ଦୁର୍ଘଟଣା ପରେ ଦୁନିଆ ଅନ୍ଧାର

ପରଜଙ୍ଗ, ୩୧।୧(ଡି.ଏନ୍‌.ଏ.) ସ୍ବଳ୍ପ ରୋଜଗାରରେ ବେଶି ବଳକା ନ ହେଲେ ବି ସୁରୁଖୁରୁରେ ଚଳିଯାଉଥିଲା ପରିବାର। ହେଲେ ଦୁର୍ଘଟଣାରେ ଘରର ରୋଜଗାରିଆ ପୁଅର ୨ ଗୋଡ଼ ଅଚଳ ହୋଇଯିବା ପରେ ଘୋଟିଆସିଛି ଅନ୍ଧାର। ଶେଯରେ ଶୋଇଶୋଇ ୨ବର୍ଷ କଟିଗଲାଣି। କାମରେ ଆସୁନି ସରକାରଙ୍କ ନିଃଶୁଳ୍କ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ। ହାତରେ ସମ୍ବଳ ନ ଥିବାରୁ ସମ୍ଭବ ହେଉନି ଚିକିତ୍ସା। ଏଭଳି ସମୟରେ ଯନ୍ତ୍ରଣାରେ ଛଟପଟ ହେଉଥିବା ପୁଅର କଷ୍ଟକୁ ପାଖରୁ ଦେଖିବା ଛଡ଼ା ବୟସ୍କ ମା’ବାପାଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ। ସବୁଆଡୁ ନିରାଶ ହେବା ପରେ ଶେଷରେ ପୁଅ ଜୀବନ ବଞ୍ଚାଇବା ପାଇଁ ସହୃଦୟଙ୍କ ସହାୟତା ଲୋଡ଼ିଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କନ୍ତୋର ପଞ୍ଚାୟତ କୋଷ୍ଟିଆବେଢ଼ା ଗ୍ରାମର ମକରଧ୍ୱଜ ନାଏକ ଏବଂ ସ୍ତ୍ରୀ ମନୋରମା।
ମକରଧ୍ୱଜ ଏବଂ ମନୋରମାଙ୍କ ସାନପୁଅ ଜ୍ଞାନରଞ୍ଜନ ଭୁବନର ଏକ ହୋଟେଲରେ ମିସ୍ତ୍ରି ଭାବେ କାମ କରୁଥିଲେ। ୨୦୧୯ ନଭେମ୍ବର ୧୬ ରାତି ପ୍ରାୟ ୯ଟାରେ କାମ ସାରି ଘରକୁ ଫେରିବା ବେଳେ ଗଁା ନିକଟରେ ଏକ କାର୍‌ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାବେଳେ ଘର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କାମାକ୍ଷାନଗର ଚିକିତ୍ସାଳୟକୁ ନେଇଥିଲେ। ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ସେଠାରେ ୩ଦିନର ଚିକିତ୍ସା ପରେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିଦେଇଥିଲେ ଡାକ୍ତର। ୨ମାସର ଚିକିତ୍ସା ପରେ ଧୀରେ ଧୀରେ ସୁସ୍ଥ ହୋଇଯିବେ କହି ଡାକ୍ତର ଜ୍ଞାନରଞ୍ଜନଙ୍କୁ ଘରକୁ ଫେରାଇ ଦେଇଥିଲେ। ହେଲେ ଅଦ୍ୟାବଧି ସେ ଶେଯରୁ ଉଠିପାରୁନାହାନ୍ତି। ଦୀର୍ଘଦିନ ଧରି ପଡ଼ିରହିବା ପରେ ତାଙ୍କ ଦେହସାରା ଘା’ ହୋଇଯାଇଛି। ଦୁଇଗୋଡ଼ ଅକାମୀ ହୋଇଯିବା କାରଣରୁ ସେ ଛିଡ଼ା ହୋଇପାରୁନାହାନ୍ତି। ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ ଥିଲେ ହେଁ ତାହାକୁ କୌଣସି ବଡ଼ ସ୍ବାସ୍ଥ୍ୟକେନ୍ଦ୍ର ଗ୍ରହଣ କରୁନାହାନ୍ତି। ପୁଅ ଚିକିତ୍ସାରେ ଏକମାତ୍ର ସମ୍ବଳ ଘରଡିହ ଖଣ୍ଡିକ ମଧ୍ୟ ବିକ୍ରି ହୋଇସାରିଲାଣି। ଜ୍ଞାନରଞ୍ଜନଙ୍କ ୪ ଭାଇ ମଧ୍ୟରୁ ୨ ଜଣ ଅଲଗା ହୋଇଯାଇଛନ୍ତି। ବାର୍ଦ୍ଧକ୍ୟରେ ଦୁଇ ଓଳି ଦି ମୁଠା ଯୋଗାଡ଼ କରିବା ମକରଧ୍ୱଜଙ୍କ ପକ୍ଷେ କଷ୍ଟକର ହୋଇଯାଇଥିବାବେଳେ ସେ ପୁଅର ଚିକିତ୍ସା ଲାଗି ସହୃଦୟ ବ୍ୟକ୍ତିଙ୍କ ସହାୟତା ଲୋଡ଼ିଛନ୍ତି। ତାଙ୍କୁ ମୋବାଇଲ୍‌ ନଂ. ୯୬୯୨୮୪୦୫୩୪ରେ ଯୋଗାଯୋଗ କରିପାରିବେ ବୋଲି ମକରଧ୍ୱଜ ଏବଂ ମନୋରମା ନିବେଦନ କରିଛନ୍ତି।
ଏ ସମ୍ପର୍କରେ ବିଡିଓ ବିନୋଦ ବିହାରୀ ବେହେରା କୁହନ୍ତି, ନିକଟରେ ସ୍ବାସ୍ଥ୍ୟବୀମା କାର୍ଡ ଲାଗୁ ହୋଇଛି। ଏହାକୁ ଦେଖାଇଲେ ଚିକିତ୍ସା ସୁବିଧା ମିଳିପାରିବ। ତେବେ ଏଭଳି ଅସହାୟ ପରିବାରକୁ ପ୍ରଶାସନିକସ୍ତରରେ ସମସ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri