Posted inଫୁରସତ

ଦୁନିଆର ସବୁଠୁ ବଡ଼ ଜାହାଜ ଲିଫ୍ଟ

ଗୌପିଟାନ ଶିପ୍‌ଲିଫ୍ଟ ବା ଜାହାଜ ଲିଫ୍ଟ ଚାଇନାର ଗୁଇଜୋ ପ୍ରଦେଶରେ ରହିଚି। ଯାହା ଦୁନିଆର ସବୁଠୁ ବଡ଼ ଜାହାଜ ଲିଫ୍ଟ ଅଟେ। ଏହା ଇଞ୍ଜିନିୟରମାନଙ୍କର ଏକ ଉତ୍ତମ କାର୍ଯ୍ୟ। ଏହା ଦେଖିବା ପରେ ଆପଣ ଇଞ୍ଜିନିୟରମାନଙ୍କ କାର୍ଯ୍ୟକୁ ସାବାସ୍‌ ଦେବେ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ୫୦୦ ଟନ୍‌ ଓଜନ ବିଶିଷ୍ଟ ଜାହାଜଗୁଡ଼ିକୁ ମ୍ୟାଚ୍‌ ବକ୍ସ ପରି ୬୫୩ ଫୁଟ ଉଚ୍ଚତାକୁ ଉଠାଇ ପାରିବ। ଏହିପରି ଅନେକ ଉତ୍କୃଷ୍ଟ ନିର୍ମାଣ ପାଇଁ ଚାଇନା ସମଗ୍ର ବିଶ୍ୱରେ ପ୍ରସିଦ୍ଧ।

ଏକ ରିପୋର୍ଟ ଅନୁଯାୟୀ, ଏହି ଜାହାଜ ଲିଫ୍ଟ ନିର୍ମାଣ କରିବା ସହଜ ନ ଥିଲା। କିନ୍ତୁ ଉନ୍ନତ ଜ୍ଞାନକୌଶଳ ଯୋଗୁ ଇଞ୍ଜିନିୟରମାନେ ଏହାକୁ ସହଜରେ ନିର୍ମାଣ କରିବାରେ ସକ୍ଷମ ହୋଇଥିଲେ। ଗୌପିଟାନ ହାଇଡ୍ରୋପାଓ୍ବାର ଷ୍ଟେଶନରେ ଅନ୍ତର୍ଭୁକ୍ତ ହୋଇଥିବା ଏହି ଶିପ୍‌ଲିଫ୍ଟ ଏହାର ଏକ ଉତ୍ତମ ଉଦାହରଣ।

ଏହି ଜାହାଜ ଲିଫ୍ଟ ୨୦୨୧ରେ ସମାପ୍ତ ହୋଇଥିଲା। ଏହାର ସମୁଦାୟ ଦୂରତା ୨.୩ କିଲୋମିଟର। ଯେଉଁଥିରେ ତିନୋଟି ଅଲଗା ହାଇଡ୍ରୋଲିକ ଲିଫ୍ଟ ଅନ୍ତର୍ଭୁକ୍ତ। ଗୁଇଜୋରେ ଥିବା ୟାଙ୍ଗଜେ ନଦୀର ଏକ ଉପନଦୀ ଓ୍ବୁ ନଦୀରେ ଅବସ୍ଥିତ ଗୌପିଟାନ ଶିପ୍‌ଲିଫ୍ଟ, ବିଶ୍ୱର ଅନ୍ୟତମ ଆକର୍ଷଣୀୟ ବୈଷୟିକ ଚମତ୍କାର, ଯାହା ଜଳପଥରେ ପରିବହନକୁ ସହଜ କରିଥାଏ।

ଚାଙ୍ଗଜିଆଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ ସର୍ଭେ ଶିପ୍‌ଲିଫ୍ଟ ସିଷ୍ଟମକୁ ତିନୋଟି ପୃଥକ ପର୍ଯ୍ୟାୟରେ ବିଭକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଯାହାକି ବହୁ ଜାହାଜ ଆସିବାର ବିପଦକୁ ହ୍ରାସ କରିବ। ଗୋଟିଏ ଜାହାଜ ପ୍ରଥମ ଲିଫ୍ଟ ଅତିକ୍ରମ କରିବା ମାତ୍ରେ ଅନ୍ୟ ଜାହାଜଟି ଉଠାଯାଇପାରିବ। ଯେତେବେଳେ ପ୍ରଥମ ଜାହାଜ ଦ୍ୱିତୀୟ ଏବଂ ତୃତୀୟ ଲିଫ୍ଟ ଦେଇ ଯାତ୍ରା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?