ଓ୍ବାର୍କ ଅର୍ଡର ମିଳୁ ନ ଥିବାରୁ କାମ ଆରମ୍ଭ ହେଉନି

ଭୁବନେଶ୍ୱର,୧୭।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧୀନରେ ଥିବା ୬୭ଟି ଓ୍ବାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରତି ଓ୍ବାର୍ଡକୁ ୧କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଓ୍ବାର୍ଡରେ କେଉଁଭଳି ଉନ୍ନୟନମୂଳକ କାର୍ଯ୍ୟ ହେବ, ସେନେଇ ପ୍ରସ୍ତାବ ଦିଆଯାଇଥିବା ବେଳେ ତାହା ପାରିତ ହୋଇଛି। ମାତ୍ର ଓ୍ବାର୍କ ଅର୍ଡର ମିଳି ନ ଥିବାରୁ କାମ ଆରମ୍ଭ ହୋଇପାରୁ ନାହିଁ। ଫଳରେ ଅଧିକାଂଶ କାମ ଅଟକି ପଡିଥିବାରୁ ମେୟର ସୁଲୋଚନା ଦାସ କ୍ଷୋଭ ପ୍ରକାଶ କରିଥିଲେ। ତୁରନ୍ତ ପାରିତ ହୋଇଥିବା ସମସ୍ତ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଓ୍ବାର୍କ ଅର୍ଡର ଜାରି ହେବା ନେଇ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଯେଉଁ କଣ୍ଟ୍ରାକ୍ଟରମାନେ କାମ ଖରାପ କରୁଛନ୍ତି, ସେନେଇ ସମ୍ପୃକ୍ତ ଓ୍ବାର୍ଡର କର୍ପୋରେଟର କମିଟିକୁ ଅବଗତ କରାଇବେ। ଏହାଦ୍ୱାରା କମିଟି ତାହା ତଦାରଖ କରି ସମ୍ପୃକ୍ତ କଣ୍ଟ୍ରାକ୍ଟରଙ୍କୁ କଳା ତାଲିକାଭୁକ୍ତ କରାଇବ ବୋଲି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ବିଏମ୍‌ସି ମୁଖ୍ୟାଳୟରେ ବିଏମ୍‌ସିର ଓ୍ବାର୍କ୍ସ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମେୟରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କମିଟି ଚେୟାରମ୍ୟାନ ଅମରେଶ ଜେନା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ସେହିପରି କର୍ପୋରେଟରମାନେ ନିଜ ନିଜ ଅଞ୍ଚଳ ବୁଲି ସମସ୍ତ କାର୍ଯ୍ୟ ତଦାରଖ କରିବାକୁ ମେୟର ତାଗିଦ୍‌ କରିଥିଲେ। ଅପରପକ୍ଷେ ମହାନଗର ନିଗମର ୬୭ଟି ଓ୍ବାର୍ଡ ପାଇଁ ଆବଶ୍ୟକ ସଂଖ୍ୟକ ଇଞ୍ଜିନିୟର ନାହାନ୍ତି। ଜଣେ ଇଞ୍ଜିନିୟରଙ୍କ ଦାୟିତ୍ୱରେ ୪/୫ଟି ଓ୍ବାର୍ଡ ରହିଛି। ଫଳରେ ଉନ୍ନୟନ୍ନମୂଳକ କାର୍ଯ୍ୟ ଠିକ୍‌ ଭାବେ ଆଗେଇପାରୁ ନାହିଁ। ତେଣୁ ସମସ୍ତ ଓ୍ବାର୍ଡରେ ଇଞ୍ଜିନିୟର ନିଯୁକ୍ତ କରିବା ପାଇଁ ସରକାରଙ୍କୁ ଅବଗତ କରାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିଏମ୍‌ସିର ନିଜସ୍ବ ଗୋଟିଏ ବି ଓ୍ବାର୍ଡ ଅଫିସ ନାହିଁ। ଯେଉଁ କେତୋଟି ହାତଗଣତି ଓ୍ବାର୍ଡରେ ଓ୍ବାର୍ଡ ଅଫିସ ରହିଛି ସେଗୁଡିକ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର କିମ୍ବା କର୍ପୋରେଟରଙ୍କ ନିଜ ପ୍ରଚେଷ୍ଟାରେ ଚାଲିଛି। ତେଣୁ ସମସ୍ତ ଓ୍ବାର୍ଡରେ ଓ୍ବାର୍ଡ ଅଫିସ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ତେବେ ୬୭ଟି ଓ୍ବାର୍ଡ ଅଫିସ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ହୋଇଥିବାବେଳେ ସେଥିରୁ ୩୦ଟି ଓ୍ବାର୍ଡ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇଛି। ସେହିପରି ଜିଏ ବିଭାଗ ଚିହ୍ନଟ କରିଥିବା ଜାଗା ମଧ୍ୟରୁ ପ୍ରାୟ ୧୪ଟି ଓ୍ବାର୍ଡରେ ଅଫିସ୍‌ ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ଛୋଟ ରହିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସମସ୍ତ କାର୍ଯ୍ୟ ଆରମ୍ଭ କରିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ କମିଟିର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri