ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ସୁନ୍ଦରଗଡ,୧୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ ଡିଏଫ୍‌ଓ ଅଫିସର କନିଷ୍ଠ କିରାଣୀ ଶ୍ରୀକାନ୍ତ ହୋତା ସୋମବାର ଜଣେ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ବିରେଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭିଜିଲାନ୍ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କିଞ୍ଜିରିକେଲାର ଦେଓଭବନପୁର ଗ୍ରାମର ପାତ୍ରାସ ବାର୍ଲା ନାମକ ଜଣେ ବ୍ୟକ୍ତିଙ୍କ ବାପା ଭର ଓରଫ ନାଇଡୁ ଗତ ୨୦୧୯ରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତି ରାଶି ପ୍ରଦାନ କରାଯାଇଛି । ଏଥିପାଇ କିରାଣୀ ହୋତା ମୃତକଙ୍କ ପୁଅ ପାତ୍ରାସ ବାର୍ଲାଙ୍କୁ ୧୦ ହଜାର ଟଙ୍କା ଦାବି କରି ହଇରାଣ କରୁଥିଲେ । ପାତ୍ରାସ ଏ ସମ୍ପର୍କରେ ସ୍ଥାନୀୟ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ କିରାଣୀ ହୋତା ତାଙ୍କ ଠାରୁ ଏହି ଟଙ୍କା କାର୍ଯ୍ୟାଳୟରେ ନେଉଥିବା ସମୟରେ ସେଠାରେ ଲୁଚି ରହି ଥିବା ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତାଙ୍କ ଠାରୁ ରାସାୟନିକ ବୋଳା ଟଙ୍କା ଜବତ କରିଥଲେ।
ଭିଜିଲାନ୍ସ ଡିଏସ୍‌ପି ସୁଧାଂଶୁ ଶେଖର ପୁଜାରୀଙ୍କ ନେତୃତ୍ୱରେ ଇନ୍ସ୍‌ପେକ୍ଟର ଅଭୟ ପ୍ରଧାନ ସଦଳବଳ ଏହି ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଜଣଙ୍କ ପାଇଁ ନେଇଥିଲେ ଅନୁମତି, ଡକାଇଥିଲେ ୨ ହଜାର ଲୋକ

ଦାରିଙ୍ଗବାଡ଼ି,୨୭।୫: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ବଡ଼ିପଦର ଗାହାଡାଡି ସାହିରେ ଏକ ବିବାହ ଭୋଜିକୁ ପ୍ରଶାସନ ପକ୍ଷରୁ ଗୁରୁବାର ବନ୍ଦ କରାଯାଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ...

ଧାନବିଲରୁ ମିଳିଲା ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ, ପାଖରେ ପଡ଼ିଥିଲା ଟାଙ୍ଗିଆ

ବୌଦ୍ଧ,୧୭ା୧(ଡି.ଏନ୍‌.ଏ.): ବୌଦ୍ଧ ଜିଲା ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମର ୫୭ ନଂ. ଜାତୀୟ ରାଜପଥ ପାର୍ଶ୍ୱ ଏକ ଧାନବିଲରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ...

ସହର ରାସ୍ତାରେ ଡ୍ରେନ ପାଣି, ଆବର୍ଜନା

ରାୟଗଡ଼ା,୭ା୪(ସ୍ବ.ପ୍ର.): ଅସରାଏ ବର୍ଷାରେ ଶୋଚନୀୟ ହୋଇପଡ଼ୁଛି ରାୟଗଡ଼ା ଜିଲା ସଦର ମହକୁମାର ପରିମଳ ବ୍ୟବସ୍ଥା। ଡ୍ରେନ ପାଣି ଏବଂ ଅଳିଆ ଆବର୍ଜନା ରାସ୍ତା ଉପରେ ଲହଡ଼ି...

ପାଣି ପାଇଁ ଗରା, ବାଲ୍‌ଟି ଧରି ବିକ୍ଷୋଭ

ଖଇରା,୨୨।୬(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ୩ନଂ ଓ୍ବାର୍ଡ କୋହ୍ଲସାହିରେ ପାନୀୟ ଜଳ ଯୋଗାଣର ସ୍ଥାୟୀ ବ୍ୟବସ୍ଥା ନ ହେବା ପ୍ରତିବାଦରେ ବିକ୍ଷୋଭ...

ସ୍କୁଟି ଡିକି ଭାଙ୍ଗି ୧.୪୦ ଲକ୍ଷ ଟଙ୍କା ଲୁଟ୍‌

ପାରାଦୀପ,୧୪ା୧୧(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ବ୍ୟାଙ୍କ ଲେନ୍‌ରୁ ବୁଧବାର ଦୁର୍ବୃତ୍ତ ଏକ ସ୍କୁଟି ଡିକି ଭାଙ୍ଗି ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍‌...

ନିଜ ପକେଟ ଗରମରେ ବ୍ୟସ୍ତ ଅବକାରୀ କର୍ମଚାରୀ: ରାଜସ୍ବ ଆଦାୟକୁ ଧ୍ୟାନ ନାହିଁ, ଧାର୍ଯ୍ୟ ଲକ୍ଷ୍ୟର ଅଧା ବି ପୂରଣ ହେଉନି

ଜଗତ୍‌ସିଂହପୁର ଅଫିସ,୨୬ା୭ : ଜଗତ୍‌ସିଂହପୁର ଜିଲାରେ ଦିନକୁ ଦିନ ବେଆଇନ ମାଦକ ଦ୍ରବ୍ୟ କାରବାର ବଢିଚାଲିଛି। ପୋଲିସ ଓ ଅବକାରୀ ବିଭାଗର ଅସାଧୁ କର୍ମଚାରୀମାନେ ଏହାକୁ...

ବାଇକ୍‌ ସହ ଭାସି ଯାଇଥିବା ଯୁବକଙ୍କ ମିଳିଲା ମୃତଦେହ

ଫୁଲବାଣୀ ଅଫିସ, ୨୫ା୮: ଫୁଲବାଣୀ ଡାକପାଲା ଚେକ୍‌ ଡ୍ୟାମ ଉପର ରାସ୍ତାରେ ବୁଧବାର ରାତିରେ ଯିବାବେଳେ ବାଇକ ସହ ଜଣେ ଯୁବକ ଭାସି ଯାଇଥିଲେ। ଗୁରୁବାର...

ନବନିର୍ମାଣ କୃଷକ ସଙ୍ଗଠନର ସମାବେଶ

ନୟାଗଡ଼ ଅଫିସ,୧୦ା୧୦: ନବନିର୍ମାଣ କୃଷକ ସଙ୍ଗଠନର ନୟାଗଡ଼ ଜିଲାସ୍ତରୀୟ ସମାବେଶ ବୁଧବାର ସହରସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଯୋଜକ ମହେଶ୍ୱର ଜେନାଙ୍କ...

Advertisement
Archives

Model This Week