Advertisement

ବିଷ ବଳୟରେ ବିଶ୍ୱ

ସିଲ୍କେ ବୋଲମୋର, ଲୈଲା ଲିବେଟ୍ରାଉ

ବିଶ୍ୱରେ କୃଷିକ୍ଷେତ୍ରରେ କୀଟନାଶକ ବ୍ୟବହାର ବ୍ୟାପକ ହୋଇଛି। ଫସଲରୁ କୀଟ ନାଶ ହେଉଛି ସତ, କିନ୍ତୁ ଏହାର ଅବଶେଷ ସୂକ୍ଷ୍ମ କଣିକା ବାୟୁ, ଖାଦ୍ୟ ଏବଂ ପାନୀୟ ଜଳରେ ଦେଖିବାକୁ ମିଳୁଛି । ଏହା ଆମ ଶରୀର ମଧ୍ୟକୁ ପ୍ରବେଶ କରି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ମୃତ୍ୟୁର କାରଣ ପାଲଟୁଥିବା ପ୍ରମାଣିତ ହୋଇଛି। ତଥ୍ୟରୁ ଜଣାପଡ଼ିଛି ଯେ, ତୃଣନାଶକ, ପୋକନାଶକ ଏବଂ ଫିମ୍ପି ବା ରୋଗନାଶକ ବ୍ୟବହାର ଯୋଗୁ ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୨୦,୦୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ୩୮ କୋଟି ୫୦ ଲକ୍ଷ ଲୋକ ପଏଜନିଂ ସମସ୍ୟାର ଶିକାର ହେଉଛନ୍ତି। କୀଟନାଶକ ପ୍ରଭାବ ଦଶନ୍ଧି ଦଶନ୍ଧି ଧରି ରହି ମାଟିର ଉର୍ବରତା କମାଉଛି ଓ ତୃଣନାଶକ ପ୍ରତିରୋଧୀ ଘାସ ଉଦ୍ଭବ ହୋଇ ଜୈବବିବିଧତା ପ୍ରତି ବିପଦ ସୃଷ୍ଟି କରୁଛି। କୀଟନାଶକର ଉକ୍ତ ନକାରାମତ୍କ ପ୍ରଭାବ ସତ୍ତ୍ୱେ ଶିଳ୍ପଭିତ୍ତିକ କୃଷି ଏବେ ମଧ୍ୟ ଏହାର ବ୍ୟବହାର ଉପରେ ନିର୍ଭରଶୀଳ। ୨୦୧୭ରେ ବର୍ଷକରେ ବିଶ୍ୱସ୍ତରରେ କୀଟନାଶକ ପ୍ରୟୋଗ ୪ ମିଲିୟନ ଟନ୍‌କୁ ବୃଦ୍ଧିପାଇଥିଲା ଓ ୧୯୯୦ ତୁଳନାରେ ଏହି ବୃଦ୍ଧି ହାର ପାଖାପାଖି ୮୧%। କୀଟନାଶକ ଉପତ୍ାଦକମାନେ ବହୁ ସମୟରେ ଦାବି କରନ୍ତି ଯେ, ବୈଶ୍ୱିକ କ୍ଷୁଧା ଦୂର କରିବାରେ ସେମାନଙ୍କ ଉପତ୍ାଦର ଗୁରୁତ୍ୱ ରହିଛି। କିନ୍ତୁ ଏବେସୁଦ୍ଧା ବିଶ୍ୱ ଜନସଂଖ୍ୟାର ୧୦% ଅର୍ଥାତ୍‌ ପ୍ରାୟ ୮୨ କୋଟି ୮୦ ଲକ୍ଷ ଲୋକ ପ୍ରତିଦିନ ରାତିରେ ଭୋକରେ ଶୋଉଛନ୍ତି। ଅତ୍ୟଧିକ କୀଟନାଶକ ପ୍ରୟୋଗକୁ ନେଇ ସେମାନଙ୍କ ଦାବିର ଯଥାର୍ଥତା ପ୍ରତିପାଦିତ ହୋଇପାରିନାହିଁ।
କୋଭିଡ୍‌-୧୯ ମହାମାରୀ, ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ଉଭା ହୋଇଛି ବିଶ୍ୱ ଖାଦ୍ୟ ସଙ୍କଟ। ଏହା ସ୍ପଷ୍ଟ କରିଛି ଯେ, ଆଶଙ୍କାରେ ଥିବା ଖାଦ୍ୟ ବ୍ୟବସ୍ଥାଗୁଡ଼ିକର ଜରୁରୀ ପରିବର୍ତ୍ତନର ଆବଶ୍ୟକ। କୃଷିରେ ଟ୍ରାକ୍ଟର, ଅନ୍ୟ କୃଷି ସରଞ୍ଜାମ, କୃତ୍ରିମ ସାର ଓ କୀଟନାଶକ ବ୍ୟବହାର ବିଶ୍ୱରେ ପାରମ୍ପରିକ କୃଷିକୁ ବ୍ୟୟବହୁଳ କରିଛି। ଅତୀତରେ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକ ଏହା ଉପରେ ସବ୍‌ସିଡି ପ୍ରଦାନ କରିଥିଲେ। କିନ୍ତୁ ମୁଦ୍ରାସ୍ଫୀତି ବୃଦ୍ଧି ସବ୍‌ସିଡିଗୁଡ଼ିକୁ ଅଧିକ ମହଙ୍ଗା କରିଦେଇଛି ଓ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ଶୀଘ୍ର ବୃଦ୍ଧି ଘଟାଇଛି। ଏଣୁ ପରିବେଶ ସହନୀୟ ଖାଦ୍ୟ ଉପତ୍ାଦନ ପାଇଁ ବିଷାକ୍ତ କୀଟନାଶକ ବ୍ୟବହାର କମ୍‌ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଥମ ପଦକ୍ଷେପ। ୟୁରୋପୀୟ ସଂଘ( ଇୟୁ) ତା’ର ନୂତନ ସବୁଜ ଚୁକ୍ତିର ଅଂଶ ଭାବେ ‘ଫାର୍ମ ଟୁ ଫ୍ରକ୍‌ ଷ୍ଟ୍ରାଟେଜି’ ଗ୍ରହଣ କରିଛି। ଏହାଦ୍ୱାରା ୨୦୩୦ ସୁଦ୍ଧା କୀଟନାଶକ ବ୍ୟବହାର ଓ ତତ୍‌ଜ୍ଜନିତ ବିପଦ ୫୦% ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି। କିଛି ବର୍ଷ ତଳେ ଇୟୁ ଦୀର୍ଘସ୍ଥାୟୀ ସ୍ବାସ୍ଥ୍ୟ ସମସ୍ୟା ଏବଂ ଜୈବବିବିଧତାକୁ ନଷ୍ଟ କରୁଥିବା ବହୁ ବିପଜ୍ଜନକ କୀଟନାଶକକୁ ବନ୍ଦ କରିଥିଲା। ଏହିସବୁ ଘାତକ କୀଟନାଶକର ପରିବେଶ ଏବଂ ସାର୍ବଜନୀନ ସ୍ବାସ୍ଥ୍ୟ ଉପରେ କି ବିପଦ ରହିଛି ସେ ସମ୍ପର୍କରେ ହିନ୍‌ରିଚ ବୋଲ୍‌ ଫାଉଣ୍ଡେଶନ ଦ୍ୱାରା ପ୍ରସ୍ତୁତ ପେଷ୍ଟିସାଇଡ୍‌ ଆଟ୍‌ଲାସ ପ୍ରକାଶ କରିଛି। ବିଶେଷକରି, ସୋୟାବିନ୍‌, ମକା, ଆଖୁ ଏବଂ ଅଙ୍ଗୁର ଚାଷରେ ଗ୍ଲାଇଫସ୍‌ଫେଟ, ଇମିଡାକ୍ଲୋପ୍ରିଡ ଏବଂ କାର୍ବେଣ୍ଡାଜିମ ଭଳି ବିଷାକ୍ତ ତୃଣନାଶକ ଓ ପୋକନାଶକର ବ୍ୟାପକ ପ୍ରୟୋଗ ହେଉଥିବା କହିଛି। ଏହିସବୁ ବିପଜ୍ଜନକ କୀଟନାଶକ ମଧ୍ୟରୁ ଅନେକର ବ୍ୟବହାରକୁ ୟୁରୋପରେ ବନ୍ଦ କରାଯାଇଛି। କିନ୍ତୁ ବିଶ୍ୱର ପାଞ୍ଚଟି ବୃହତ୍‌ କୀଟନାଶକ ଉପତ୍ାଦକମାନଙ୍କର ବିକ୍ରି ହେଉଥିବା କୀଟନାଶକଗୁଡ଼ିକରେ ଏଗୁଡ଼ିକର ଭାଗ ଏକ ତୃତୀୟାଂଶରୁ ଅଧିକ। ଏପରିକି ବିିଏଏସ୍‌ଏଫ୍‌, ବେୟର ଏବଂ ସିଗ୍ନେଣ୍ଟା ଭଳି ୟୁରୋପୀୟ କମ୍ପାନୀଗୁଡ଼ିକ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକୁ ବିକ୍ରି କରିଆସୁଛନ୍ତି।
ବହୁ ପୂର୍ବରୁ ଜାତିସଂଘ ଅତ୍ୟଧିକ ବିପଜ୍ଜନକ କୀଟନାଶକ ବ୍ୟବହାରକୁ ଏକ ବୈଶ୍ୱିକ ମାନବ ଅଧିକାର ସମସ୍ୟା ବୋଲି କହିଛି। ଜାତିସଂଘ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ବିଷାକ୍ତ ଦ୍ରବ୍ୟ ବିଶେଷକରି ବିକାଶଶୀଳ ଦେଶଗୁଡ଼ିକରେ ଲୋକଙ୍କର ଖାଦ୍ୟ ଓ ସ୍ବାସ୍ଥ୍ୟ ଅଧିକାର ଏବଂ ଏକ ସ୍ବଚ୍ଛ ପରିବେଶ ପ୍ରତି ବିପଦ। ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ବିଷାକ୍ତ କୀଟନାଶକଜନିତ ଅସୁସ୍ଥତାର ଶିକାର ହେଉଛନ୍ତି। ଦୁର୍ବଳ ପରିବେଶ ଓ ସୁରକ୍ଷାଗତ ନିୟମ ଥିବା ବିକାଶଶୀଳ ଦେଶଗୁଡ଼ିକରେ ବିପଜ୍ଜନକ କୀଟନାଶକ ମୁଖ୍ୟତଃ କୃଷକମାନଙ୍କର ଅଧିକ କ୍ଷତିକରୁଛି। କାରଣ କ୍ଷୁଦ୍ର ନାମମାତ୍ର ଚାଷୀମାନେ କେମିକାଲ କୀଟନାଶକର ବିପଦ ସମ୍ପର୍କରେ ସଚେତନ ନୁହନ୍ତି। ଏଣୁ କୀଟନାଶକ ବ୍ୟବହାରଜନିତ ବିପଦ କିଭଳି ହ୍ରାସ କରିବାକୁ ହେବ ସେ ସମ୍ପର୍କରେ ସୂଚନା ଯୋଗାଇଦେବା ଜରୁରୀ। ଏହାସହ ସୁରକ୍ଷାର ବିକଳ୍ପ ଗ୍ରହଣ କରିବାରେ କୃଷକମାନଙ୍କୁ ସକ୍ଷମ କରାଯିବା ଦରକାର। କିନ୍ତୁ ସଚେତନତା ଅଭିଯାନ ବିପଜ୍ଜନକ କୀଟନାଶକର ପ୍ରଭାବ ଦୂର କରିବାରେ ସମ୍ଭାବନା କମ୍‌। ଉଦାହରଣ ସ୍ବରୂପ, କେନିଆରେ ଅତ୍ୟଧିକ ବିପଜ୍ଜନକ ଭାବେ ବର୍ଗୀକୃତ ସକ୍ରିୟ ଉପାଦାନ ବିଶିଷ୍ଟ କୀଟନାଶକର ୭୬% ବ୍ୟବହାର ହେଉଛି ଏବଂ ୟୁରୋପରେ ଏହାକୁ ବନ୍ଦ କରାଯାଇଥିବାବେଳେ ଏହାର ପ୍ରାୟ ଅଧା ପ୍ରୟୋଗ କରାଯାଉଛି। ଅଧିକାଂଶ କୃଷକମାନଙ୍କର ଜମି ଦୁଇଏକରରୁ କମ୍‌ ଏବଂ ପାଖାପାଖି ଲାଗି ରହିଥିବାରୁ ସୁରକ୍ଷା ପଦ୍ଧତି କାର୍ଯ୍ୟକାରୀ କରିବା ଅସମ୍ଭବ ହୋଇଥାଏ। ସେହିଭଳି ବ୍ୟକ୍ତଗତ ସୁରକ୍ଷା ଉପକରଣ ଦାମ ବହୁତ ବେଶି ଓ ବହୁ ସମୟରେ ଏହା ମିଳେ ନାହିଁ କିମ୍ବା ଉଷ୍ଣ ପରିବେଶ ପାଇଁ ଉପଯୋଗୀ ହୋଇ ନ ଥାଏ।
କୀଟନାଶକକୁ ନେଇ ରହିଥିବା ଡବଲ ଷ୍ଟାଣ୍ଡାର୍ଡ ବା ବିଭିନ୍ନ ଦେଶରେ ଭୁଲ୍‌ ବାଟରେ ପ୍ରଚଳିତ ନିୟମକୁ ଦୂର କରିବା ଲାଗି ବହୁଦିନ ହେଲା ସିଭିଲ ସୋସାଇଟି ସଂଗଠନଗୁଡ଼ିକ ଦାବି କରିଆସୁଛନ୍ତି। ସୌଭାଗ୍ୟବଶତଃ,ୟୁରୋପୀୟ ନିୟାମକମାନେ ଏହାକୁ ବନ୍ଦ କରିବା ଲାଗି ଦୃଢ଼ ପଦକ୍ଷେପ ନେଇଛନ୍ତି। ଦୁଇବର୍ଷ ପୂର୍ବେ ସୁଇଜରଲାଣ୍ଡ ୫ଟି ଅତ୍ୟଧିକ ବିଷାକ୍ତ କୀଟନାଶକର ରପ୍ତନି ଉପରେ ପ୍ରତିବନ୍ଧକ ଲଗାଇଥିଲା। ଫ୍ରାନ୍ସରେ ଏସବୁର ଉପତ୍ାଦନ ,ଗଚ୍ଛିତ ଏବଂ ଇୟୁ ଦ୍ୱାରା ପ୍ରତିବନ୍ଧିତ କୀଟନାଶକଗୁଡ଼ିକର ରପ୍ତାନି ବନ୍ଦକରିବା ଲାଗି ଏକ ନିୟମ ଜାନୁୟାରୀରେ ଲାଗୁ କରାଯାଇଥିଲା। ନିକଟରେ ଜର୍ମାନୀ ମଧ୍ୟ ବିପଜ୍ଜନକ କୀଟନାଶକଗୁଡ଼ିକର ରପ୍ତାନି ବନ୍ଦ କରିବା ଲାଗି ଆଇନ ପାସ୍‌ କରିବା ଲାଗି ତା’ର ପ୍ରତିବଦ୍ଧତାକୁ ପୁନର୍ବାର ସୁନିଶ୍ଚିତ କରିଛି। ଆମଦାନିକାରୀ ଦେଶସବୁ ମଧ୍ୟ ଉଚିତ୍‌ ପଦକ୍ଷେପ ଗ୍ରହଣ କରିଛନ୍ତି। ଟ୍ୟୁନିସିଆ, ମେକ୍ସିକୋ ଏବଂ ପାଲେଷ୍ଟାଇନ ସରକାର ରପ୍ତାନିକାରୀ କିମ୍ବା ଉପତ୍ାଦନକାରୀ ଦେଶରେ ନିଷେଧ କରାଯାଇଥିବା କୀଟନାଶକ ଆମଦାନୀ ବନ୍ଦ କରିଛନ୍ତି। ତେବେ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ପର୍ଯ୍ୟାୟକ୍ରମରେ ୨୦୧୪ ସୁଦ୍ଧା ଅତ୍ୟଧିକ ବିପଜ୍ଜନକ କୀଟନାଶକ ହଟାଇ ଦେବା ଲାଗି ଘୋଷଣା କରିଛି।
କୀଟନାଶକ ବ୍ୟବହାର ହ୍ରାସ କରିବା ପାଇଁ ଏଭଳି ସବୁ କଟକଣା ମହତ୍ତ୍ୱପୂର୍ଣ୍ଣ ହୋଇଥିବାବେଳେ ବିଭିନ୍ନ ଦେଶର ସରକାର ମଧ୍ୟ ସୁରକ୍ଷିତ ବିକଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିବା ଉଚିତ। ଆଗ୍ରୋଇକୋଲୋଜି ଅର୍ଥାତ୍‌ କୃଷି ଉପତ୍ାଦନ ପ୍ରଣାଳୀ ସହ ସମ୍ବନ୍ଧିତ ପରିବେଶୀୟ ବ୍ୟବସ୍ଥାର ଅଧ୍ୟୟନ କେବଳ ଜୀବଜଗତର କ୍ଷତି କରୁଥିବା କୀଟନାଶକର ବିଷ ବଳୟକୁ ଦୂର କରିବ ନାହିଁ ବରଂ ବ୍ୟାପକ ଭାବେ ଏହା କୃଷିକୁ ବହୁମୁଖୀ କରିବ। ଏହା ମଧ୍ୟ କୃଷିର ପ୍ରକୃତି ଆଧାରିତ କାର୍ଯ୍ୟକଳାପଗୁଡ଼ିକୁ ବୃଦ୍ଧି କରିବା ଏବଂ ଏହାର ସାମର୍ଥ୍ୟକୁ ଦୃଢ କରିବା ସହ ଖାଦ୍ୟ ଉପତ୍ାଦନକାରୀମାନଙ୍କୁ ଆର୍ଥିକ ଓ ରାଜନୈତିକ ଦୃଷ୍ଟିକୋଣରୁ ସଶକ୍ତ କରିପାରିବ। ବିଶ୍ୱରେ ଦେଖାଦେଇଥିବା କ୍ଷୁଧା ସମସ୍ୟା ଆମ ଖାଦ୍ୟ ଯୋଗାଣାର ଦୁର୍ବଳତାକୁ ସାମ୍ନାକୁ ଆଣିଛି। ଏହା ବ୍ୟତୀତ ନିରପେକ୍ଷ ଓ ପ୍ରକୃତି ଆଧାରିତ ଖାଦ୍ୟ ବ୍ୟବସ୍ଥାର ଜରୁରୀ ଆବଶ୍ୟକତା ରହିଥିବା ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟତାର ଯଜ୍ଞପୀଠ: ଉତ୍କଳ ସମ୍ମିଳନୀ

ଡ. ପ୍ରଫୁଲ୍ଲ କୁମାର ସାହୁ   ଆଜି ଡିସେମ୍ବର ୩୦, ଓଡ଼ିଆ ଜାତି ପାଇଁ ଏକ ଐତିହାସିକ ଦିବସ। ଉତ୍କଳୀୟତାର ମୁଗ୍‌ଧ ଅନୁଭବରେ ଜଡ଼ସଡ଼ ବା...

ଇଡିରେ ବି ଗୋଷ୍ଠୀ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବି କ’ଣ ସିବିଆଇ ବାଟରେ ଯାଉଛି? ନିକଟରେ ଜଣେ ବରିଷ୍ଠ ତଦନ୍ତ ଅଧିକାରୀଙ୍କୁ ନେଇ ଦେଖାଦେଇଥିବା...

ଦୃଷ୍ଟି ଓ ଦୃଷ୍ଟିଭଙ୍ଗୀ

ଘାସିରାମ ପଣ୍ଡା ଚଉସ୍ତରି ମସିହା ପୂର୍ବରୁ ଆମ ଗାଁରେ ବିଦ୍ୟାଳୟ ନ ଥିଲା। ଗାଁ ଲୋକଙ୍କ ପ୍ରୟାସରେ ଝାଟିମାଟିର ଘର କରି ଚାଳିଆରେ ବିଦ୍ୟାଳୟ ଆରମ୍ଭ...

ପ୍ରତିଭାମୟୀଙ୍କ ସନ୍ଧାନେ

ଡ. ବାସନ୍ତୀ ମହାନ୍ତି ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀମାନେ ବୋର୍ଡ ପରୀକ୍ଷାରେ ବେଶି କୃତିତ୍ୱ ଅର୍ଜନ କରିଛନ୍ତି। ସ୍କୁଲ କଲେଜରେ ଅନୁପାତ...

କିଙ୍ଗ୍‌-ମେକରଙ୍କ ଭୂମିକା

ବୈକୁଣ୍ଠନାଥ ମିଶ୍ର ଅନେକ ସମୟରେ ଦେଖାଯାଏ ଯେ, କୌଣସି ଶାସନର ସର୍ବୋଚ୍ଚ ସ୍ତରରେ ଏପରି ଜଣେ ଜଣେ ବିଦ୍ୱାନ୍‌ ବ୍ୟକ୍ତିଙ୍କର ଆବିର୍ଭାବ ଘଟିଥାଏ, ଯାହାଙ୍କର ଅନନ୍ୟ...

‘ଘୋ’ରେ ମାତିଛୁ

ଭାରତରେ ଗତ ୩ ଦିନ ହେବ ଦୈନିକ କରୋନା ସଂକ୍ରମଣ ୨ ଲକ୍ଷ ଅତିକ୍ରମ କରିଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ ଡେରିରେ ଏହି ସଂକ୍ରମଣ...

କଠୋର ମନୋଭାବ

ଆକାର ପଟେଲ   ଭାରତୀୟ ଜନତା ପାର୍ଟି(ଭାଜପା) ଅନେକ ବର୍ଷ ହେଲା ଏକ ଅସାଧାରଣ ଢଙ୍ଗରେ ବିକଶିତ ହୋଇଛି। ଏହା ପ୍ରାରମ୍ଭରୁ ସାମାଜିକ ପ୍ରସଙ୍ଗରେ ରକ୍ଷଣଶୀଳ...

କଶ୍ମୀରରେ ଆତଙ୍କବାଦ କମିବ

ସହଦେବ ସାହୁ ଏ ପ୍ରବନ୍ଧ ପ୍ରକାଶିତ ହେବା ପୂର୍ବରୁ ଜମ୍ମୁ-କଶ୍ମୀର ଓ ଲଦାଖରେ ମୁସଲିମ୍‌ ଲୋକେ ଇଦୁଜ୍ଜୁହା ଉପଲକ୍ଷେ ଶାନ୍ତିଶୃଙ୍ଖଳାରେ ନମାଜ ପଢିସାରିଥିବେ ଏବଂ ଘରେ...

Advertisement
Archives

Model This Week