ବୈଷୟିକ ଶିକ୍ଷାରେ ପରିବର୍ତ୍ତନ ଜରୁରୀ

୨୦୧୯-୨୦ ଶିକ୍ଷାବର୍ଷ ଶେଷ ବେଳକୁ କୋଭିଡ୍‌-୧୯ ପ୍ରଭାବ ରାଜ୍ୟରେ ଅନୁଭୂତ ହୋଇଥିଲା। ଆଜି ପର୍ଯ୍ୟନ୍ତ ଶିକ୍ଷାଦାନ ଓ କ୍ଲାସ୍‌ରୁମ୍‌ ବ୍ୟବସ୍ଥା ଠିକ୍‌ ଭାବରେ ହୋଇପାରିନାହିଁ, ଯାହାକୁ ନେଇ ସମସ୍ତେ ଚିନ୍ତିତ। ବିଶ୍ୱସ୍ତରୀୟ ବୈଷୟିକ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଆମ ପାଖରେ ସବୁ ପ୍ରକାର ସୁବିଧା ଓ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ। ମହାମାରୀ ପିଲାଙ୍କ ପଢ଼ାକୁ ସେତେଟା ପ୍ରଭାବିତ କରି ପାରି ନ ଥିଲେ ମଧ୍ୟ ଶିକ୍ଷାର ମାନ ଓ ଛାତ୍ରୀଛାତ୍ରଙ୍କ ମାନସିକତା ଉପରେ ବେଶ୍‌ ପ୍ରଭାବ ପକାଇଛି। ଏହି ସମୟରେ ଅନ୍‌ଲାଇନ୍‌ ଜରିଆରେ ଯଥାସମ୍ଭବ ସମାଧାନ ପାଇଁ ଆମେ ଉଦ୍ୟମ କରିଥିଲୁ ବୋଲି ଧରିତ୍ରୀକୁ ସାକ୍ଷାତ୍‌କାର ଦେବାବେଳେ କହନ୍ତି ରାଜଧାନୀର ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ସି.ଭି.ରମଣ ଗ୍ରୁପ୍‌ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସଞ୍ଜୀବ ରାଉତ ।

 

୨୦୨୧-୨୨ ଶିକ୍ଷାବର୍ଷ
ପାଇଁ ଯୋଜନା କ’ଣ?
ଚଳିତ ଶିକ୍ଷାବର୍ଷରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି ଅତ୍ୟାଧୁନିକ କରାଯିବ। ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି ଦ୍ୱାରା ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ ନେଇ ଅନେକ ଯୋଜନା କରାଯାଇଛି। ୧୭ ଦେଶର ଛାତ୍ରୀଛାତ୍ର ଆମ ସହ ଜଡ଼ିତ ଅଛନ୍ତି। ବିଭିନ୍ନ ଦେଶର ବିଶିଷ୍ଟ ଶିକ୍ଷାବିତ୍‌ମାନେ ଏଠାରେ ଶିକ୍ଷାଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି। ଶିକ୍ଷା କେବଳ ଚାକିରି ପାଇଁ ନୁହେଁ, ଶିକ୍ଷାର ଅନ୍ୟ ନାମ ସମାଜ ଗଠନ। ଏଥିପାଇଁ ଭଲ ମଣିଷ ଆବଶ୍ୟକ। ଭଲ ମଣିଷ ଗଢ଼ିବା ହେଉଛି ଆମର ମୂଳଲକ୍ଷ୍ୟ। ଅଭିଭାବକଙ୍କ ଭରସା ଓ ଭଲ ପାଇବା ରହିଛି।
ମହାମାରୀ ବେଳେ ଅନୁଷ୍ଠାନର
କର୍ମଚାରୀ କିଭଳି ପ୍ରଭାବିତ ହୋଇଥିଲେ?
ମହାମାରୀ ସିକ୍ୟୁରିଟି ଗାର୍ଡରୁ ସୁପରିଟେଣ୍ଡେଣ୍ଟଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଆଶଙ୍କା ଓ ଭୟ ସୃଷ୍ଟି କରିଥିଲା। କାହାକୁ ଛଟେଇ କରାଯିବ ନାହିଁ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଥିଲି। ସମୟକୁ ଅପେକ୍ଷା କରିବା ସହ ଅନୁଷ୍ଠାନର ଅଭିବୃଦ୍ଧି ପାଇଁ ଦିନରାତି ଏକ କରିବାର ଆହ୍ବାନ ରହିଥିଲା। ମହାମାରୀର ପ୍ରଭାବ ବିଶେଷ ଅନୁଭବ ହୋଇ ନ ଥିଲେ ମଧ୍ୟ କିଛି ମାସ ପାଇଁ ଦୂରତା ବଢ଼ିଯାଇଥିଲା, ଯାହା ଏବେ ଧୀରେ ଧୀରେ ଫେରିଆସୁଛି।
ଚଳିତ ବଜେଟରେ
ଶିକ୍ଷା ପାଇଁ କ’ଣ ଅଛି?
୨୦୨୧-୨୨ ସାଧାରଣ ବଜେଟ ଏକ ବହୁମୁଖୀ ବଜେଟ। ଏହା ଶିକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବ। ସରକାର ଦେଶର ଶିକ୍ଷା ସମେତ ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ବ୍ୟବସାୟ ଓ ବଜାର ଚାହିଦାକୁ ପୂରଣ କରିବା ଉଦ୍ଦେଶ୍ୟରେ ଏହି ମହତକାଂକ୍ଷୀ ବଜେଟ ଉପସ୍ଥାପନ କରାଯାଇଛି।
ଭୁବନେଶ୍ୱରରେ ଥିବା ବୈଷୟିକ
ଶିକ୍ଷାନୁଷ୍ଟାନଗୁଡ଼ିକୁ କିପରି ଦେଖୁଛନ୍ତି?
ଶିକ୍ଷାନୁଷ୍ଠାନର ବିକାଶ ପାଇଁ ମାନସିକତାରେ ପରିବର୍ତ୍ତନ ଜରୁରୀ। କାହାକୁ ଗାଳି ନ ଦେଇ ନିଜକୁ ଶ୍ରେଷ୍ଠ କରି ଗଢ଼ିତୋଳିବା ଉପରେ ଧ୍ୟାନ ଦେବା ଭଲ। ଯେଉଁ ଶିକ୍ଷାନୁଷ୍ଠାନ ସମାଜ ମଙ୍ଗଳ ପାଇଁ ଛାତ୍ରୀଛାତ୍ରଙ୍କ ଶକ୍ତିର ସଦୁପଯୋଗ କରିପାରୁଛି ସଫଳତା ତା’ର ପଦ ଚୁମ୍ବନ କରିବ।
ସି.ଭି.ରମଣର ସଫଳତାର ଶ୍ରେୟ କାହାକୁ ଦେବେ?
ସି.ଭି.ରମଣର ଆରମ୍ଭ ପଛରେ ମୋତେ ସହଯୋଗ କରିଥିବା ଶୁଭେଚ୍ଛୁଙ୍କ ହାତ ଓ ଭଗବାନଙ୍କ ଆଶୀର୍ବାଦ ରହିଛି। ପରିବାରର ଭଲ ପାଇବା ଓ ଭରସା ସହିତ ଅନୁଷ୍ଠାନ କର୍ମଚାରୀଙ୍କ ନିଷ୍ଠାପରତା ଏବଂ ଅଭିଭାବକଙ୍କ ସହଯୋଗକୁ ମଧ୍ୟ ସଫଳତାର ଶ୍ରେୟ ଦିଆଯିବ। ମୋ ପ୍ରତିଦ୍ୱନ୍ଦ୍ୱୀ ଓ ଶୁଭଚିନ୍ତକଙ୍କ ପାଇଁ ଆଜି ସଫଳ ହୋଇପାରିଛି। କଠିନ ପରିଶ୍ରମ ଓ ଦୃଢ଼ ମାନସିକତା ସହିତ ଲୋକସମ୍ପର୍କ ମଧ୍ୟ ସଫଳତାର ଅନ୍ୟ କାରଣ ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri