କ୍ଷତ ଛାଡ଼ିଯାଇଛି ମହାମାରୀ

ଚାଇନାରେ କରୋନା ସଂକ୍ରମଣ ବ୍ୟାପିବା ପରେ ଏହା ମହାମାରୀର ରୂପ ନେଉଥିବା ସମ୍ପର୍କରେ ଆମ ବ୍ୟାବସାୟିକ ସହଯୋଗୀ ତୁରନ୍ତ ସୂଚନା ଦେଇଥିଲେ। ଆମ ସହଯୋଗୀ ଚିଙ୍ଗୁଡ଼ି ଚାଷୀମାନଙ୍କ ଜୀବନ ଓ ଜୀବିକା ପାଇଁ କୋଭିଡ୍‌-୧୯ କିପରି ବିପର୍ଯ୍ୟୟ ଆଣିପାରେ ସେ ନେଇ ମୁଁ ମଧ୍ୟ ଉଚିତ ସମୟରେ ସେମାନଙ୍କୁ ସତର୍କ କରାଇଥିଲି। ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଏବଂ ନିରାପତ୍ତା ନିୟମ ପାଳନ କରିବା ସହ ମୁଁ ସେ ସମୟରେ ଗୋଟିଏ ଫ୍ୟାକ୍ଟ୍ରିରୁ ଆଉ ଗୋଟିଏ ଫ୍ୟାକ୍ଟ୍ରି, ଗୋଟିଏ ଫାର୍ମରୁ ଅନ୍ୟ ଫାର୍ମକୁ ଯାଇ ବ୍ୟବସାୟିକ ସ୍ଥିତି ସୁଦୃଢ଼ ପାଇଁ ଚେଷ୍ଟା କଲି। ସୁରକ୍ଷା ପ୍ରାଥମିକ କାର୍ଯ୍ୟ ହୋଇଥିବାରୁ ମାନସିକ ଦୃଢ଼ତା ଭୟ ଉପରେ ବିଜୟ ଲାଭ କରିଯାଇଥିଲା। ମହାମାରୀ ବେଳେ ମୋ ସହ ବିଭିନ୍ନ ବ୍ୟବସାୟରେ ସମ୍ପୃକ୍ତ ଥିବା ଲୋକମାନଙ୍କ କଷ୍ଟ ଓ ଯନ୍ତ୍ରଣା ଦୂର କରିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲି।
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିକୁ ମୁଁ ସାଧୁବାଦ ଜଣାଇବି ଯେ ସେ ରାଜ୍ୟରେ ଲକ୍‌ଡାଉନ ଲଗାଇ ସ୍ଥିତି ନିୟନ୍ତ୍ରଣ କରିବାରେ ଅଗ୍ରଣୀ ହେଲେ। ଫଳରେ ମହାମାରୀ ଯୋଗୁ ସୃଷ୍ଟ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ରାଜ୍ୟ ସଫଳ ହୋଇଥିଲା। ଏହା କେବଳ ଆମ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମ୍‌ର ଦକ୍ଷ ପରିଚାଳନା ଯୋଗୁ ସମ୍ଭବ ହୋଇପାରିଲା। ଯଦିଓ ଲକ୍‌ଡାଉନ୍‌ ବେଳେ ଆମ ଇଣ୍ଡଷ୍ଟ୍ରି ପରିଚାଳନା ପାଇଁ ନିୟମରେ କିଛି କୋହଳ କରାଯାଇଥିଲା, ତେବେ ଏସବୁ ନିର୍ଦ୍ଦେଶାବଳୀ ସର୍ବନିମ୍ନ ସ୍ତରରେ ଥିବା କାର୍ଯ୍ୟ ପାଇଁ ପାଳନ କରାଯିବା ସହଜ ହେଉ ନ ଥିଲା। ଶ୍ରମଶକ୍ତି ଏବଂ ସାମଗ୍ରୀର ଠିକ୍‌ ପରିଚାଳନା କରି ନ ହେବାରୁ ବ୍ୟବସାୟରେ ପ୍ରଭୂତ କ୍ଷତି ମଧ୍ୟ ହୋଇଥିଲା। ଲକ୍‌ଡାଉନ ବେଳେ ବ୍ୟକ୍ତିଗତ ଯାତାୟାତ ଏକ ପ୍ରମୁଖ ପ୍ରସଙ୍ଗ ହୋଇଗଲା। ଯୋଗାଣ ବ୍ୟବସ୍ଥାର ପୁନଃସ୍ଥାପନ କ୍ଷେତ୍ରରେ ଆକଳନଠାରୁ ଯଥେଷ୍ଟ ଅଧିକ ସମୟ ଲାଗିଗଲା। କେତେକ କ୍ଷତି ନିଶ୍ଚିତ ହେବାକୁ ଥିବା ବେଳେ ଆଉ କେତେକ କ୍ଷତି ଅପୂରଣୀୟ ହୋଇଥିଲା।
ଭୂତାଣୁ ସଂକ୍ରମଣଜନିତ କ୍ଷୟକ୍ଷତି ଏକ ବିରାଟ କ୍ଷତ ଛାଡ଼ିଯାଇଛି। ତଥାପି ପରିସ୍ଥିତି ଧୀରେଧୀରେ ସୁଧୁରିବାରେ ଲାଗିଛି। ଜୀବନହାନି, ରୋଜଗାରଶୂନ୍ୟ ସ୍ଥିତି, ଦେଶାନ୍ତରୀ ଶ୍ରମିକମାନଙ୍କର ଖାଲି ପାଦରେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଘୂରିବୁଲିବାର ଦୃଶ୍ୟ ଏବେ ବି ଏକ ଦୁଃସ୍ବପ୍ନ ପରି ଲାଗେ। ଭୂତାଣୁଜନିତ ମୃତ୍ୟୁ ଏତେ ନିଷ୍ଠୁର ଥିଲା ଯେ ଆମେ ମୃତକ ଆମତ୍ୀୟଙ୍କୁ ଠିକ୍‌ଭାବେ ବିଦାୟ ମଧ୍ୟ ଦେଇପାରିଲୁନି। ଆଶା କରୁଛି, ଆଉ କେହି ତାଙ୍କ ଜୀବନକାଳରେ ଏପରି ଘଟଣାର ସମ୍ମୁଖୀନ ନ ହୁଅନ୍ତୁ।
ଏହି ମହାମାରୀ ନିଜ ପଛରେ ବଡ଼ ସହରଗୁଡିକର ଜନଗହଳି ଓ ମାତ୍ରାଧିକ ପ୍ରଦୂଷଣ ସ୍ତର, ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗର ଅଭାବ, ସମଗ୍ର ଦେଶରେ ସ୍ବାସ୍ଥ୍ୟସେବାର ଦୁର୍ବଳ ଭିିତ୍ତିଭୂମି ପରି ବିଭିନ୍ନ ପ୍ରଶ୍ନ ଛାଡ଼ିଯାଇଛି। ଏବେ ଆମେ ଯେତେ ଆଗକୁ ଯିବା, ଆମକୁ ଏସବୁ ପ୍ରସଙ୍ଗର ଉତ୍ତର ଦେବାକୁ ହେବ। ମୁଁ ନିଶ୍ଚିତ ଯେ ଆମେ ପାରିବା ଏବଂ ନିଶ୍ଚୟ ସଫଳ ହେବା।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଷସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri