ଅବଧି ପରେ ବି କାମ ସରୁନାହିଁ

କଳିଙ୍ଗନଗର,୨ା୧(ଡି.ଏନ.ଏ.):ଯାଜପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ଯାଜପୁର ରୋଡ ଗ୍ରାମ୍ୟ ଉନ୍ନୟନ ସବ୍‌ଡିଭିଜନ ଅଧୀନରେ ଥିବା ଭିକିପୁର-ପହଙ୍ଗା ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ା ଏହି ରାସ୍ତା ଉପରେ ରସୁଲପୁର,କୋରେଇ ଏବଂ ଦାନଗଦୀ ବ୍ଲକର ଲୋକମାନେ ନିର୍ଭର କରିଥାନ୍ତିି ା ହେଲେ ଦୀର୍ଘଦିନ ହେବ ସେହି ରାସ୍ତାଟି ମରଣଯନ୍ତା ପାଲଟିଛି ା ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା ା ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ତପତ୍ରତା ପ୍ରକାଶ ପାଇଥିଲା ା ଏନେଇ ୮ ଲକ୍ଷ ୮୪ ହଜାର ୬ଶହ ୮୪ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଥିଲା ା ଇତିମଧ୍ୟରେ ଟେଣ୍ଡର ଅବଧି ଶେଷ ହୋଇଛି ା ହେଲେ କାମ ଆରମ୍ଭ ହୋଇ ନ ଥିଲା ା ଅବଧି ଶେଷର ପ୍ରାୟ ଦୁଇ ମାସ ପରେ ତରବରିଆଭାବେ ଜଣେ ଠିକାଦାର ନିଜ ଇଛା ମୁତାବକ କାମ କରୁଥିବା ଅଭିଯୋଗ ହୋଇଛି ା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କାର୍ଯ୍ୟସ୍ଥଳରେ ବିଭାଗୀୟ ଯନ୍ତ୍ରୀ ଏବଂ ଏସ୍‌ଡିଓ କିମ୍ବା କର୍ମଚାରୀଙ୍କ ଉପସ୍ଥିତ ରହୁ ନାହାନ୍ତି ା ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି ା
ଗ୍ରାମ୍ୟ ଉନ୍ନୟନ ବିଭାଗ ଅଟକଳ ଅନୁଯାୟୀ, ଏହି ରାସ୍ତାର ଭଙ୍ଗା ପିଚୁ ଅଂଶକୁ ୫୦ ମିମି ଖୋଳି ୧୦୦୦ମିଟର ଦୂରତାରେ ପକାଇବାର ନିୟମ ରହିଛି ା ହେଲେ ଠିକାଦାର ଅଟକଳ ଅନୁଯାୟୀ ନ ଖୋଳି ତାକୁ ରାସ୍ତା କଡ଼ରେ ପକାଇଦେଇଛନ୍ତି। ସେହିପରି ଭିକିପୁର ପଟୁ ଆରମ୍ଭ କରାଯାଇଥିବା କାର୍ଯ୍ୟସ୍ଥଳର କିଛି ଢଳାଇ ଅଂଶ ପାଇପ ବିଛା ବେଳେ ଭାଙ୍ଗିଯାଇଥିଲା ା ତାକୁ ଅଣଦେଖା କରି ଠିକାଦାର ଏବଂ ବିଭାଗ କାର୍ଯ୍ୟ କରୁଛନ୍ତି ା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପିଚୁ କାର୍ଯ୍ୟ କରାଯିବା ପୂର୍ବରୁ ରାସ୍ତାରୁ ଧୂଳି ସଫା କରିବା ଓ ଇମୁଲେଶନ ପ୍ରେସର ଡଷ୍ଟ୍ରିବୁଟର ମାଧ୍ୟମରେ ଟ୍ରାକ୍‌ କୋଟ ପକାଯିବାର ବିଭାଗୀୟ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଠିକାଦାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ା ସେହିପରି ପିଚୁ ରାସ୍ତାରେ ବିଛାଇବା ନିମନ୍ତେ ମେକାନିକାଲ ପେଭର ଫିନିସରର ବ୍ୟବହାର ଓ ରାସ୍ତା ମରାମତି ପାଇଁ ଅଟକଳରେ ସ୍ବଷ୍ଟ ଭାବେ ଉଲ୍ଲେଖ ରହିଥିଲେ ମଧ୍ୟ ଠିକାଦାର ଟ୍ରଲି ମାଧ୍ୟମରେ ପରିବହନ କରି ମନଇଛା କାର୍ଯ୍ୟ କରୁଛନ୍ତି ା ସେହିପରି ରୋଲିଂ କାର୍ଯ୍ୟ ଠିକ୍‌ ଭାବେ ହେଉନାହିଁ ା ରାସ୍ତାର ଦୁଇ ପାର୍ଶ୍ୱରେ ମୋଟା ଭାଗ ପିଚୁ ପକାଇ ସଠିକ କାର୍ଯ୍ୟ କରାଯାଉଥିବା ଭଳି ଲୋକଙ୍କ ଧ୍ୟାନ କେନ୍ଦ୍ରିତ କରୁଛନ୍ତି ା ଗୁରୁତ୍ୱପୂର୍ଣ୍ଣ ପିଚୁ ବିଛା କାର୍ଯ୍ୟ ସମୟରେ ବିଭାଗୀୟ ଯନ୍ତ୍ରୀ କିମ୍ବା ଉପରିସ୍ଥ ଅଧିକାରୀଙ୍କ ଅନୁପସ୍ଥିତକୁ ନେଇ ସାଧାରଣରେ ବିରୋଧାଭାସ ସୃଷ୍ଟି ହୋଇଛି ା ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକାରେ ଏହି କାର୍ଯ୍ୟ କରାଯାଉଥିବା ଆଲୋଚନା ଜୋର ଧରିଛି ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଟକଳ ଅନୁଯାୟୀ ୦.୦୬ କ୍ୟୁ.ମି. ସିଲ ସହିତ ୬.୭ ମି.ମି.ର ଚିପ୍ସ ବ୍ୟବହାର କରି ରାସ୍ତା ନିର୍ମାଣ କରିବାର ଅଟକଳ ରହିଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର ମାତ୍ର ୨ ମି.ମି. ଅନୁସାରେ କାର୍ଯ୍ୟ କରି ବିଲ ହାତେଇନେବାକୁ ମସୁଧା ଚଳାଇଛି ା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ଏପରି କରାଯାଉଛି ଯେ ରାସ୍ତାର ସ୍ଥାୟିତ୍ୱକୁ ନେଇ ଆରମ୍ଭରୁ ପ୍ରଶ୍ନ ଉଠିଛି ା ଏହି ରାସ୍ତାଟି ଏବର ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ପୂର୍ବ ନିର୍ବାଚନମଣ୍ଡଳୀର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ୟସ୍ତବହୁଳ ରାସ୍ତା ହୋଇଥିବାରୁ ସେ ଏ ଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ା ଏନେଇ ଯାଜପୁର ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ଯୋଗାଯୋଗ କରାଯିବାରୁ ସେ ପ୍ରକାଶିତ ଖବରକୁ ମିଛ ବୋଲି କହିବା ସହ ଆମେ କାର୍ଯ୍ୟସ୍ଥଳରେ ରହିବାକୁ ବାଧ୍ୟ ନୁହଁ ବୋଲିି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri