ପୁରୀରେ ଉଚ୍ଛେଦକୁ ବର୍ଷେ ପୂରିଲା: ବିକାଶରେ କରୋନା ସାଜିଛି କଣ୍ଟା

ପୁରୀ ଅଫିସ,୨୦ା୮: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ବଦଳିଯିବ ଏହାର ରୂପରେଖ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହା ପରିଗଣିତ ହେବ। ଭକ୍ତ, ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସେବା ସୁବିଧା ମିଳିବ। ଏଥିପାଇଁ ଭିତ୍ତିଭୂମିର ବିକାଶ, ନୂଆ ବହୁଥାକିଆ ରାସ୍ତା, ସେତୁ, ହ୍ରଦ, ମାର୍କେଟ କମ୍ପ୍ଲେକ୍ସ, ପାର୍କିଂ ଆଦି କରାଯିବ। ଏତଦ୍‌ବ୍ୟତୀତ ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରି କଡ଼ରୁ ୭୫ମିଟର ପରିଧି (ଶ୍ରୀମନ୍ଦିର ସୁରକ୍ଷା ଜୋନ) ମଧ୍ୟରେ ଥିବା ଜାଗା ଖାଲି କରାଯିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଗତବର୍ଷ ଅଗଷ୍ଟ ୧୯ ତାରିଖରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ମେଘନାଦ ପାଚେରିକୁ ଲାଗି ରହିଥିବା ନିର୍ମାଣ ଉଚ୍ଛେଦ କରାଯାଇଥିଲା। ସେହିଦିନ ପ୍ରଥମେ ଦକ୍ଷିଣ ପାର୍ଶ୍ୱରୁ ଭଙ୍ଗା ଅଭିଯାନ ଆରମ୍ଭ ହୋଇଥିଲା। ଖଜା ଦୋକାନ, ଦୁଇ ମହଲା ବିଶିଷ୍ଟ ଶୌଚାଳୟ, କ୍ଲୋକ୍‌ ରୁମ୍‌, ଜୋତା ଷ୍ଟାଣ୍ଡ, ପିଏଚ୍‌ଡି ପମ୍ପ ହାଉସ୍‌ ପ୍ରଭୃତି ଭଙ୍ଗାଯାଇଥିଲା। ଶୌଚାଳୟ ପାଖରେ ମେଘନାଦ ପାଚେରିକୁ ଲାଗି ଗଦା ହୋଇଥିବା ଅଳିଆ ଆବର୍ଜନା ମଧ୍ୟ ସଫା କରାଯାଇଥିଲା। ଏହାପରେ ସିଂହଦ୍ୱାର ନିକଟ ଅର୍ଥାତ୍‌ ପୂର୍ବପାର୍ଶ୍ୱରେ ଥିବା ବିଭିନ୍ନ ନିର୍ମାଣ ସମେତ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା କେନ୍ଦ୍ର, ସିଂହଦ୍ୱାର ପୋଲିସ ଫାଣ୍ଡି, ପଶ୍ଚିମ ପାର୍ଶ୍ୱରେ ଥିବା ସେସୁ ଅଫିସ, ଶ୍ରୀମନ୍ଦିର ବିଦ୍ୟୁତ୍‌ କାର୍ଯ୍ୟାଳୟ ଓ ଶୌଚାଳୟକୁ ଭଙ୍ଗାଯାଇଥିଲା। ବୁଧବାର ଏହି ଉଚ୍ଛେଦ ଅଭିଯାନକୁ ବର୍ଷେ ପୂରିଯାଇଛି। ଅନେକ ପୁରାତନ ମଠ, ମନ୍ଦିର, ମାର୍କେଟ କମ୍ପ୍ଲେକ୍ସ, ବ୍ୟବସାୟ ପ୍ରତିଷ୍ଠାନ, ଘରଦ୍ୱାର ଉଚ୍ଛେଦ କରାଯାଇଛି। କିନ୍ତୁ କାମ ସରିନାହିଁ। ତେବେ କରୋନା ପାଇଁ ଗତ ମାର୍ଚ୍ଚ ୧୫ରୁ ଉଚ୍ଛେଦ ଅଭିଯାନ ବନ୍ଦ ରହିଛି। ଫଳରେ ଆଗେଇ ପାରିନି ଶ୍ରୀମନ୍ଦିର ଐତିହ୍ୟ କରିଡ଼ର କାମ। ସେହିପରି ଗତ ଜାନୁୟାରୀ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିବା ୭ଟି ମେଗା ପ୍ରକଳ୍ପ ସାଙ୍ଗକୁ ସ୍ବର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବି କରୋନା ପାଇଁ ବାଧାପ୍ରାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri