Posted inଫୁରସତ

ନଦୀ ଭିତରେ ଖୁବ୍‌ ଜୋର୍‌ରେ ବାଇକ୍‌ ଚଳାଇଲେ ଯୁବକ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ସବୁ ଦେଖିବାକୁ ମିଳିଥାଏ। କିଛି ଭିଡିଓ ଦେଖିଲେ ମନରେ ଭୟ ଆସିଥାଏ। ଅନେକ ଥର ଲୋକମାନେ ବିପଜ୍ଜନକ ଷ୍ଟଣ୍ଟ୍‌ କରିବାକୁ ଚେଷ୍ଟା କରନ୍ତି। ମାତ୍ର ସାମାନ୍ୟ ଭୁଲ ପାଇଁ ପରିଣାମ ଭୟଙ୍କର ହୋଇଥାଏ। ଏହାର କାରଣ ହେଉଛି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେମାନଙ୍କର ଭିଡିଓ ଅପଲୋଡ୍‌ କରି ଲୋକଙ୍କ ଲାଇକ୍‌ ଗ୍ରହଣ କରିବା। କିନ୍ତୁ ବେଳେବେଳେ ଏପରି କିଛି ଘଟେ, ଯାହା ବିପଦ ସହିତ ଖେଳିବାର ଉଦ୍ଦେଶ୍ୟ ବୁଝାପଡ଼େ। ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି।

@MotorOctane ନାମକ ଏକ ଟୁଇଟର ପେଜ୍‌ରେ ଶେୟାର ହୋଇଥିବା ଭିଡିଓରେ ଜଣେ ଯୁବକ ଭରା ନଦୀରେ ବାଇକ୍‌ ଚଳାଇ ଯାଉଥିବା ଦେଖିବାକୁ ମିଳିଛି। ବିଶାଳ ନଦୀରେ ରାସ୍ତା କିମ୍ବା କୌଣସି ଜମି ଦୃଶ୍ୟମାନ ହେଉ ନ ଥିଲା, ଯୁଆଡ଼େ ଚାହିଁବ ପାଣି ହିଁ ପାଣି। ମାତ୍ର ଯୁବକ ଜଣକ ଖୁବ୍‌ ଜୋର୍‌ରେ ପାଣି ଭିତରେ ବାଇକ୍‌ ନେଇ ନଦୀ ପାର୍‌ ହୋଇଥିଲେ।

ଭିଡିଓରେ ଜଣେ ଯୁବକ ଜଣକ ଧିରେ ଧିରେ ବାଇକ୍‌କୁ ନଦୀ ଭିତରକୁ ପୂରାଉଛନ୍ତି। କିଛି ସ୍ଥାନରେ ରାସ୍ତା ଥିବା ପରି ଜଣାପଡୁଛି। କିନ୍ତୁ ଯେଉଁଠି ରାସ୍ତା ଦିଶୁ ନ ଥିଲା ସେ ବାଇକ୍‌ ଉପରେ ବସି ଆତ୍ମବିଶ୍ୱାସର ସହ ଦୂତ ପରି ଆଗକୁ ବଢ଼ି ଚାଲିଲେ। ଶେଷରେ ସେ ନଦୀ ପାର ହେବାରେ ସଫଳ ମଧ୍ୟ ହୋଇଛନ୍ତି।

ଭିଡିଓ ଦେଖିଲେ ଯେ କେହି ଯୁବକଙ୍କ ସାହସକୁ ପ୍ରଶଂସା କରିବେ। ନଦୀରେ ବାଇକ୍‌ ସହ ପଶିଲେ ଜୀବନ ପ୍ରତି ନିଶ୍ଚିତ ବିପଦ ଆସିପାରେ। ମାତ୍ର ଯୁବକ ଜଣକ ଦୁଃଶାହସିକ କାର୍ଯ୍ୟ କରି ଦେଖାଇଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ଯଦି ପାଣି ଇଞ୍ଜିନ ଭିତରକୁ ଯାଏ, ତେବେ ଏହା ବହୁତ କ୍ଷତି କରିବ। ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଏଥିରେ କ୍ୟାପଶନ ଲେଖାଅଛି, ଯେଉଁଠାରେ ଇଚ୍ଛା ଅଛି, ସେଠାରେ ଏକ ଉପାୟ ଅଛି’ ର ପ୍ରକୃଷ୍ଟ ଉଦାହରଣ। ଜଣେ ୟୁଜର କହିଛନ୍ତି, ଆମ ଜୀବିକା ନିର୍ବାହ ପାଇଁ ବେଳେବେଳେ ନେବାକୁ ଥିବା ବିପଦକୁ ଆମେ କଳ୍ପନା ମଧ୍ୟ କରିପାରିବୁ ନାହିଁ। ଅନ୍ୟ ଜଣେ କହିଛନ୍ତି, ସ୍ଥାନୀୟ ଲୋକମାନେ ତାଙ୍କ ନଦୀ ଜାଣନ୍ତି, ସେ ନିଶ୍ଚୟ ପିଲାଦିନରୁ ସେଠାରେ ରହିଆସୁଥିଲେ। ଆସାମରେ ଏହା ସାଧାରଣ କଥା ଅଟେ’।


Enter your email to get our daily news in your inbox.

All Right Reserved By Dharitri.Com

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri