ରେଳ ଟ୍ରାକ୍‌ରେ ଖୁବ୍‌ ଜୋର୍‌ରେ କାର୍‌ ଚଳାଇଲେ ଯୁବକ, କାରଣ ଜାଣିଲେ…

ଲଣ୍ଡନ,୧୬ା୭: ବ୍ରିଟେନରେ ଜଣେ ଯୁବକ ରେଳ ଟ୍ରାକ୍‌ରେ ଖୁବ୍‌ ଜୋର୍‌ରେ କାର୍‌ ଚଳାଇବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେତେବେଳେ ପୋଲିସ ହର୍ଟଫୋର୍ଡଶାୟାରର ଚେଶଣ୍ଟରେ ଏକ କାର୍‌ ଅଟକାଇବାକୁ ଚେଷ୍ଟା କଲା ବେଳେ ଡ୍ରାଇଭର ସେଠାରୁ ପଳାଇଯିବାରେ ଲାଗିଲେ। କେଉଁଆଡ଼େ ଖସି ଯିବେ ଭାବି ନ ପାରି ରେଳ ଟ୍ରାକ୍‌ରେ କାର୍‌କୁ ଖୁବ୍‌ ଜୋର୍‌ରେ ଚଳାଇ ଗଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡ୍ରାଇଭରର ଏମିତି କାର୍‌ ଚଳାଇବା ଦେଖି ପୋଲିସ ତାଙ୍କର ପିଛା କରିଥିଲା। ଏଥିରେ ଡ୍ରାଇଭର ଆହତ ହେବା ସହ ପୋଲିସ ମଧ୍ୟ ଆହତ ହୋଇଛି।

ପାଖରେ ଥିବା ଏକ ଘରର ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି ଯେ, ଷ୍ଟେଶନ ନିକଟରେ ଥିବା ଏକ କାର୍‌କୁ ଜଣେ ମହିଳା ଅଧିକାରୀ ହାତରେ ବାଡ଼ି ଧରି ପାଟି କରି କହୁଛନ୍ତି କାର୍‌ ବାହାରକୁ କାଢ଼। ଆଉ ଜଣେ ପୋଲିସ ଅଧିକାରୀ କହୁଛନ୍ତି କାହାକୁ ଶୁଣାଯାଉନି କି କାର୍‌ ଶୀଘ୍ର ବାହାରକୁ ବାହାର କର। ହଠାତ୍‌ ଡ୍ରାଇଭର ଜଣକ ଗାଡ଼ିକୁ ପଛ କରି ନେଇ ଖୁବ୍‌ ଜୋର୍‌ରେ ଚଳାଇ ପଳାଉଛନ୍ତି। ଆଗରେ ରାସ୍ତା ନ ପାଇ ରେଳ ଟ୍ରାକ୍‌ରେ କାର୍‌କୁ ଚଳାଉଛନ୍ତି। ଷ୍ଟେଶନରେ ଲାଗିଥିବା କ୍ୟାମେରାରେ ରେକର୍ଡିଂ ହୋଇଥିବା ଭିଡିଓରୁ ଦେଖିବାକୁ ମିଳିଛି ଟ୍ରାକ୍‌ରେ କାର୍‌ଟି ଖସି ଯାଉଛି। ଆଉ ଏଥିରୁ ଖୁବ୍‌ ଜୋର୍‌ରେ ଧୂଆଁ ବାହାରୁଛି। ଘଟଣା ଜଣାପଡ଼ିବା ପରେ ଅତି କମ୍‌ରେ ୧୦ ପୋଲିସ କାର୍‌, ଆମ୍ବୁଲାନ୍ସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍‌ଟିକୁ ଅଟକାଇଥିଲେ। ଯାଞ୍ଚରୁ ଜଣାପଡ଼ିଥିଲା ଏହା ଏକ ଚୋରି କାର୍‌। ପରେ ଯୁବକ ଜଣଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆର ଜୋର୍‌ଦାର ସେଲ୍‌ ମାଡ଼

କିଭ୍‌, ୭ା୩ : ୟୁକ୍ରେନ୍‌ର ପୂର୍ବଭାଗରେ ଥିବା ବାଖମୁଟ୍‌ ସହରକୁ ରୁଷିଆ ଚାରିପଟୁ ଘେରିଲାଣି। ସହରକୁ କାବୁ କରିବା ଲାଗି ରୁଷିଆ ସୈନ୍ୟ ଜୋର୍‌ଦାର ଉଦ୍ୟମ...

ସୁଖମୟ ଭବିଷ୍ୟତ ଆଶା ମଉଳି ଯାଉଛି : ଆମେରିକା ନୂଆ ପିଢ଼ି ନିରାଶ…

ଓ୍ବାଶିଂଟନ,୨୫।୩ : ଆମେରିକୀୟମାନଙ୍କ ମଧ୍ୟରେ ଆଗାମୀ ପିଢ଼ିଙ୍କି ପାଇଁ ଏକ ସୁଖମୟ ଉନ୍ନତ ଜୀବନର ଆଶା ଦ୍ରୁତ ଗତିରେ କମିବାରେ ଲାଗିଛି । ବହୁ ସଂଖ୍ୟକ...

ନ୍ୟୁୟର୍କରୁ ସିଡ୍‌ନୀ ୧୯ ଘଣ୍ଟା ଲଗାତର ବିମାନ ଯାତ୍ରା

ନ୍ୟୁୟର୍କ: ଘଣ୍ଟାଏ ନୁହେଁ କି ଦୁଇଘଣ୍ଟା ନୁହେଁ ଲଗାତର ୧୯ ଘଣ୍ଟା ୧୬ ମିନିଟ୍‌ର ବିମାନ ଯାତ୍ରା। ନ୍ୟୁୟର୍କରୁ ସିଡ୍‌ନୀକୁ କ୍ୱାଣ୍ଟାସ୍‌ ବିମାନ ଯାତ୍ରୀ ଏଭଳି...

‘ଗଣତନ୍ତ୍ରକୁ ନେଇ ଆମକୁ କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ’

ନ୍ୟୁୟର୍କ,୨।୧୨: ଭାରତ ଆସନ୍ତା ଏକ ମାସ ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଅଧ୍ୟକ୍ଷତା ଦାୟିତ୍ୱ ସମ୍ଭାଳିବ। ଏହି ସମୟରେ ଆତଙ୍କବାଦ ମୁକାବିଲା ଏବଂ...

ନେପାଳରେ ଭୂକମ୍ପ

କାଠମାଣ୍ଡୁ, ୧୯।୫: ନେପାଳର କେନ୍ଦ୍ରୀୟ ଲମଜୁଙ୍ଗ୍‌ ଜିଲାରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୮ ରହିଥିଲା। ଏଥିରେ ୬ ଜଣ...

ଟିକସ ବୃଦ୍ଧି ପ୍ରତିବାଦ: ଶ୍ରୀଲଙ୍କାରେ ଦେଶବ୍ୟାପୀ ଧର୍ମଘଟ

କଲମ୍ବୋ,୧ା୩: ସରକାରଙ୍କ ଦ୍ୱାରା ଟିକସ ଏବଂ ୟୁଟିଲିଟି ହାର ବୃଦ୍ଧିକୁ ବିରୋଧ କରି ବୁଧବାର ଶ୍ରୀଲଙ୍କା ଟ୍ରେଡ୍‌ ୟୁନିୟନ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲା। ଯେଉଁଥିପାଇଁ...

ଚାଇନାରେ କରୋନା ଅଣାୟତ୍ତ, ମାତାପିତାଙ୍କଠାରୁ ପିଲାଙ୍କୁ ଅଲଗା କରୁଛନ୍ତି ସରକାର…

ବେଜିଂ, ୨।୪ : ଚାଇନାକୁ ପୁଣି ୨ ବର୍ଷ ପରେ କରୋନା ଫେରିଛି। ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣ ବଢୁଥିବାରୁ ସରକାର...

ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ

ସିୟୋଲ.୨୭ ।୩: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ତାଙ୍କର ପ୍ରକୃତିରେ କୌଣସି ପରିବର୍ତ୍ତନ କରିପାରୁ ନାହାନ୍ତି । ଦକ୍ଷିଣ କୋରିଆ ସେନାର...

Advertisement
Archives

Model This Week