ଏହି ୩ ରାଶିର ଯୁବକ ସବୁଠାରୁ ଭଲ ସ୍ବାମୀ; ନ କହିଲେ ବି ମନକଥା ଜାଣି ନିଅନ୍ତି…

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରାଶି ଆଧାରରେ ଯେକୌଣସି ବ୍ୟକ୍ତିର ସ୍ବଭାବ ଏବଂ ତାଙ୍କ ପ୍ରକୃତି ବିଷୟରେ ଅନେକ କିଛି ଜଣାପଡ଼ିଥାଏ। ମୋଟ ୧୨ ରାଶି ଭିତରୁ ସବୁ ରାଶିର ନିଜର ସ୍ବାମୀ ଗ୍ରହ ରହିଛି। ଆଜି ଆମେ ଏପରି ୩ ରାଶି ବିଷୟରେ ଜାଣିବା ଯେଉଁଥିରେ ଜନ୍ମିତ ପୁରୁଷମାନେ ଭଲ ସ୍ବାମୀ ହୋଇଥାନ୍ତି। ଏମାନେ ବହୁତ ସ୍ନେହି ସ୍ବଭାବର ହୋଇଥାନ୍ତି। ସ୍ତ୍ରୀଙ୍କ ସବୁ ଛୋଟ ବଡ଼ ଆବଶ୍ୟକତାକୁ ପୂରଣ କରିଥାନ୍ତି।

କର୍କଟ ରାଶି: ଜ୍ୟୋତିଷଙ୍କ ଅନୁଯାୟୀ ଏହି ରାଶିର ଯୁବକ ଭଲ ସ୍ବାମୀ ସାବ୍ୟସ୍ତ ହୋଇଥାନ୍ତି। ପରଫେକ୍ଟ ହଜବ୍ୟାଣ୍ଡ ହେବାର ସବୁଗୁଣ ଏମାନଙ୍କ ପାଖରେ ରହିଥାଏ। ପ୍ରତିଶ୍ରୁତିକୁ ଏମାନେ ଠିକ୍‌ ଭାବେ ପାଳନ କରିଥାନ୍ତି। ଭଲପାଇବାରେ ଏମାନଙ୍କର ସଚ୍ଚୋଟତା ଥାଏ। ଯଦି ଏମାନେ ଥରେ ସମ୍ପର୍କ ଯୋଡ଼ିଥାନ୍ତି ତେବେ ସବୁଦିନ ପାଇଁ ଏହାକୁ ପାଳନ କରିଥାନ୍ତି। ବିଶେଷକରି ପ୍ରେମ ସମ୍ପର୍କକୁ ଏମାନେ ବିବାହ ଯାଏ ପହଞ୍ଚାଇଥାନ୍ତି। ଏଥିଯୋଗୁ ଏମାନଙ୍କ ପାର୍ଟନର ବୋଶ୍‌ ଭାଗ୍ୟଶାଳୀ ହୋଇଥାନ୍ତି।

ତୁଳା: ଏହି ରାଶିର ଯୁବକ ବେଶ୍‌ ରୋମାଣ୍ଟିକ୍‌ ଏବଂ ସ୍ନେହୀ ହୋଇଥାନ୍ତି। ପାର୍ଟନରଙ୍କ ଭାବନାକୁ ଏମାନେ ପୂରଣ କରିଥାନ୍ତି। ତାଙ୍କୁ ଖୁସିରେ ରଖିବାକୁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି। ପିଲାଙ୍କ ଭଳି ଏମାନେ ପ୍ରେମିକାର ଯତ୍ନ ନେଇଥାନ୍ତି। ଛୋଟ ବଡ଼ ଉପହାର ଦେଇ ସେ ସାଥୀଙ୍କ ମନ କିଣିଥାନ୍ତି। ସଚ୍ଚୋଟତା ଏବଂ କମିଟମେଣ୍ଟ ଏମାନଙ୍କର ବଡ଼ଗୁଣ ଥାଏ। ଏଣୁ ଏମାନେ ଭଲ ଲଭ୍‌ ପାର୍ଟନର ସାବ୍ୟସ୍ତ ହୋଇଥାନ୍ତି।

ବିଛା: ଏହି ରାଶିର ଯୁବକ ବହୁତ ବୁଦ୍ଧିମାନ ଏବଂ ଉଦାର ହୃଦୟର ହୋଇଥାନ୍ତି। ଏମାନଙ୍କ ପାଇଁ ପ୍ରେମ ସବୁଠାରୁ ଆଗରେ ଥାଏ। ଏମାନେ ନିଜର ଲଭ୍‌ ପାର୍ଟନରଙ୍କୁ ଖୁସି କରିବାକୁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ସ୍ବଭାବରେ ବହୁତ ସ୍ନେହୀ ଏମାନେ। ନ କହିଲେ ବି ଏମାନେ ମନ କଥା ଜାଣି ନିଅନ୍ତି। ସବୁ ଛୋଟ ବଡ଼ ଆବଶ୍ୟକତାର ଏମାନେ ଯତ୍ନ ନିଅନ୍ତି। ତାଙ୍କୁ ସବୁ ସୁଖ ଦେବାକୁ ଚେଷ୍ଟା ମଧ୍ୟ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

ରାସ୍ତା ନଥିବାରୁ ନାଳ ପାଖରେ ଅଟକିଲା ଆମ୍ବୁଲାନ୍ସ ; ରାତିସାରା ଖୋଲା ଆକାଶ ତଳେ ପଡ଼ିରହିଲା ମୃତଦେହ, ସକାଳେ ୮ କିମି ବୋହିଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ଆଡ଼କୁ ଦେଶ ଆଗେଇ ଚାଲିଥିବା ବେଳେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଯାତାୟାତ ଓ ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri