ଦୁର୍ଘଟଣା ପରେ ଦୁନିଆ ଅନ୍ଧାର

ପରଜଙ୍ଗ, ୩୧।୧(ଡି.ଏନ୍‌.ଏ.) ସ୍ବଳ୍ପ ରୋଜଗାରରେ ବେଶି ବଳକା ନ ହେଲେ ବି ସୁରୁଖୁରୁରେ ଚଳିଯାଉଥିଲା ପରିବାର। ହେଲେ ଦୁର୍ଘଟଣାରେ ଘରର ରୋଜଗାରିଆ ପୁଅର ୨ ଗୋଡ଼ ଅଚଳ ହୋଇଯିବା ପରେ ଘୋଟିଆସିଛି ଅନ୍ଧାର। ଶେଯରେ ଶୋଇଶୋଇ ୨ବର୍ଷ କଟିଗଲାଣି। କାମରେ ଆସୁନି ସରକାରଙ୍କ ନିଃଶୁଳ୍କ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ। ହାତରେ ସମ୍ବଳ ନ ଥିବାରୁ ସମ୍ଭବ ହେଉନି ଚିକିତ୍ସା। ଏଭଳି ସମୟରେ ଯନ୍ତ୍ରଣାରେ ଛଟପଟ ହେଉଥିବା ପୁଅର କଷ୍ଟକୁ ପାଖରୁ ଦେଖିବା ଛଡ଼ା ବୟସ୍କ ମା’ବାପାଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ। ସବୁଆଡୁ ନିରାଶ ହେବା ପରେ ଶେଷରେ ପୁଅ ଜୀବନ ବଞ୍ଚାଇବା ପାଇଁ ସହୃଦୟଙ୍କ ସହାୟତା ଲୋଡ଼ିଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କନ୍ତୋର ପଞ୍ଚାୟତ କୋଷ୍ଟିଆବେଢ଼ା ଗ୍ରାମର ମକରଧ୍ୱଜ ନାଏକ ଏବଂ ସ୍ତ୍ରୀ ମନୋରମା।
ମକରଧ୍ୱଜ ଏବଂ ମନୋରମାଙ୍କ ସାନପୁଅ ଜ୍ଞାନରଞ୍ଜନ ଭୁବନର ଏକ ହୋଟେଲରେ ମିସ୍ତ୍ରି ଭାବେ କାମ କରୁଥିଲେ। ୨୦୧୯ ନଭେମ୍ବର ୧୬ ରାତି ପ୍ରାୟ ୯ଟାରେ କାମ ସାରି ଘରକୁ ଫେରିବା ବେଳେ ଗଁା ନିକଟରେ ଏକ କାର୍‌ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାବେଳେ ଘର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କାମାକ୍ଷାନଗର ଚିକିତ୍ସାଳୟକୁ ନେଇଥିଲେ। ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ସେଠାରେ ୩ଦିନର ଚିକିତ୍ସା ପରେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିଦେଇଥିଲେ ଡାକ୍ତର। ୨ମାସର ଚିକିତ୍ସା ପରେ ଧୀରେ ଧୀରେ ସୁସ୍ଥ ହୋଇଯିବେ କହି ଡାକ୍ତର ଜ୍ଞାନରଞ୍ଜନଙ୍କୁ ଘରକୁ ଫେରାଇ ଦେଇଥିଲେ। ହେଲେ ଅଦ୍ୟାବଧି ସେ ଶେଯରୁ ଉଠିପାରୁନାହାନ୍ତି। ଦୀର୍ଘଦିନ ଧରି ପଡ଼ିରହିବା ପରେ ତାଙ୍କ ଦେହସାରା ଘା’ ହୋଇଯାଇଛି। ଦୁଇଗୋଡ଼ ଅକାମୀ ହୋଇଯିବା କାରଣରୁ ସେ ଛିଡ଼ା ହୋଇପାରୁନାହାନ୍ତି। ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ଥିଲେ ହେଁ ତାହାକୁ କୌଣସି ବଡ଼ ସ୍ବାସ୍ଥ୍ୟକେନ୍ଦ୍ର ଗ୍ରହଣ କରୁନାହାନ୍ତି। ପୁଅ ଚିକିତ୍ସାରେ ଏକମାତ୍ର ସମ୍ବଳ ଘରଡିହ ଖଣ୍ଡିକ ମଧ୍ୟ ବିକ୍ରି ହୋଇସାରିଲାଣି। ଜ୍ଞାନରଞ୍ଜନଙ୍କ ୪ ଭାଇ ମଧ୍ୟରୁ ୨ ଜଣ ଅଲଗା ହୋଇଯାଇଛନ୍ତି। ବାର୍ଦ୍ଧକ୍ୟରେ ଦୁଇ ଓଳି ଦି ମୁଠା ଯୋଗାଡ଼ କରିବା ମକରଧ୍ୱଜଙ୍କ ପକ୍ଷେ କଷ୍ଟକର ହୋଇଯାଇଥିବାବେଳେ ସେ ପୁଅର ଚିକିତ୍ସା ଲାଗି ସହୃଦୟ ବ୍ୟକ୍ତିଙ୍କ ସହାୟତା ଲୋଡ଼ିଛନ୍ତି। ତାଙ୍କୁ ମୋବାଇଲ୍‌ ନଂ. ୯୬୯୨୮୪୦୫୩୪ରେ ଯୋଗାଯୋଗ କରିପାରିବେ ବୋଲି ମକରଧ୍ୱଜ ଏବଂ ମନୋରମା ନିବେଦନ କରିଛନ୍ତି।
ଏ ସମ୍ପର୍କରେ ବିଡିଓ ବିନୋଦ ବିହାରୀ ବେହେରା କୁହନ୍ତି, ନିକଟରେ ସ୍ବାସ୍ଥ୍ୟବୀମା କାର୍ଡ ଲାଗୁ ହୋଇଛି। ଏହାକୁ ଦେଖାଇଲେ ଚିକିତ୍ସା ସୁବିଧା ମିଳିପାରିବ। ତେବେ ଏଭଳି ଅସହାୟ ପରିବାରକୁ ପ୍ରଶାସନିକସ୍ତରରେ ସମସ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri