Posted inଫୁରସତ

ଆକାଶରେ ଷ୍ଟଣ୍ଟ୍‌ ମାରିଲେ ଯୁବକ: ରେକର୍ଡ କରିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ଦୁଃସାହସିକ କାର୍ଯ୍ୟର ଭିଡିଓ ଭାଇରାଲ ହେଉଛି। ସେହିଭଳି ଆଖି ଲାଖିଯିବା ପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବକ ଆକାଶରେ ଷ୍ଟଣ୍ଟ୍‌ କରୁଥିବା ଦେଖିବାକୁ ମିଳିଛି। ସେ ସାଇକେଲ୍‌ରେ ଏହି ଷ୍ଟଣ୍ଟ୍‌ କରିଛନ୍ତି। ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଚକିତ ହୋଇ ଯୁବକଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।

ଭିଡିଓରେ ଯୁବକ ଜଣକ ଦ୍ରୁତଗତିରେ ଯାଇ ସାଇକେଲକୁ ପବନରେ ବାଉନ୍ସ କରୁଛନ୍ତି। ସାଇକେଲ ଚଳାଉଥିବା ଯୁବକଙ୍କର ସନ୍ତୁଳନ ଏପରି ଯେ ସେ ଟିକେ ବି ଲକ୍ଷ୍ୟଚ୍ୟୁତ ହୋଇନାହାନ୍ତି। ଅର୍ଥାତ୍‌ ପବନରୁ ନିରାପଦରେ ତଳକୁ ଓହ୍ଲାଇଛନ୍ତି। ଭିଡିଓଟି ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣଙ୍କୁ ପ୍ରଶଂସା ନ କରି ରହିପାରିବେନି। ଖାଲି ଏତିକି ନୁହେଁ, ଏଥିରେ ମଧ୍ୟ ଦେଖିବାକୁ ମିଳିଛି ଯୁବକ ଜଣକ ରାସ୍ତା ପାର ହୋଇ ପାଚେରୀ ଉପରେ ଷ୍ଟଣ୍ଟ୍‌ କରୁଛନ୍ତି। ଏହି ସମୟରେ ଆଉ ଏକ ଛୋଟ ସାଇକେଲ୍‌ରେ ଜଣେ ଆସୁଥିଲେ। ଯୁବକ ଜଣକ ସତେ ଯେମିତି ତାଙ୍କୁ ପବନରେ ଉଡ଼ାଇ ଦେଇଥିଲେ।
ତାଙ୍କ ଷ୍ଟଣ୍ଟ୍‌ ଦେଖିଲେ ଲାଗିବ ଯେପରି ସେ ସାଇକେଲ ସହ ସିଧା ଆକାଶରୁ ତଳକୁ ଖସି ପଡ଼ିଯିବେ। ମାତ୍ର ସେପରି ଜମା ନୁହେଁ, ସେ ସାଇକେଲ ହ୍ୟାଣ୍ଡେଲକୁ ପବନରେ ଫୋଲ୍ଡ କରି ଏକ ଘର ପାଚେରୀରେ ରଖି ଓହ୍ଲାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ମାତ୍ର ୭ ସେକେଣ୍ଡର ହୋଇଥିବା ବେଳେ CCTV Eidts ନାମକ ଜଣେ ୟୁଜର ଏହାକୁ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓରେ ଯୁବକ ଜଣକ ବଡ଼ ବଡ଼ କୋଠାରେ ଷ୍ଟଣ୍ଟ ମାରୁଥିବା ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କତା ଆଣିଛୁ କି ନାହିଁ

ସେତେବେଳେ ମୁଁ ଚତୁର୍ଥ ଶ୍ରେଣୀରେ ପଢ଼ୁଥାଏ। ସେଦିନ ଥାଏ ଗୁରୁଦିବସ। ପ୍ରତିବର୍ଷ ଭଳି ସେଦିନ ବି ଗୁରୁଦିବସ ପାଇଁ ସ୍କୁଲ୍‌ରେ ସଭା ଆୟୋଜନ ହୋଇଥାଏ। ଆମ...

ବିଶ୍ୱର ସବୁଠୁ ଉଚ୍ଚ ସୁନା ବୁଦ୍ଧ ମୂର୍ତ୍ତି

ବ୍ୟାଙ୍କକ୍‌: ବିଶ୍ୱର ଅନେକ ଦେଶରେ ଭଗବାନ ବୁଦ୍ଧଙ୍କର ମୂର୍ତ୍ତି ରହିଛି। ଏଥିମଧ୍ୟରୁ କେତେକ ବହୁ ପୁରାତନ। ତେବେ ବିଶ୍ୱର ସର୍ବବୃହତ ବୁଦ୍ଧ ମୂର୍ତ୍ତି ଚାଇନାର ଦକ୍ଷିଣ-ପଶ୍ଚିମ...

ଚଳନ୍ତା ଗାଡ଼ିରେ ଏପରି କରୁଥିଲେ ଯୁବକ: ଧରାପଡିବା ପରେ…

ଉତ୍ତର ପ୍ରଦେଶର ଫିରୋଜାବାଦ ଅଞ୍ଚଳର ଜଣେ ଯୁବକଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଯୁବକଜଣଙ୍କ ଚଳନ୍ତା କାରର ଛାତ...

ବୃକ୍ଷ ହେଉଛି ମା’ ବାପା ସମ

ପେସା ତାଙ୍କର ଶିକ୍ଷକତା କିନ୍ତୁ ନିଶା ବୃକ୍ଷରୋପଣ । ପ୍ରାକୃତିକ ପରିବେଶରେ ବିଭିନ୍ନ ଜୀବଜନ୍ତୁ କିପରି ନିରାପଦରେ ବିଚରଣ ସହିତ ବଂଶବିସ୍ତାର କରିପାରିବେ, କେମିତି ହୋଇପାରିବ...

ପାଟ୍ରୋଲିଂ କରୁଛି ବାଘ !

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।...

ଟ୍ରାଫିକ୍‌ରେ ଅଟକିଲା କାର୍‌, ଛାତ ଉପରେ ଚଢ଼ି ଡ୍ୟାନ୍ସ କଲେ ଯୁବତୀ, ଆଉ ତା’ ପରେ…

ଏକ କାର୍‌ ଛାତ ଉପରେ ଚଢ଼ି ଜଣେ ଯୁବତୀ ଡ୍ୟାନ୍ସ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଏହି ଯୁବତୀଙ୍କ ଏପରି ଅଜବ କାଣ୍ଡ ଦେଖି ଡ୍ରାଇଭର...

ମାଙ୍କଡ଼କୁ ଏମିତି ଭିଡ଼ି ଧରିଲା ଅଜଗର, ଭିଡିଓ ଦେଖିଲେ…

ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ସହ ଜଡ଼ିତ ଭିଡିଓ ଦେଖିବାକୁ ଲୋକେ ପସନ୍ଦ କରିଥାନ୍ତି। କିଛି ଭିଡିଓ ଦେଖିଲେ ମଣିଷର ହୃଦ୍‌ ସ୍ପନ୍ଦନ ବଢ଼ିଯାଇଥାଏ।...

ବିଶ୍ୱର ସବୁଠୁ ବୟସ୍କା ମହିଳା ହାସଲ କଲେ ଆଉ ଏକ ରେକର୍ଡ

ଜାପାନର କେନ ଟନାକା ବିଶ୍ୱର ସବୁଠୁ ଜୀବନ୍ତ ବୟସ୍କା ମହିଳା ଭାବେ ଗିନିଜ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। କେନ ଗତ ଶନିବାର ୧୧୭...

Advertisement
Archives

Model This Week