ଯୁବକଙ୍କ ପ୍ରାଣ ନେଲା ହାତୀ

ବାରିପଦା ଅଫିସ,୨୦ା୬: ରାଜ୍ୟ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ତଥା ବାଙ୍ଗିରିପୋଷି ବନାଞ୍ଚଳରେ ରବିବାର ରାତିରେ ପୁଣି ଜଣେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ହେଲେ ଦୀଗାରିଶୋଳ ଗ୍ରାମର ବୁଧିଆ ମୁଣ୍ଡା (୩୮)। ଗାଁ ଦୋକାନରୁ ଚା’ ପିଇ ଫେରୁଥିବା ବେଳେ ୨୫ ଟିକିଆ ହାତୀପଲ ସହିତ ମୁହାଁମୁହିଁ ହେବାରୁ ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିଛି। ତାଙ୍କର ୨ ଝିଅ ଓ ଗୋଟିଏ ପୁଅ ଥିବା ଜଣାପଡ଼ିଛି। ଏନେଇ ଝାରପୋଖରିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୋମବାର ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦା ଅଣାଯାଉଛି। ସ୍ଥାନୀୟ ଲୋକଙ୍କ ସୂଚନାନୁଯାୟୀ, ହାତୀଙ୍କ ସଂଖ୍ୟାକୁ ଦେଖି ସଫଳ ମୁକାବିଲା ନିମନ୍ତେ ବନ ବିଭାଗର କର୍ମଚାରୀଙ୍କ ସଂଖ୍ୟା ବ୍ୟାପକ ହେଉ ନ ଥିବାରୁ ସଫଳତା ମିଳିପାରୁନାହିଁ ।
୪ଦିନ ହେଲାଣି ପ୍ରାୟ ୭୦ରୁ ଊଦ୍ଧର୍‌ବ ଝାଡ଼ଖଣ୍ଡୀ ହାତୀପଲ ପ୍ରବେଶ କରି ଥିବାବେଳେ ସେମାନଙ୍କୁ ଘଉଡ଼ାଇ ପାଇଁ ନୟାନ୍ତ ହେବାକୁ ପଡ଼ିଛି । ହାତୀପଲ ବିଭିନ୍ନ ସମୟରେ ନିକଟସ୍ଥ ଗ୍ରାମକୁ ପ୍ରବେଶ କରି ଧାନ, ଚାଉଳ, ହାଣ୍ଡିଆ ଖାଇ ଉପଦ୍ରବ କରିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂଖ୍ୟା ନୁହେଁ, ଶିକ୍ଷା ପରିସର ବଢ଼ାଅ

ଅନୁଗୋଳ ଅଫିସ, ୨୩।୧୧: ୨୦ରୁ କମ୍‌ ପିଲା ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ପାଇଁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିରେ ରବିବାର କିଛିଟା ପରିବର୍ତ୍ତନ କରାଯାଇଛି। ଶିକ୍ଷାର...

ତୁଟୁନି ବିଜେଡି-ଭାଜପା କଳି

ଭୁବନେଶ୍ବର,୨୫ା୧(ବ୍ୟୁରୋ): ବିଜେଡି ଏବଂ ଭାଜପା ମଧ୍ୟରେ ଆବାସ ତାଲିକା ପ୍ରସ୍ତୁତି ଏବଂ ଘର ବଣ୍ଟନକୁ ନେଇ ମୁହାଁମୁହିଁ ପରିସ୍ଥିତି ଜାରି ରହିଛି। ମଙ୍ଗଳବାର ରାଜ୍ୟର କେତୋଟି...

ସ୍ତ୍ରୀଙ୍କୁ ପଚରାଉଚରା କଲା ପୋଲିସ

କଟକ ଅଫିସ,୭ା୯: କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ(୪୯)ଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ତ୍ରୀ ଅପରିଜିତାଙ୍କୁ ମଙ୍ଗଳବାର ମର୍କତନଗର ଥାନା ପୋଲିସ...

କାଦୁଅରେ ୫ ଖଣ୍ଡ ଗାଁ

ଦଶମନ୍ତପୁର, ୧୨ା୮ ( ଡି.ଏନ.ଏ.):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡା ସଦର ପଞ୍ଚାୟତ ଠାରୁ ଝୋପରାପଦର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା...

କାଦୁଅ କରିବା, ଗଜାଧାନ ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ସୋରଡ଼ା,୩୦ା୭(ଡି.ଏନ.ଏ.)-ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ...

ବଜ୍ରପାତରେ କୃଷକଙ୍କ ଜୀବନଗଲା

ବାଲେଶ୍ୱର ଅଫିସ,୧।୯: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଗୋବରଘାଟା ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ କାର୍ତ୍ତିକ ମହାନ୍ତି...

ଗାଁକୁ ପକ୍କା ରାସ୍ତା ନାହିଁ, ଚୁଆପାଣି ଭରସା

ଦାରିଙ୍ଗବାଡ଼ି,୧୫।୭(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଦୁର୍ଗମ ଗ୍ରାମ କହମପଡ଼ିକୁ ରବିବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗସ୍ତ କରିଛନ୍ତି। ଗାଁକୁ ସବୁଦିନିଆ ରାସ୍ତା ନାହିଁ କି...

ରାଶନକାର୍ଡ ଦାବିରେ ମହିଳାଙ୍କ ବିକ୍ଷୋଭ

ପୁରୁଷୋତ୍ତମ ପୁର,୧ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ଗରିବ ଖଟିଖିଆ ଶ୍ରମିକ ଶେଣୀର ଲୋକେ ଦାନା ଯୋଗାଣ କରିବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଏଭରି...

Advertisement
Archives

Model This Week