Posted inଫୁରସତ

ନଦୀ ଭିତରେ ଖୁବ୍‌ ଜୋର୍‌ରେ ବାଇକ୍‌ ଚଳାଇଲେ ଯୁବକ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ସବୁ ଦେଖିବାକୁ ମିଳିଥାଏ। କିଛି ଭିଡିଓ ଦେଖିଲେ ମନରେ ଭୟ ଆସିଥାଏ। ଅନେକ ଥର ଲୋକମାନେ ବିପଜ୍ଜନକ ଷ୍ଟଣ୍ଟ୍‌ କରିବାକୁ ଚେଷ୍ଟା କରନ୍ତି। ମାତ୍ର ସାମାନ୍ୟ ଭୁଲ ପାଇଁ ପରିଣାମ ଭୟଙ୍କର ହୋଇଥାଏ। ଏହାର କାରଣ ହେଉଛି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେମାନଙ୍କର ଭିଡିଓ ଅପଲୋଡ୍‌ କରି ଲୋକଙ୍କ ଲାଇକ୍‌ ଗ୍ରହଣ କରିବା। କିନ୍ତୁ ବେଳେବେଳେ ଏପରି କିଛି ଘଟେ, ଯାହା ବିପଦ ସହିତ ଖେଳିବାର ଉଦ୍ଦେଶ୍ୟ ବୁଝାପଡ଼େ। ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି।

@MotorOctane ନାମକ ଏକ ଟୁଇଟର ପେଜ୍‌ରେ ଶେୟାର ହୋଇଥିବା ଭିଡିଓରେ ଜଣେ ଯୁବକ ଭରା ନଦୀରେ ବାଇକ୍‌ ଚଳାଇ ଯାଉଥିବା ଦେଖିବାକୁ ମିଳିଛି। ବିଶାଳ ନଦୀରେ ରାସ୍ତା କିମ୍ବା କୌଣସି ଜମି ଦୃଶ୍ୟମାନ ହେଉ ନ ଥିଲା, ଯୁଆଡ଼େ ଚାହିଁବ ପାଣି ହିଁ ପାଣି। ମାତ୍ର ଯୁବକ ଜଣକ ଖୁବ୍‌ ଜୋର୍‌ରେ ପାଣି ଭିତରେ ବାଇକ୍‌ ନେଇ ନଦୀ ପାର୍‌ ହୋଇଥିଲେ।

ଭିଡିଓରେ ଜଣେ ଯୁବକ ଜଣକ ଧିରେ ଧିରେ ବାଇକ୍‌କୁ ନଦୀ ଭିତରକୁ ପୂରାଉଛନ୍ତି। କିଛି ସ୍ଥାନରେ ରାସ୍ତା ଥିବା ପରି ଜଣାପଡୁଛି। କିନ୍ତୁ ଯେଉଁଠି ରାସ୍ତା ଦିଶୁ ନ ଥିଲା ସେ ବାଇକ୍‌ ଉପରେ ବସି ଆତ୍ମବିଶ୍ୱାସର ସହ ଦୂତ ପରି ଆଗକୁ ବଢ଼ି ଚାଲିଲେ। ଶେଷରେ ସେ ନଦୀ ପାର ହେବାରେ ସଫଳ ମଧ୍ୟ ହୋଇଛନ୍ତି।

ଭିଡିଓ ଦେଖିଲେ ଯେ କେହି ଯୁବକଙ୍କ ସାହସକୁ ପ୍ରଶଂସା କରିବେ। ନଦୀରେ ବାଇକ୍‌ ସହ ପଶିଲେ ଜୀବନ ପ୍ରତି ନିଶ୍ଚିତ ବିପଦ ଆସିପାରେ। ମାତ୍ର ଯୁବକ ଜଣକ ଦୁଃଶାହସିକ କାର୍ଯ୍ୟ କରି ଦେଖାଇଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ଯଦି ପାଣି ଇଞ୍ଜିନ ଭିତରକୁ ଯାଏ, ତେବେ ଏହା ବହୁତ କ୍ଷତି କରିବ। ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଏଥିରେ କ୍ୟାପଶନ ଲେଖାଅଛି, ଯେଉଁଠାରେ ଇଚ୍ଛା ଅଛି, ସେଠାରେ ଏକ ଉପାୟ ଅଛି’ ର ପ୍ରକୃଷ୍ଟ ଉଦାହରଣ। ଜଣେ ୟୁଜର କହିଛନ୍ତି, ଆମ ଜୀବିକା ନିର୍ବାହ ପାଇଁ ବେଳେବେଳେ ନେବାକୁ ଥିବା ବିପଦକୁ ଆମେ କଳ୍ପନା ମଧ୍ୟ କରିପାରିବୁ ନାହିଁ। ଅନ୍ୟ ଜଣେ କହିଛନ୍ତି, ସ୍ଥାନୀୟ ଲୋକମାନେ ତାଙ୍କ ନଦୀ ଜାଣନ୍ତି, ସେ ନିଶ୍ଚୟ ପିଲାଦିନରୁ ସେଠାରେ ରହିଆସୁଥିଲେ। ଆସାମରେ ଏହା ସାଧାରଣ କଥା ଅଟେ’।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୨ ବୁଣାକାରଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,୮ା୮(ସୌମ୍ୟରଞ୍ଜନ ରାଉତ): ନୂଆଦିଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଶୁକ୍ରବାର ୧୨ତମ ଜାତୀୟ ହସ୍ତତନ୍ତ ଦିବସ ସମାରୋହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯୋଗଦେଇ…

୨୪ ଘଣ୍ଟାରେ ଲଘୁଚାପ: ସପ୍ତାହେ ଯାଏ ପ୍ରବଳ ବର୍ଷା, ଆଜି ୬ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୭ା୮(ବନ୍ଦନା ସେଠୀ) – ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ।…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

ଭଞ୍ଜନଗରରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, କୁଲାଡରେ ଗୁହାଳ ଘର ଭୁଶୁଡ଼ି ୧୫ରୁ ଅଧିକ ଛେଳି ମୃତ

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ଦିନ ହେବ ଅପରାହ୍ନ ଏବଂ ରାତିରେ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

ଜିଆର୍‌ପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୭।୮: ଚର୍ଚ୍ଚିତ ଜିଆର୍‌ପି (GRP) କନଷ୍ଟେବଳ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ କୋର୍ଟଙ୍କ ପକ୍ଷରୁ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାରେ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri