ବୈଷୟିକ ଶିକ୍ଷାରେ ପରିବର୍ତ୍ତନ ଜରୁରୀ

୨୦୧୯-୨୦ ଶିକ୍ଷାବର୍ଷ ଶେଷ ବେଳକୁ କୋଭିଡ୍‌-୧୯ ପ୍ରଭାବ ରାଜ୍ୟରେ ଅନୁଭୂତ ହୋଇଥିଲା। ଆଜି ପର୍ଯ୍ୟନ୍ତ ଶିକ୍ଷାଦାନ ଓ କ୍ଲାସ୍‌ରୁମ୍‌ ବ୍ୟବସ୍ଥା ଠିକ୍‌ ଭାବରେ ହୋଇପାରିନାହିଁ, ଯାହାକୁ ନେଇ ସମସ୍ତେ ଚିନ୍ତିତ। ବିଶ୍ୱସ୍ତରୀୟ ବୈଷୟିକ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଆମ ପାଖରେ ସବୁ ପ୍ରକାର ସୁବିଧା ଓ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ। ମହାମାରୀ ପିଲାଙ୍କ ପଢ଼ାକୁ ସେତେଟା ପ୍ରଭାବିତ କରି ପାରି ନ ଥିଲେ ମଧ୍ୟ ଶିକ୍ଷାର ମାନ ଓ ଛାତ୍ରୀଛାତ୍ରଙ୍କ ମାନସିକତା ଉପରେ ବେଶ୍‌ ପ୍ରଭାବ ପକାଇଛି। ଏହି ସମୟରେ ଅନ୍‌ଲାଇନ୍‌ ଜରିଆରେ ଯଥାସମ୍ଭବ ସମାଧାନ ପାଇଁ ଆମେ ଉଦ୍ୟମ କରିଥିଲୁ ବୋଲି ଧରିତ୍ରୀକୁ ସାକ୍ଷାତ୍‌କାର ଦେବାବେଳେ କହନ୍ତି ରାଜଧାନୀର ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ସି.ଭି.ରମଣ ଗ୍ରୁପ୍‌ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସଞ୍ଜୀବ ରାଉତ ।

 

୨୦୨୧-୨୨ ଶିକ୍ଷାବର୍ଷ
ପାଇଁ ଯୋଜନା କ’ଣ?
ଚଳିତ ଶିକ୍ଷାବର୍ଷରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି ଅତ୍ୟାଧୁନିକ କରାଯିବ। ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି ଦ୍ୱାରା ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ ନେଇ ଅନେକ ଯୋଜନା କରାଯାଇଛି। ୧୭ ଦେଶର ଛାତ୍ରୀଛାତ୍ର ଆମ ସହ ଜଡ଼ିତ ଅଛନ୍ତି। ବିଭିନ୍ନ ଦେଶର ବିଶିଷ୍ଟ ଶିକ୍ଷାବିତ୍‌ମାନେ ଏଠାରେ ଶିକ୍ଷାଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି। ଶିକ୍ଷା କେବଳ ଚାକିରି ପାଇଁ ନୁହେଁ, ଶିକ୍ଷାର ଅନ୍ୟ ନାମ ସମାଜ ଗଠନ। ଏଥିପାଇଁ ଭଲ ମଣିଷ ଆବଶ୍ୟକ। ଭଲ ମଣିଷ ଗଢ଼ିବା ହେଉଛି ଆମର ମୂଳଲକ୍ଷ୍ୟ। ଅଭିଭାବକଙ୍କ ଭରସା ଓ ଭଲ ପାଇବା ରହିଛି।
ମହାମାରୀ ବେଳେ ଅନୁଷ୍ଠାନର
କର୍ମଚାରୀ କିଭଳି ପ୍ରଭାବିତ ହୋଇଥିଲେ?
ମହାମାରୀ ସିକ୍ୟୁରିଟି ଗାର୍ଡରୁ ସୁପରିଟେଣ୍ଡେଣ୍ଟଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଆଶଙ୍କା ଓ ଭୟ ସୃଷ୍ଟି କରିଥିଲା। କାହାକୁ ଛଟେଇ କରାଯିବ ନାହିଁ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଥିଲି। ସମୟକୁ ଅପେକ୍ଷା କରିବା ସହ ଅନୁଷ୍ଠାନର ଅଭିବୃଦ୍ଧି ପାଇଁ ଦିନରାତି ଏକ କରିବାର ଆହ୍ବାନ ରହିଥିଲା। ମହାମାରୀର ପ୍ରଭାବ ବିଶେଷ ଅନୁଭବ ହୋଇ ନ ଥିଲେ ମଧ୍ୟ କିଛି ମାସ ପାଇଁ ଦୂରତା ବଢ଼ିଯାଇଥିଲା, ଯାହା ଏବେ ଧୀରେ ଧୀରେ ଫେରିଆସୁଛି।
ଚଳିତ ବଜେଟରେ
ଶିକ୍ଷା ପାଇଁ କ’ଣ ଅଛି?
୨୦୨୧-୨୨ ସାଧାରଣ ବଜେଟ ଏକ ବହୁମୁଖୀ ବଜେଟ। ଏହା ଶିକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବ। ସରକାର ଦେଶର ଶିକ୍ଷା ସମେତ ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ବ୍ୟବସାୟ ଓ ବଜାର ଚାହିଦାକୁ ପୂରଣ କରିବା ଉଦ୍ଦେଶ୍ୟରେ ଏହି ମହତକାଂକ୍ଷୀ ବଜେଟ ଉପସ୍ଥାପନ କରାଯାଇଛି।
ଭୁବନେଶ୍ୱରରେ ଥିବା ବୈଷୟିକ
ଶିକ୍ଷାନୁଷ୍ଟାନଗୁଡ଼ିକୁ କିପରି ଦେଖୁଛନ୍ତି?
ଶିକ୍ଷାନୁଷ୍ଠାନର ବିକାଶ ପାଇଁ ମାନସିକତାରେ ପରିବର୍ତ୍ତନ ଜରୁରୀ। କାହାକୁ ଗାଳି ନ ଦେଇ ନିଜକୁ ଶ୍ରେଷ୍ଠ କରି ଗଢ଼ିତୋଳିବା ଉପରେ ଧ୍ୟାନ ଦେବା ଭଲ। ଯେଉଁ ଶିକ୍ଷାନୁଷ୍ଠାନ ସମାଜ ମଙ୍ଗଳ ପାଇଁ ଛାତ୍ରୀଛାତ୍ରଙ୍କ ଶକ୍ତିର ସଦୁପଯୋଗ କରିପାରୁଛି ସଫଳତା ତା’ର ପଦ ଚୁମ୍ବନ କରିବ।
ସି.ଭି.ରମଣର ସଫଳତାର ଶ୍ରେୟ କାହାକୁ ଦେବେ?
ସି.ଭି.ରମଣର ଆରମ୍ଭ ପଛରେ ମୋତେ ସହଯୋଗ କରିଥିବା ଶୁଭେଚ୍ଛୁଙ୍କ ହାତ ଓ ଭଗବାନଙ୍କ ଆଶୀର୍ବାଦ ରହିଛି। ପରିବାରର ଭଲ ପାଇବା ଓ ଭରସା ସହିତ ଅନୁଷ୍ଠାନ କର୍ମଚାରୀଙ୍କ ନିଷ୍ଠାପରତା ଏବଂ ଅଭିଭାବକଙ୍କ ସହଯୋଗକୁ ମଧ୍ୟ ସଫଳତାର ଶ୍ରେୟ ଦିଆଯିବ। ମୋ ପ୍ରତିଦ୍ୱନ୍ଦ୍ୱୀ ଓ ଶୁଭଚିନ୍ତକଙ୍କ ପାଇଁ ଆଜି ସଫଳ ହୋଇପାରିଛି। କଠିନ ପରିଶ୍ରମ ଓ ଦୃଢ଼ ମାନସିକତା ସହିତ ଲୋକସମ୍ପର୍କ ମଧ୍ୟ ସଫଳତାର ଅନ୍ୟ କାରଣ ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?