ପାଟଣା ମୁଖ୍ୟାଳୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଲେ ଯୁବ ଡାକ୍ତର

ପାଟଣା,୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ ବିଶେଷଜ୍ଞ ଡାକ୍ତର ପଦବୀ ଖାଲିପଡିଥିବା ବେଳେ ମଙ୍ଗଳବାର ଜଣେ ଯୁବ ଏମ୍‌ବିବିଏସ୍‌ ଡାକ୍ତର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଯୁବ ଡାକ୍ତର ଜଣକ ହେଉଛନ୍ତି ପାଟଣା ବ୍ଲକ ତୁରୁମୁଙ୍ଗା ଗ୍ରାମର ହିମାଂଶୁ ଶେଖର ମହାନ୍ତ। ସେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ବେଳେ ତାଙ୍କ ପାଇଁ ଡାକ୍ତର କ୍ୱାର୍ଟର ନ ଥିବାରୁ ସେ ମୁଖ୍ୟାଳୟରେ ରହି ରୋଗୀ ସେବା ଯୋଗାଇଦେବେ। ଅନ୍ୟ ପକ୍ଷରେ ଡିଏମ୍‌ଏଫ୍‌ ଫଣ୍ଡରୁ ନିଯୁକ୍ତ ଜଣେ ଡାକ୍ତର ହେଡକ୍ୱାର୍ଟରରେ ନ ରହି କ୍ୱାର୍ଟରରେ ଚାବି ମାରି ଘର ମାଡି ବସିଥିବା ଅଭିଯୋଗ ହୋଇଛି। ପାଟଣା ସ୍ବାସ୍ଥ୍ୟ କେନ୍ଦ୍ରରେ ୨ ଜଣ ରେଗୁଲାର ଡାକ୍ତର ଥିବା ବେଳେ ଡ.ହିମାଂଶୁ ଚୁକ୍ତିଭିତ୍ତିକ ଭାବେ ପୋଷ୍ଟିଂ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲା: ହାଇକୋର୍ଟରେ ସିବିଆଇର ଚାର୍ଜଶିଟ୍‌ ଦାଖଲ

କଟକ ଅଫିସ, ୨୨ା୮: ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ଏଥିରେ ସିବିଆଇ ଚାର୍ଜଶିଟ୍‌ ଦାଖଲ କରିଛି। ତେବେ ତଦନ୍ତରୁ କ’ଣ ମିଳିଛି...

ଏ ପାନ୍‌ବାଲା ବାବୁ…କଣ୍ଠଶିଳ୍ପୀଙ୍କ ପରଲୋକ

ବଲାଙ୍ଗୀର,୧୬ା୬(ବୀରେନ୍ଦ୍ର ଝାଙ୍କର): ନବେ ଦଶକରେ ପ୍ରସିଦ୍ଧି ଲାଭ କରିଥିବା ଲୋକପ୍ରିୟ କୋଶଲୀ-ସମ୍ବଲପୁରୀ ଗୀତ ଏ ପାନ୍‌ବାଲା ବାବୁର ଗାୟକ ତଥା ଲେଖକ, ସଙ୍ଗୀତଜ୍ଞ ଏବଂ ବିଶିଷ୍ଟ...

ପ୍ରାଣୀଧନ ଚିକିତ୍ସାକୁ ଉପେକ୍ଷା

ବଅଁରପାଳ,୨୯।୬(ଡି.ଏନ.ଏ.) – ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ଼ୀକରଣରେ ପ୍ରାଣୀ ସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ଅଧିକରୁ ଅଧିକ ପ୍ରାଣୀଧନ ପାଳନ ପାଇଁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ...

ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀ କୋଟ ଚାର୍ଲାଣ

ଧର୍ମଶାଳା/ଜେନାପୁର,୨୭।୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଗଡ଼ମଧୂପୁର ପଞ୍ଚାୟତର ପନ୍ତୁରୀ ଗ୍ରାମରେ ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ସ୍ବାମୀକୁ ସୋମବାର ଗିରଫ...

ପ୍ରବାସୀ ସୁରଟ ଫେରନ୍ତାଙ୍କ ପାଇଁ ପ୍ରସ୍ତୁତି, ସମୀକ୍ଷା କଲେ ଜିଲାପାଳ

ଧରାକୋଟ,୨୯ା୪(ଡି.ଏନ.ଏ.)- ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ ମଧ୍ୟରୁ ୨ଟି ଧରାକୋଟରେ ରହିବ। ଏନେଇ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା...

ସଂକ୍ରମଣ ନେଲା ହାତୀ ଛୁଆର ଜୀବନ

କେନ୍ଦୁଝର,୩।୧(ସ୍ବ.ପ୍ର.): କେନ୍ଦୁଝର ଡିଭିଜନ ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ସେକ୍ସନ ଅଧୀନ ବାରବାଙ୍କ ଜଙ୍ଗଲରେ ରବିବାର ଏକ ଛୁଆ ହାତୀର ମୃତ୍ୟୁ ଘଟିଥିଲା। ବ୍ୟଚ୍ଛେଦ ରିପୋର୍ଟ...

ଲୁଟ୍‌ର ଡେମୋ ଦେଖାଇଲେ ଅଭିଯୁକ୍ତ

କଟକ ଅଫିସ,୨୭।୧୧: କଟକ ନୟାସଡ଼କ ଅଞ୍ଚଳରେ ଥିବା ଅର୍ଥ ଲଗାଣକାରୀ ସଂସ୍ଥା ଇଣ୍ଡିଆନ ଇନ୍‌ଫୋଲାଇନ ଫାଇନାନ୍ସ ଲିମିଟେଡ(ଆଇଆଇଏଫ୍‌ଏଲ୍‌) ଶାଖା କାର୍ଯ୍ୟାଳୟରୁ ସୁନା ଲୁଟ ଘଟଣାର ଚେର...

କୋଠରିରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଯୁବକ ଗିରଫ; ହତ୍ୟା ଅଭିଯୋଗ ଆଣିଲେ ବାପା

ବ୍ରହ୍ମପୁର ଅଫିସ,୨୦ା୬: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ମୁକ୍ତେଶ୍ୱର ନଗରରେ ରହୁଥିବା ଜଣେ ନାବାଳିକାଙ୍କ ମୃତଦେହ ପୋଲିସ ଏକ କୋଠରିରୁ ଶନିବାର ଉଦ୍ଧାର...

Advertisement
Archives

Model This Week