ଲାଇଭ ଭିଡିଓ କରି ଜୀବନ ହାରିଲେ ଯୁବକ

ଖୋର୍ଦ୍ଧା ଅଫିସ,୨୧ା୫: ପୁଣି ପ୍ରେମ ନେଲା ଏକ ଜୀବନ। ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ଟ୍ରେନ ଲାଇନକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ଲାଇଭ ଭିଡିଓ କରି ଧାରୁଆ ଅସ୍ତ୍ରରେ ନିଜ ହାତକୁ କାଟିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରିକି ଏହି ଲାଇଭ ଶୁଟ୍‌ କରିଥିବା ଭିଡିଓ ନିଜ ହ୍ବାଟ୍ସଆପ୍‌ ଷ୍ଟାଟସରେ ଅପ୍‌ଲୋଡ୍‌ କରିଛନ୍ତି। ଶୁକ୍ରବାର ଧଉଳିମୁହଁ ଷ୍ଟେଶନ ଓ ଅଣ୍ଡା ଗ୍ରାମ ମଧ୍ୟବର୍ତ୍ତୀ ରେଳଧାରଣାରୁ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଖୋର୍ଦ୍ଧାରୋଡ୍‌ ଜିଆର୍‌ପି ପୋଲିସ ଜବତ କରି ବ୍ୟବଚ୍ଛେଦ ଲାଗି ଖୋର୍ଦ୍ଧା ମେଡିକାଲ ପଠାଇଛି। ମୃତକ ହେଲେ ଧଉଳିମୁହଁ ଅଞ୍ଚଳର ସୌମ୍ୟରଞ୍ଜନ ପରିଡା(୨୮)। ଏନେଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।
ସୂଚନା ମୁତାବକ, ସୌମ୍ୟରଞ୍ଜନ ବାହାର ରାଜ୍ୟରେ ରହୁଥିବା ବେଳେ କିଛି ଦିନ ହେବ ଗଁାକୁ ଆସିଥିଲେ। ଗୁରୁବାର ସେ ଘରୁ କେଉଁଆଡେ ପଳାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଏନେଇ ପରିବାର ଲୋକେ ବ୍ୟସ୍ତ ହୋଇ ପଡିଥିଲେ। ଏହି ସମୟରେ ଅନ୍ୟ ସମ୍ପର୍କୀୟମାନଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ, ସୌମ୍ୟ ନିଜ ହାତକୁ କାଟି ଲାଇଭ ଭିଡିଓ କରି ହ୍ବାଟସଆପ୍‌ ଷ୍ଟାଟସରେ ରଖିଛନ୍ତି। ଏନେଇ ପରିବାର ଲୋକେ ସୌମ୍ୟଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ପର୍କ ହୋଇପାରି ନ ଥିଲା। ସୌମ୍ୟ ଗୁରୁବାର ମୋବାଇଲ ଷ୍ଟାଟସରେ ଇମୋଶନାଲ ଭିଡିଓ, ସାୟରୀ ସବୁ ମଧ୍ୟ ପୋଷ୍ଟ କରିଥିଲେ। ରାତି ପ୍ରାୟ ସାଢେ ୧୦ଟାରେ ସେ ନିଜ ହାତ କାଟି ଦେଇଥିବା ଏବଂ ରକ୍ତ ବାହାରି ତଳେ ପଡୁଥିବା ପ୍ରଥମ ଭିଡିଓ ଷ୍ଟାଟସ ଦେଇଥିଲେ। ପରେ ପରେ ସେ ୭ଟି ଭିଡିଓ ପୋଷ୍ଟ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ସେ କହିଛନ୍ତି, ମୁଁ ମା’ବାପାକୁ ବହୁତ ଭଲପାଏ। କିନ୍ତୁ ମୁଁ ଆଜି ଜାଣିପାରୁନି, କ’ଣ କରୁଛି, କ’ଣ ନ କରୁଛି, ଆଉ କିଛି ସମୟ ବଞ୍ଚିବି… ମୋ ମା’ବାପା କେବେ କଷ୍ଟ ନ ପାଆନ୍ତୁ, ମୁଁ ଯାହାକୁ ଭଲ ପାଇଥିଲି, ସେ ମୋତେ ଧୋକା ଦେଲା। ଭାଇ ତୁ ସାନ ଭାଇଟେ ହେବୁ, ମା’ ବାପାଙ୍କୁ ଖୁସିରେ ରଖିବୁ, ମୁଁ ତୋ ପାଇଁ କିଛି କରିପାରିଲି ନାହିଁ ବୋଲି କହୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ରେଳଧାରଣା କଡରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବା ଖବରପାଇ ଖୋର୍ଦ୍ଧା ସଦର ଥାନା ପୋଲିସ ପହଞ୍ଚିଥିଲା। ସଦର ପୋଲିସ ଠାରୁ ସୂଚନାପାଇ ଖୋର୍ଦ୍ଧା ରୋଡ୍‌ ଜିଆରପି ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତଦେହଟି ସୌମ୍ୟରଞ୍ଜନଙ୍କର ଏବଂ ସେ ପ୍ରେମରେ ବିଫଳ ହେବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏନେଇ ଜିଆର୍‌ପି ଥାନା ଓଆଇସି ଧରଣୀଧର ପ୍ରଧାନ କହିଛନ୍ତି, ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri