Posted inଫୁରସତ

୩୩୫ ଯୁବତୀଙ୍କ ସହ ଡେଟ୍‌ରେ ଯାଇସାରିଲେଣି ଏହି ଯୁବକ, ଏବେ ବି ଅଧୁରା ରହିଛି ସ୍ବପ୍ନ

ତାମିଲନାଡୁରେ ରହୁଥିବା ସୁନ୍ଦର ରାମୁ ବର୍ତ୍ତମାନ ସୁଦ୍ଧା ୩୩୫ ଯୁବତୀଙ୍କ ସହ ଡେଟ୍‌ରେ ଯାଇସାରିଲେଣି। କିନ୍ତୁ ତାଙ୍କ ଇଚ୍ଛା ଏବେ ବି ପୂରଣ ହୋଇନାହିଁ। କାରଣ ତାଙ୍କର ଲକ୍ଷ୍ୟ ରହିଛି ସେ ୩୬୫ ଯୁବତୀଙ୍କ ସହ ଡେଟ୍‌ରେ ଯିବେ। ସୁନ୍ଦର ଇତିମଧ୍ୟରେ କାହାକୁ ବିବାହ କରିଛନ୍ତି ତ ଆଉ କାହାକୁ ଡିଭର୍ସ ଦେଇସାରିଛନ୍ତି। ଆଉ କାହା ସହ ରୋମାନ୍ସ କରୁଛନ୍ତି। ଜାଣନ୍ତୁ ସୁନ୍ଦରଙ୍କ ଆଉ କ’ଣ ସବୁ ଇଚ୍ଛା ରହିଛି…

ସୁନ୍ଦର ଜଣେ ତାମିଲ ଅଭିନେତା ସହିତ ଜଣେ ଡ୍ୟାନ୍ସର, ଫଟୋଗ୍ରାଫର ମଧ୍ୟ। ସେ କିଛି ବର୍ଷ ମଧ୍ୟରେ ୩୩୫ ଜଣ ଯୁବତୀଙ୍କ ସହ ଡେଟ୍‌ରେ ଯାଇସାରିଲେଣି। ଆହୁରି ୩୦ ଡେଟ୍‌ ବାକି ଅଛି।

ଏକ ସାକ୍ଷାତକାରରେ ସୁନ୍ଦର କହିଛନ୍ତି, ମୁଁ ବହୁତ ରୋମାଣ୍ଟିକ୍‌। ପ୍ରତିଦିନ ମୁଁ ପ୍ରେମ ଖୋଜିଥାଏ। ଏଥିପାଇଁ ସେ ‘ଡେଟିଂ ପୋଜେକ୍ଟ’ ୨୦୧୫ରେ ଆରମ୍ଭ କରିଥିଲେ। ସୁନ୍ଦର ଯେଉଁ ଯୁବତୀମାନଙ୍କ ସହ ଡେଟ୍‌ରେ ଯାଇଛନ୍ତି ସେମାନଙ୍କ ମଧ୍ୟରୁ କିଏ ଅଭିନେତ୍ରୀ ତ ଆଉ କିଏ ମଡେଲ। ଆଉ କେହି ଶିକ୍ଷୟିତ୍ରୀ ତ ଆଉ କିଏ ରାଜନେତ୍ରୀ। ଖାସ୍‌ କଥା ହେଲା ସୁନ୍ଦରଙ୍କ ଏହି ଯୁବତୀମାନଙ୍କ ମଧ୍ୟରେ ଜଣେ ୧୦୫ ବର୍ଷର ବୃଦ୍ଧା ମଧ୍ୟ ଡେଟ୍‌ରେ ଯାଇଛନ୍ତି। ସେ ବର୍ତ୍ତମାନ ଏ ଦୁନିଆରେ ନାହାନ୍ତି। ସୁନ୍ଦର ଜାତି ଧର୍ମ ବର୍ଣ୍ଣ କିଛି ଦେଖନ୍ତି ନାହିଁ। ତାଙ୍କୁ ଯିଏ ଭଲ ଲାଗେ ସେ ତାଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରନ୍ତି।

ସୁନ୍ଦର କୁହନ୍ତି, ଦିଲ୍ଲୀର ଗ୍ୟାଙ୍ଗରେପ୍‌ ଘଟଣା ତାଙ୍କୁ ଦୋହଲାଇ ଦେଇଥିଲା। ଏହି ଘଟଣା ପରେ ତାଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା। ତେଣୁ ସେ ଏପରି ଡେଟ୍‌ରେ ଯିବାକୁ ଚିନ୍ତା କରିଥିଲେ। ସେ କହିଛନ୍ତି, ପ୍ରଥମେ ମୋ’ ଚିହ୍ନାଜଣା ଯୁବତୀଙ୍କ ସହ ଡେଟ୍‌ରେ ଯାଉଥିଲି। ଏବେ କିନ୍ତୁ ଦେଶ ବିଦେଶର ଯୁବତୀମାନଙ୍କ ସହ ଯାଉଛି। ଭାରତ ବ୍ୟତୀତ ସେ ଭିଏତନାମା, ସ୍ପେନ୍‌, ଫ୍ରାନ୍ସ, ଆମେରିକା, ଥାଇଲାଣ୍ଡ ଏବଂ ଶ୍ରୀଲଙ୍କାର ଯୁବତୀମାନଙ୍କ ସହ ଡେଟ୍‌ରେ ବି ଯାଇଛନ୍ତି। ତାଙ୍କ କହିବା କଥା ଏହା ପଛରେ ମୋର କେବଳ ଗୋଟିଏ ଉଦ୍ଦେଶ୍ୟ। ସେହି ଉଦ୍ଦେଶ୍ୟ ହେଲା ଲିଙ୍ଗଗତ ସମାନତା। ମୁଁ ପୁରୁଷ ସେ ମହିଳା ଏହି ଭେଦଭାବ ମନରୁ ଦୂରେଇ ଯାଉ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri