ଦୂର ସହରରେ ଲେଖକର ପ୍ରେୟସୀ

ବିଖ୍ୟାତ ଲେଖକ ଫ୍ରାଞ୍ଜ କାଫକା(୧୮୮୩-୧୯୨୪)ଙ୍କ ଜୀବନ ବୃତ୍ତାନ୍ତରୁ ପ୍ରତୀତ ହୋଇପାରେ ଯେ, ସେ ଜଣେ ଦୁଃଖୀ ମଣିଷ। ସାରା ଜୀବନ ହତାଶା, ନୈରାଶ୍ୟ, ବିଶାଦ ଓ ଆଶାଶୂନ୍ୟତାରେ ବିତିଯାଇଛି। କିନ୍ତୁ ଯେ କୌଣସି ବ୍ୟକ୍ତି ବଞ୍ଚତ୍ବା ପାଇଁ କିଛି ଆଶାକୁ ଜୀବନର ପାଥେୟ କରିବା ଅପରିହାର୍ଯ୍ୟ। କାଫକା ମଧ୍ୟ ଏହାର ବ୍ୟତିକ୍ରମ ନ ଥିଲେ। ଏହି ମର୍ମରେ ତାଙ୍କର ଏକ ଅବିସ୍ମରଣୀୟ ବିବରଣୀ ନିମ୍ନରେ ପ୍ରଦତ୍ତ।
ସେତେବେଳକୁ କାଫକାଙ୍କ ବୟସ ଚାଳିଶ। ସେ ଏକାଧିକ କାରଣରୁ ସାରା ଜୀବନ ଅବିବାହିତ ରହିଲେ। ଥରେ ସେ ବର୍ଲିନରେ ଗୋଟିଏ ପାର୍କରେ ବୁଲିବା ବେଳେ କ୍ରନ୍ଦନରତା ଶିଶୁକନ୍ୟାଟିକୁ ଦେଖିଲେ। କାରଣ ତା’ର କଣ୍ଢେଇଟି ହଜିଯିବାରୁ ସେ ବିବ୍ରତ ହୋଇ ବାରମ୍ବାର ପୁତ୍ତଳିକାଟି ଖୋଜିଲା। ନ ପାଇ ନିରାଶ ହୋଇଥିଲା। କାଫକା ତା’ ସହ ପୁଣି ଖୋଜାଖୋଜି କଲେ ମଧ୍ୟ ପାଇଲେ ନାହିଁ। ତେବେ ସେ ଶିଶୁଟିକୁ ଭରସା ଦେଇ କହିଲେ ଯେ, ଆଗାମୀ କାଲି ସେ ଦୁହେଁ ଏକା ସମୟରେ ଏହି ଜାଗାରେ ମିଶିବେ। ଉଦ୍ଦିଷ୍ଟ ସମୟରେ ସେମାନଙ୍କ ସାକ୍ଷାତ୍‌ ବେଳେ କାଫକା ‘କଣ୍ଢେଇ’ଟି ଲେଖିଥିବା ଚିଠିଟିଏ ଦେଲେ, ଯେଉଁଥିରେ ଝିଅଟିକୁ ନ କାନ୍ଦିବା ପାଇଁ ଅନୁରୋଧ କରାଯାଇଥିଲା। ତତ୍‌ ସହ ପୁଣି ଉଲ୍ଲେଖ ହୋଇଥିଲା ଯେ, ସେ ବିଶ୍ୱ ଭ୍ରମଣରେ ଯାଇଛି ଓ ଚିଠି ଦ୍ୱାରା ତା’ର ସାହସିକ ଭ୍ରମଣର କାହାଣୀ ଧାରାବାହିକ ଭାବେ ଜଣାଇବ।
ପରବର୍ତ୍ତୀ ସମୟରେ କାଫକା ଓ ଝିଅଟି ନିୟମିତ ସାକ୍ଷାତ୍‌ କରୁଥିଲେ ଓ ‘କଣ୍ଢେଇ’ର ଚିଠି ପଢ଼ି କାଫକା ଝିଅଟିକୁ ବୁଝାଉଥିଲେ। ଏହି ପ୍ରକ୍ରିୟା ଦୀର୍ଘଦିନ ଚାଲିବା ପରେ ଏକଦା ବର୍ଲିନରୁ କାଫକା ଗୋଟିଏ କଣ୍ଢେଇ କିଣି ତାକୁ ଦେଲେ। କିନ୍ତୁ ଝିଅଟିର ମନ ମାନିଲା ନାହିଁ ଏବଂ ଅଭିଯୋଗ କଲା ଯେ, ଏହା ତା’ର କଣ୍ଢେଇ ପରି ଜଣା ପଡୁନାହିଁ। ସେତେବେଳେ କଣ୍ଢେଇର ଗୋଟିଏ ଚିଠି ତାକୁ ଦେଖାଇଲେ, ଯେଉଁଥିରେ ତା’ର ବିଶ୍ୱ ଭ୍ରମଣ ସମାପ୍ତ ହୋଇଥିବା ବିଷୟ ସ୍ଥାନିତ ହେବା ସହ ଦୀର୍ଘ ଭ୍ରମଣ ଯୋଗୁ ତା’ ଚେହେରା ବଦଳି ଯିବା କଥା ବର୍ଣ୍ଣିତ। ତତ୍‌କ୍ଷଣାତ୍‌ ଖୁସିରେ ଆତ୍ମହରା ହୋଇ ଝିଅଟି କଣ୍ଢେଇଟିକୁ ଚୁମ୍ବନ ଦ୍ୱାରା ସ୍ବାଗତ ଜଣାଇଲା।
ଏହି ଘଟଣାର ବର୍ଷକ ପରେ କାଫକାଙ୍କ ମୃତ୍ୟୁ ହୋଇଥିଲା। ଦୀର୍ଘବର୍ଷ ବ୍ୟବଧାନରେ ଯେତେବେଳେ ଝିଅଟି ତରୁଣୀ ହେଲା, ସେ କାଫକାଙ୍କ ଦସ୍ତଖତ ଥିବା ଗୋଟିଏ ଗୋପନୀୟ ଚିଠି ଅଚାନକ କଣ୍ଢେଇ ମଧ୍ୟରୁ ଉଦ୍ଧାର କଲା। ସେଥିରେ ଲେଖା ଯାଇଥିବା ଚିଠିର ମୋଟେ ଦୁଇଟି ବାକ୍ୟ ହେଉଛି, ”ତୁମର ପ୍ରିୟ ପ୍ରତ୍ୟେକଟି ଜିନିଷ ହଜିଯିବା ସମ୍ଭାବନା ରହିଛି। କିନ୍ତୁ ପରିଶେଷରେ ଅନ୍ୟ ରୂପରେ ତୁମ ପାଖକୁ ତାହା ଫେରି ଆସିବ।“ ଆମେ ଏହାର ପ୍ରୟୋଗ ପାଇଁ କୌତୂହଳୀ ହୋଇପାରୁ, କାଫକାଙ୍କ ପ୍ରିୟ କିଏ? ବିଶେଷତଃ ନାରୀମାନଙ୍କ ମଧ୍ୟରେ। ୧୯୧୭ ପୂର୍ବରୁ କାଫକା ତାଙ୍କ ବାନ୍ଧବୀ ଫେଲିସ କାଉରଙ୍କ (୧୮୮୭-୧୯୨୦) ସହ ଦୁଇଥର ବିବାହ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। କିନ୍ତୁ ଏହା ପରିଶେଷରେ ବିଫଳ ହୋଇଥିଲା। ପରେ ତାଙ୍କର ଅନ୍ୟ ଜଣେ ବାନ୍ଧବୀ ହୋଇଥିଲେ ଡୋରା ଡାଇମଣ୍ଟ। ସେ ଥିଲେ ଇହୁଦୀ ଓ ସମାଜବାଦୀ। ଏହି କାରଣରୁ କାଫକା ତାଙ୍କୁ ପସନ୍ଦ କରିଥିଲେ। ଡୋରା ଡାଇମଣ୍ଟ (୧୮୯୮-୧୯୫୨)ଙ୍କ ପାଖରେ କାଫକାଙ୍କ ଦ୍ୱାରା ଅନ୍ତିମ ପର୍ଯ୍ୟାୟରେ ଲିଖିତ କିଛି ଲେଖା ରହି ଯାଇଥିଲା। ଏହା ନଷ୍ଟ କରିବାକୁ ତାଙ୍କୁ କାଫକା କହିଥିଲେ ସୁଦ୍ଧା ସେ ସୁରକ୍ଷିତ ରଖିଥିଲେ। ଅବଶ୍ୟ ୧୯୩୩ରେ ଗେଷ୍ଟାପୋ (ନାଜି ଜର୍ମାନୀର ଅଧିକୃତ ଗୁପ୍ତ ପୋଲିସ) ଜବତ କରିଥିଲା। ଏହି ପ୍ରକାରେ ତାହା ଲୋକଲୋଚନକୁ ଆସି ପାରି ନ ଥିଲା।
ତେବେ ପ୍ଲୋସୀ ମାଲିନା ଜେକେ ସେଙ୍କସଙ୍କ ସହ କାଫକାଙ୍କ ଅନ୍ତରଙ୍ଗ ସମ୍ପର୍କ ବିଷୟଟି କାଫକା ତାଙ୍କୁ ଲେଖିଥିବା ବହୁ ପ୍ରେମ ଚିଠି ଦ୍ୱାରା ପ୍ରମାଣିତ। ମାଲିନାଙ୍କୁ ସେ ଏତେ ବିଶ୍ୱାସ କରୁଥିଲେ ଯେ, ନିଜ ଡାଏରି ପଢ଼ିବାକୁ ତାଙ୍କୁ ସୁଯୋଗ ଦେଉଥିଲେ। ଅବଶ୍ୟ ମାତ୍ର ଦୁଇବର୍ଷ ସେମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଥିଲା ଏବଂ ଏହି ଘନିଷ୍ଠ ସମ୍ପର୍କ ତତ୍‌ପରେ କାଫକାଙ୍କୁ ସମ୍ପୂର୍ଣ୍ଣ ଭାବେ ନିଃଶେଷ ଓ ଶକ୍ତିହୀନ କରିଦେଲା। ତା’ ପରବର୍ଷ କାଫକା ପ୍ରାଣ ହରାଇଲେ। ତେବେ ମାଲିନା ଆଉ ଅଧିକା ୨୦ ବର୍ଷ ବଞ୍ଚତ୍ ନାଜିମାନଙ୍କ ଦ୍ୱାରା କନସେନଟ୍ରେଶନ କ୍ୟାମ୍ପରେ ପ୍ରାଣ ହରାଇଲେ। ଦୁଇ ବର୍ଷରେ କାଫକା ମାଲିନାଙ୍କୁ ପ୍ରତିଦିନ ଏକାଧିକ ଚିଠି ଲେଖୁଥିଲେ। ତନ୍ମଧ୍ୟରୁ ଗୋଟିଏ ଦ୍ରଷ୍ଟବ୍ୟ (ହୋକାଡେ, ୧୯୯୭, ମାଲିନା ଜେସେଙ୍କା, ୧୯୯୮)। ପ୍ରିୟ ମାଲିନା! ମୁଁ ଚାହେଁ, ଆସନ୍ତାକାଲି ପୃଥିବୀ ଧ୍ୱଂସ ହୋଇଯିବ। ତେବେ ପରବର୍ତ୍ତୀ ଟ୍ରେନ୍‌ରେ ମୁଁ ଭିଏନାକୁ ଯାଇ ତୁମ ଦାଣ୍ଡରେ ଉପସ୍ଥିତ ହୋଇଯିବି। ତମକୁ କହିବି: ମାଲିନା! ମୋ ସହ ଆସ, ମାଲିନା। କୌଣସି ନୈତିକତା କଥା ନ ବିଚାରି ବିନା ଭୟ ଓ ନିୟନ୍ତ୍ରଣରେ ଆମେ ପ୍ରେମ କରିବା। କାରଣ ଆସନ୍ତାକାଲି ଆଉ ଏ ପୃଥିବୀ ନ ଥିବ। ବୋଧହୁଏ ଏବେ ଆମେ ଏମିତି ନିବିଡ଼ ଭାବେ ଭଲ ପାଇ ପାରୁନେ, କାରଣ ଆମେ ଭାବୁଛେ ଯେ ଆମ ହାତରେ (ଯଥେଷ୍ଟ) ସମୟ ଅଛି କିମ୍ବା ସମୟକୁ ହିସାବ କରି ଆମେ ଚାଲିଛେ। କିନ୍ତୁ ଯଦି ଆଉ ଆମ ପାଖରେ ସମୟ ନ ରହିବ? କିମ୍ବା ଆମେ ଯେମିତି ସମୟ ଜାଣିଛେ, ତାହା ଯଦି ଅପ୍ରାସଙ୍ଗିକ ବା ଅସଙ୍ଗତ ହୋଇଯାଏ…? ଯଦି ପ୍ରକୃତରେ କାଲିକି ପୃଥିବୀ ଧ୍ୱଂସ ହୋଇଯାଏ, ଆମେ ପରସ୍ପରକୁ ଅତ୍ୟଧିକ ସାହାଯ୍ୟ କରିପାରିଥାନ୍ତେ।“ କାଫକା ପ୍ରାଚ୍ୟରେ ଓ ମାଲିନା ଦୂରବର୍ତ୍ତୀ ଭିଏନା ସହରରେ ରହୁଥିଲେ। ଏହି ଦୂରତାର ଦ୍ୱାହି ଦେଇ କାଫକା ତାଙ୍କ ପ୍ରେମିକାକୁ ଲେଖିଥିଲେ, ‘ଆମେ ଉଭୟେ ବିବାହ ପାଇଁ ବୃଥାରେ ପରସ୍ପରକୁ ଟାଣି ନେଉଛେ।’ ଏହି ଦୁର୍ଭାବନାର ଭୟ ଓ ହତାଶ କାଫକାଙ୍କ ମନକୁ ଚାପଗ୍ରସ୍ତ କରିଥିଲା।
ଏହି ମର୍ମରେ ଆମେ କାଫକାଙ୍କ କଣ୍ଢେଇ-ବୃତ୍ତାନ୍ତ ସ୍ମରଣ କରିପାରୁ। ବାଳିକାଟି ହଜାଇ ଦେଇଥିବା ତା’ର ପ୍ରିୟ କଣ୍ଢେଇଟି ଯେମିତି ଭିନ୍ନ ଏକ ଢଙ୍ଗରେ ଫେରି ପାଇଲା, ସମ୍ଭବତଃ ମାଲିନାଙ୍କ ସହ ନିବିଡ଼ ପ୍ରେମବନ୍ଧନ ଦ୍ୱାରା ଆବଦ୍ଧ ହୋଇଥିବା ପ୍ରେମିକା ମାଲିନାଙ୍କୁ ସଶରୀରେ ପ୍ରାପ୍ତ ବା ବିବାହ କରି ନ ପାରିଲେ ସୁଦ୍ଧା, ଏହି ଚିଠିମାନ ମାଧ୍ୟମରେ ଅନ୍ୟ ପ୍ରକାରେ ସାନ୍ନିଧ୍ୟଲାଭ କରିଛନ୍ତି। ହୋଇପାରେ ମରଣୋତ୍ତର ଭାବେ ‘ଲେଟର୍ସ ଟୁ ମାଲିନା’ ପରି ପୁସ୍ତକ ଆକାରରେ, ଯାହା ଏକ କାଳଜୟୀ ସ୍ମରଣିକା।
ତେବେ ପ୍ରଶ୍ନ ଉଠୁଛି କାଫକାଙ୍କ ଚିଠି ସମୂହ ତ ପ୍ରେମିକା ପାଖରେ ଯେମିତି ଉପଲବ୍ଧ ଥିଲା ମାଲିନାଙ୍କଠାରୁ ଏହାର ପ୍ରତ୍ୟୁତ୍ତର ବା ପ୍ରତିକ୍ରିୟା କ’ଣ ଥିଲା? ଦୁର୍ଭାଗ୍ୟବଶତଃ ସେମିତି ଚିଠିପତ୍ର ଅଛି ନା ନାହିଁ, ଏହା ରହସ୍ୟାବୃତ୍ତ। ଏହି ପରିପ୍ରେକ୍ଷୀରେ ଆମ ମନରେ ଦୁଃଖ ଜନ୍ମିପାରେ। ମାଲିନା କାଫକାଙ୍କୁ ପ୍ରେମ କରିବା ସମ୍ପର୍କରେ ତାଙ୍କ ହୃଦୟର ଭାଷା ତାଙ୍କ ଚିଠିପତ୍ରରୁ ଜାଣି ପାରିଥାନ୍ତେ କି! ଏହା ସ୍ପଷ୍ଟ ଯେ, ଏହି ଦୁଇ ପ୍ରେମୀ ମିଶି ରହିବେ ନା ବିଚ୍ଛିନ୍ନ ଭାବେ, ଏହା ଅବାନ୍ତର। ସେମାନଙ୍କ ମଧ୍ୟରେ (ପ୍ଲାଟୋନିକ?) ପ୍ରେମ ବନ୍ଧନ ଅଦୃଶ୍ୟ ହୋଇ ଦୃଶ୍ୟ।

  • ଡ. ନିଖିଳାନନ୍ଦ ପାଣିଗ୍ରାହୀ
    ମୋ-୯୦୭୮୭୪୩୮୪୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri