ବାଲେଶ୍ୱର ଅଫିସ, ୨।୨: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବାଜିତପୁର ପଞ୍ଚାୟତ ବରବରିଆ ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଜୟନାରାୟଣ ପ୍ରଧାନ(୩୮)।
ପ୍ରକାଶ ଯେ, ଜୟନାରାୟଣ ନିଜ ପାନ ବରଜକୁ ପାଣି ଦେବାକୁ ଯାଇଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ତେବେ ପରିବାର ଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରି ଜଲେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଳସାରି ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରାଇବା ସହ କେସ୍ ନଂ. ୨୧/୧ ରେ ଏକ ଅପମୃତୁ ମାମଲା ରୁଜୁ କରିଛି।
Posted inଆମ ଜିଲା ଖବର, ବାଲେଶ୍ୱର View All

ପଢ଼ାରେ ବାଧକ ୨ ଗୁଣ ବସ୍ ଭଡ଼ା
ବଇଣ୍ଡା,୨୨।୧(ଡି.ଏନ.ଏ.) କେବେଠୁ ଉଠିଗଲାଣି ଲକ୍ଡାଉନ୍। କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ସବୁଠି କୋହଳ ହୋଇସାରିଛି କୋଭିଡ୍ କଟକଣା। ସହର, ବଜାର ସ୍ଥିତି ସ୍ବାଭାବିକ ହୋଇସାରିଥିବା ବେଳେ ସରକାରୀ,...

ମହାପ୍ରଭୁଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି: ସୁପ୍ରିମକୋର୍ଟଙ୍କୁ ଦିଆଯିବ ସ୍ବତ୍ୱଲିପି ତଥ୍ୟ
ପୁରୀ ଅଫିସ, ୨୧ା୧୨: ମହାପ୍ରଭୁଙ୍କ ରତ୍ନଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛିି। ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି...

ଗୁଣିଗାରେଡିରୁ ମହିଳାଙ୍କ ପ୍ରତି ହିଂସା: ସୂଚନା ପ୍ରଦାନକାରୀଙ୍କୁ ପୁରସ୍କାର
ଛତ୍ରପୁର,୯।୩(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଗୁଣି ଗାରେଡିକୁ ନେଇ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ସମ୍ପର୍କରେ ଯେଉଁ ଖବରଦାତା ଜିଲା ପ୍ରଶାସନକୁ ପ୍ରଥମେ ଜଣାଇବେ ତାଙ୍କୁ ୫୦ ହଜାର...

ପାରାଦୀପ ପୌରାଞ୍ଚଳ: ସ୍ଥଗିତ ରହିଲା ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟନ
ପାରାଦୀପ, ୯।୩ (ସ୍ବ.ପ୍ର.): ରାଜ୍ୟ ସରକାର ସହରାଞ୍ଚଳରେ ଥିବା କଚ୍ଚା ଘର ବାସିନ୍ଦାଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ୨୦୧୭ରୁ ଭୂମିହୀନଙ୍କୁ ଯୋଗ୍ୟତା ପ୍ରମାଣପତ୍ର...

ଓଭରଲୋଡିଂ ଯୋଗୁ ଓଲଟିଲା ସ୍କୁଲ ଅଟୋ: ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ମୃତ, ୩ ଗୁରୁତର; ଗାଡ଼ିକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
ପଟ୍ଟାମୁଣ୍ଡାଇ,୭।୧୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗରା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ସ୍କୁଲ ଅଟୋ ଓଲଟିପଡ଼ିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩...

ସହାୟତା ଦାବି କଲା କଳାକାର ସଂଘ
କଣ୍ଟାବାଞ୍ଜି, ୨୦ା୧୦(ଡି.ଏନ.ଏ.) ବଲାଙ୍ଗୀର ଜିଲା କଣ୍ଟାବାଞ୍ଜ ଏନଏସି ସହରାଞ୍ଚଳରେ ଥିବା କଳାକାରଙ୍କୁ ଚିହ୍ନଟ କରାଯାଇ ନାହିଁ। ଏଥିଯୋଗୁ ସେମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି।...

ଚିତ୍ରକୋଣ୍ଡାରେ କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ଆଗୁଆ
ମାଲକାନଗିରି,୨୩ା୫(ସ୍ବ.ପ୍ର.): ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ କଂଗ୍ରେସ ଆଗୁଆ ରହିଛି। କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ୭୭୦ ଭୋଟ୍ ପାଇଥିବା ବେଳେ ଭାଜପାର...

ଟ୍ରକ୍ ସହ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ମୁହାଁମୁହିଁ: ୧୦ ଆହତ, ୩ ଗୁରୁତର
ବାଲିଗୁଡା/ତୁମୁଡିବନ୍ଧ,୨୬ା୫(ଡି.ଏନ୍.ଏ.)- ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତ କିନରପଡା ଗ୍ରାମ ନିକଟରେ ସୋମବାର ରାତି ପ୍ରାୟ ୧୧ଟାରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ...