ତାଙ୍କ ଘର ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଭୂବନ ଗ୍ରାମରେ। ସେ (ଓଡି-୦୫ ଏନ୍‌ ୭୫୭୮) ଟ୍ରକରେ ଚାଳକ ଥିଲେ। ଲକ୍‌ ଥାନା ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉକ୍ତ ଟ୍ରକ ଏହି ଥାନା ଅନ୍ତର୍ଗତ କାର୍ବନ ଛକରେ ପାର୍କିଂ କରାଯାଇଥିଲା। ରବିବାର ମିଥୁନ ବାରିକ(୩୪) ଟ୍ରକ କ୍ୟାବିନ ଭିତରେ ପଶି ୧୧ ହଜାର ଟଙ୍କା ଚୋରି କରିନେଇଥିଲେ। ଏଥିସହ ପାଖରେ ଥିବା ଆଉ ଏକ ଟ୍ରକରୁ ମୋବାଇଲ ଚୋରି କରିଥିଲେ। ଏହା ଦେଖି ଚାଳକ ସଦାନନ୍ଦ ଓ ଖଲାସି କାଳିଆ ବାରିକ କୌଶଳ କ୍ରମେ ମିଥୁନଙ୍କୁ କାବୁ କରି ଟଙ୍କା ଓ ମୋବାଇଲ ଉଦ୍ଧାର କରିଥିଲେ। ଏହାପରେ ମିଥୁନଙ୍କ ହାତଗୋଡ ବାନ୍ଧି ଟ୍ରକ ଡାଲାରେ ପକାଇ ସେମାନେ ଚଣ୍ଡିଖୋଲ ଅଭିମୁଖେ ଯାଇଥିଲେ। ତାଙ୍କର ଏପରି ଅବସ୍ଥା ଦେଖି କିଛି ଲୋକ ମାର୍ଶାଘାଇ ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ଉକ୍ତ ଗାଡ଼ିକୁ ପିଛାକରି କେନ୍ଦ୍ରାପଡା ଜିଲାର ହଜାରି ପାଖରେ ଟ୍ରକ ଅଟକାଇ ଥିଲା। ଏହି ସମୟରେ ଖଲାସି ଫେରାର ହୋଇଯାଇଥିବାବେଳେ ମିଥୁନଙ୍କୁ ପୋଲିସ ଉଦ୍ଧାର କରିଥିଲା। ଲକ୍‌ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବାରୁ ମାମଲାକୁ ଲକ୍‌ ଥାନାକୁ ସ୍ଥାନାନ୍ତର କରାଯାଇଥିଲା।
ସୂଚନାଯୋଗ୍ୟ, ଗତ ମେ’୨୦ରେ ମୋବାଇଲ ଲୁଟ୍‌ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଟ୍ରକ୍‌ ସମ୍ମୁଖରେ ବାନ୍ଧି ଗାଡ଼ି କିଛି ବାଟ ଚଲାଯାଇଥିଲା। ଏହି ଘଟଣା ମଧ୍ୟ ଉକ୍ତ ରାଜପଥରେ ଘଟିଥିଲା। ଏହି ଘଟଣାରେ ମାନବାଧିକାର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି ସେତେବେଳେ ଲକ୍‌ ଥାନା ଏବଂ ଓଡିଶା ମାନବିକ ଅଧିକାର କମିଶନ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri