କାମ ମିଳୁନାହିଁ, ଯୋଜନା ଅପହଞ୍ଚ

ସୋନପୁର,୨୩।୧୦:  ରାଜ୍ୟର ୧୧ଟି ଦାଦନପ୍ରବଣ ଜିଲା ମଧ୍ୟରୁ ସୁବର୍ଣ୍ଣପୁର ଅନ୍ୟତମ। ଏହି ଜିଲାରେ ଦାଦନ ଚାଲାଣ ହୁଏନାହିଁ ବୋଲି ଜିଲା ପ୍ରଶାସନ ପୂର୍ବରୁ ବାହୁସ୍ଫୋଟ ମାରୁଥିଲା। କିନ୍ତୁ କରୋନା ମହାମାରୀ ପ୍ରଶାସନର ଦାବିକୁ ଭୁଲ୍‌ ପ୍ରମାଣିତ କରିଥିଲା, ଯେତେବେଳେ ୧୫,୦୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ଲକ୍‌ଡାଉନ୍‌ ଯୋଗୁ ଅନ୍ୟ ରାଜ୍ୟରୁ ଘରକୁ ଫେରିଥିଲେ। ଗରିବଙ୍କୁ ନିଜ ଅଞ୍ଚଳରେ କାମ ମିଳୁନି। ସେମାନଙ୍କ ପାଇଁ ଗଢ଼ାଯାଇଥିବା ସରକାରୀ ଯୋଜନା ଠିକ୍‌ ଭାବରେ କାର୍ଯ୍ୟକାରୀ ହେଉନି। ଫଳରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଛି।
ସୁବର୍ଣ୍ଣପୁର ଏକ କୃଷି ପ୍ରଧାନ ଜିଲା। ଶିଳ୍ପ ବିହୀନ ଏହି ଜିଲାର ୮୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି। ହୀରାକୁଦ କେନାଲ ସିଷ୍ଟମ ଦ୍ୱାରା ଜଳସେଚିତ ହେଉଥିବା ଜିଲାର ବିନିକା ଓ ଡୁଙ୍ଗୁରିପାଲି ବ୍ଳକକୁ ଅଞ୍ଚଳର ଭାତହାଣ୍ଡି କୁହାଯାଏ। କିନ୍ତୁ ଏଠାରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ସାଧାରଣରେ ଚିନ୍ତା ବଢ଼ାଇଛି। ପ୍ରତ୍ୟେକ ବର୍ଷ ଡୁଙ୍ଗୁରିପାଲି, ବିନିକା ଓ ତରଭା ବ୍ଲକରୁ ଅନେକ ହଜାର ଦାଦନ ଶ୍ରମିକ ସେମାନଙ୍କ ପରିବାର ସହିତ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ତାମିଲନାଡୁ ଭଳି ରାଜ୍ୟକୁ ଯାଉଛନ୍ତି। ସେହିପରି ବେକାର ଯୁବତୀଯୁବକ ବିଭିନ୍ନ ଶିଳ୍ପ ସଂସ୍ଥାରେ କାମ କରିବା ପାଇଁ ଗୁଜରାଟ, ତାମିଲନାଡୁ, କେରଳ, ମହାରାଷ୍ଟ୍ର ଓ କର୍ନାଟକ ଭଳି ରାଜ୍ୟକୁ ଯାଉଛନ୍ତି। କିନ୍ତୁ ଦାଦନ ଯାଉଥିବା ଶ୍ରମିକଙ୍କ ପ୍ରକୃତ ହିସାବ ଜିଲା ଶ୍ରମ ବିଭାଗ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟରେ ରହୁନାହିଁ। ନିୟମ ଅନୁସାରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ ପଞ୍ଚାୟତ କାର୍ଯ୍ୟାଳୟରେ ନିଜର ଓ ନିଜ ପରିବାର ସଂଖ୍ୟା ଏବଂ କେଉଁଠିକୁ କାମ କରିବାକୁ ଯାଉଛନ୍ତି, ସବିଶେଷ ବିବରଣୀ ସହ ପଞ୍ଜୀକରଣ କରିବା କଥା। କିନ୍ତୁ ସଚେତନତା ଅଭାବରୁ କୌଣସି ପଞ୍ଚାୟତରେ ଶ୍ରମିକମାନେ ପଞ୍ଜୀକରଣ କରାଉନାହାନ୍ତି। ଗତବର୍ଷ ବାହାର ରାଜ୍ୟକୁ ଖଟିବାକୁ ଯାଇ ନିର୍ଯାତିତ ହୋଇ ପରେ ପ୍ରଶାସନ ସହାୟତାରେ ଶତାଧିକ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଜିଲାରେ ଏମଜିଏନ୍‌ଆରଇଜିଏସ୍‌ରେ ଶ୍ରମିକଙ୍କୁ ୧୦୦ ଦିନର କାର୍ଯ୍ୟ ଯୋଗାଇଦେବାର ନିୟମ ରହିଛି। କିନ୍ତୁ ନାମକୁ ମାତ୍ର ଶ୍ରମିକଙ୍କୁ ଶହେ ଦିନର କାମ ମିଳୁଛି। ଶ୍ରମିକଙ୍କ ବଦଳରେ ମେଶିିନ ଦ୍ୱାରା ମାଟି କାମ ହେଉଛି। ଗରିବଙ୍କ ପାଇଁ ଆସୁଥିବା ସରକାରୀ ଯୋଜନାରେ ରାଜନୈତିକ ହସ୍ତକ୍ଷେପ ହେଉଛି। ତେଣୁ ପ୍ରକୃତ ହିତାଧିକାରୀ ଏହାର ସୁଫଳ ନ ପାଇ ଦାଦନ ଖଟିବାକୁ ଯାଉଛନ୍ତି।
ଜିଲା ଗଠନକୁ ୨୯ ବର୍ଷ ବିତିଲାଣି। ଏଯାଏ ଜିଲାରୁ ଦାଦନ ସମସ୍ୟା ଦୂର ନ ହେବା ଚିନ୍ତାର ବିଷୟ। ବିଶେଷକରି ଗଣପର୍ବ ନୂଆଁଖାଇ ସରିଲା ପରେ ଜିଲାରୁ ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥାନ୍ତି। ଗଣପର୍ବ ପୂର୍ବରୁ ଦାଦନ ସର୍ଦ୍ଦାର ଗାଁ ଗାଁ ବୁଲି ସେମାନଙ୍କୁ ଉତ୍ସବ ମନାଇବା ପାଇଁ ଅଗ୍ରିମ ଟଙ୍କା ଦେଇଥାନ୍ତି। ଭଲ ରୋଜଗାର ଆଶା ଦେଖାଇ ଗରିବ ଲୋକଙ୍କୁ ବାହାର ରାଜ୍ୟକୁ ନେଇଥାନ୍ତି। ସେଠାରେ ବିଶେଷ ଭାବରେ ଇଟାଭାଟିରେ ଶ୍ରମିକଙ୍କୁ ନିୟୋଜିତ କରାଯାଇଥାଏ। ଅଧିକ ରୋଜଗାର ଆଶା ଦେଖାଇ ଇଟାଭାଟି ମାଲିକମାନେ ଅଧିକ ଖଟାଇଥାନ୍ତି। କିନ୍ତୁ ଉପଯୁକ୍ତ ମଜୁରି ଦେଇନଥାନ୍ତି। ଏହାର ପ୍ରତିବାଦ କଲେ ନାନା ଅକଥନୀୟ ନିର୍ଯାତନା ମିଳିଥାଏ। ନଦୀ ଓ ନାଳ ପରିବେଷ୍ଟିତ ଏହି ଜିଲାରେ କୃଷି ଓ କୃଷକର ଉନ୍ନତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏହା ଠିକ୍‌ ଭାବରେ କାର୍ଯ୍ୟକାରୀ ହେଲେ ଲୋକେ କାମ ପାଇପାରନ୍ତେ। ତେବେ କୃଷିର ବିକାଶ ଦିଗରେ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଲେ ଓ ଜଳସେଚନର ବ୍ୟବସ୍ଥା କଲେ ଦାଦନ ସମସ୍ୟା ଦୂର ହୋଇପାରନ୍ତା। ଖରିଫ ଚାଷ ସମୟରେ ପ୍ରାୟ ୬ ମାସ ଲୋକଙ୍କୁ ଠିକ୍‌ ଭାବରେ କାମ ମିଳିଥାଏ। ବାକି ସମୟରେ ଶ୍ରମଭିତ୍ତିକ କାର୍ଯ୍ୟ ମିଳୁ ନ ଥିବାରୁ ଲୋକେ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ଗରିବଙ୍କ ପାଇଁ ଦିଆଯାଉଥିବା ଟଙ୍କିକିଆ ଚାଉଳ ଓ କରୋନା ମହାମାରୀ ସମୟରେ ମିଳୁଥିବା ମାଗଣା ଚାଉଳ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ନୁହେଁ। ସରକାରୀ ଯୋଜନାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ସହ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇଦେଲେ ଜିଲାରୁ ଦାଦନ ସମସ୍ୟା ହଟିବ ବୋଲି ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା କୁହନ୍ତି, ସରକାରୀ ଭାବେ ପ୍ରତିବର୍ଷ ଶହେରୁ କମ୍‌ ସଂଖ୍ୟକ ଶ୍ରମିକ ପଞ୍ଜୀକୃତ ହୋଇ ରାଜ୍ୟ ବାହାରକୁ କାମ ପାଇଁ ଯାଉଛନ୍ତି। ଅଧିକାଂଶ ଶ୍ରମିକ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ବେଚ୍ଛାକୃତ ଭାବେ ନାମ ପଞ୍ଜୀକରଣ କରୁନାହାନ୍ତି। ଶ୍ରମିକମାନେ କର୍ମକ୍ଷେତ୍ରରେ ନିର୍ଯାତନାର ଶିକାର ହେଲେ ଠିକଣା ଜଣା ନ ଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସମୟରେ ସମସ୍ୟା ହେଉଛି। ଏ ଦିଗରେ ଶ୍ରମିକଙ୍କୁ ସଚେତନ କରାଯାଉଥିବା ଶ୍ରମ ଅଧିକାରୀ କହିଛନ୍ତି।

 

ମୃତ୍ୟୁଞ୍ଜୟ ଶତପଥୀ

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ…

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

କାଲି ଭଦ୍ରକର ସମସ୍ତ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ହେଲା ଏଭଳି…

ଭଦ୍ରକ, ୧୪।୭: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ…

ଆନନ୍ଦପୁରରେ ପୁଣି ହାତୀ: ଫକୀରପୁର-ସିଙ୍ଗଡୋଭ ସୀମାରେ ଗତିବିଧି, ସତର୍କ ରହିବାକୁ …

ବଞ୍ଚୋ, ୧୪।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଫକୀରପୁର–ସିଙ୍ଗଡୋଭ ସୀମାନ୍ତ ଅଞ୍ଚଳରେ ପୁଣି ଏକ ହାତୀର ଗତିବିଧି ଦେଖାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ…

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri