ବର୍ଷ ବର୍ଷ ଧରି କାମ ସରୁନି

ଭୁବନେଶ୍ୱର, ୨୧।୯ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରର ମୁକୁଳା ଡ୍ରେନ୍‌ ୬ବର୍ଷରେ ୬ ଜୀବନ ନେଇଛି। ଖସିପଡି ଅନେକେ ଗୁରୁତର ଆହତ ଅବସ୍ଥାରେ ବି ଉଦ୍ଧାର ହୋଇଛନ୍ତି। ବର୍ଷ ବର୍ଷ ଧରି ଡ୍ରେନ୍‌ କାମ ସୁଧୁରୁ ନ ଥିବାବେଳେ ମୁକୁଳା ଛାଡ଼ି ଦିଆଯାଉଛି। ଫଳରେ ମୁକୁଳା ଡ୍ରେନ୍‌ ମୃତ୍ୟୁଯନ୍ତା ପାଲଟିଛି। ଗତ ରବିବାର ଡ୍ରେନ୍‌ରେ ଭାସିଯାଇଥିବା ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ସୋମବାର ମିଳିବା ପରେ ସ୍ମାର୍ଟସିଟିର ଡ୍ରେନେଜ୍‌ ବ୍ୟବସ୍ଥାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏଥିସହ ଡ୍ରେନ୍‌ ନିର୍ମାଣ ଓ ମରାମତି ନାଁରେ ପାଣିଭଳି ଟଙ୍କା ବୁହାଉଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କାର୍ଯ୍ୟଧାରା ଏବେ ପଦାରେ ପଡିଛି।
ପ୍ରତିବର୍ଷ ଡ୍ରେନ୍‌ ନିର୍ମାଣ ଓ ମରାମତିରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ସହର ସାରା ଯେଉଁଠି ଦେଖିବ ଡ୍ରେନ୍‌ର ବାସ୍ତବ ରୂପ ଜଳଜଳ ହୋଇ ଦେଖାଯାଉଛି। କେଉଁଠି ବର୍ଷ ବର୍ଷ ଧରି ଡ୍ରେନ୍‌ ଅଧାପନ୍ତରିଆ ଭାବେ ରହିଛି ତ ଆଉ କେଉଁଠି ନିର୍ମାଣ ସରି ବିଲ୍‌ ହୋଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇନି। ଅଧିକାଂଶ ସ୍ଥାନରେ ଡ୍ରେନ୍‌ର ବହୁ ସ୍ଥାନରେ ସ୍ଲାବ୍‌ ନ ପଡ଼ି ମୁକୁଳା ରହିଛି। ବିଶେଷକରି ବର୍ଷା ଋତୁ ପୂର୍ବରୁ ଟେଣ୍ଡର ଓ ଅନ୍ୟାନ୍ୟ ପ୍ରକ୍ରିୟା କରାଯାଉଥିବାବେଳେ ଅଧିକାଂଶ କାମ ବର୍ଷା ଆରମ୍ଭରୁ ଆରମ୍ଭ ହେଉଛି। ବର୍ଷା ହେବାମାତ୍ରେ କାମ ଅଧାରେ ଛାଡ଼ି ଦିଆଯାଉଛି। ପରବର୍ତ୍ତୀ ସମୟରେ ତାହା ସେମିତି ବର୍ଷ ବର୍ଷ ଧରି ମୁକୁଳା ଓ ବିପଦପୂର୍ଣ୍ଣ ଅବସ୍ଥାରେ ରହୁଥିବାରୁ ବର୍ଷା ସମୟରେ ଜୀବନ ନେଉଛି। ସହରର ପ୍ରମୁଖ ସ୍ଥାନ ୟୁନିଟ୍‌-୮, ଆଇଆର୍‌ସି ଭିଲେଜ ହାଇସ୍କୁଲ ନିକଟ, ନୟାପଲ୍ଲୀ ବେହେରା ସାହି, ମମ୍‌ତାଜ୍‌ ଅଲ୍ଲୀ ସ୍କୁଲ୍‌ ନିକଟ, ସିଆର୍‌ପିରୁ ଲିଟିଲ୍‌ ଟୁଓ୍ବାର୍ଡସ୍‌ ସ୍କୁଲ ନିକଟ, ପଟିଆ, ରସୁଲଗଡ଼ର ଭାଗବତ ସନ୍ଧାନ, ବମିଖାଲ, ଚନ୍ଦ୍ରଶେଖରପୁର, ଶୈଳଶ୍ରୀ ବିହାର, ନୀଳାଦ୍ରି ବିହାରର ଏକାଧିକ ସ୍ଥାନରେ ଡ୍ରେନ୍‌ କାମ ଜାରି ରହିଥିବାବେଳେ ଲଗାଣ ବର୍ଷା ପାଇଁ କାମ ଅଟକି ପଡିଛି। ତେବେ ଅଧାରୁ କାମ ବନ୍ଦ ରହିଥିବାବେଳେ କେତେକ ସ୍ଥାନରେ ରଡ ଉପରମୁହାଁ ହୋଇ ରହିଛି। ପୁଣି ନିର୍ମାଣ ସାମଗ୍ରୀ ଉଠାଯାଇ ନ ଥିବାରୁ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଜମି ରହିଛି। କେବଳ ଏହି ସ୍ଥାନ ନୁହେଁ ସହରର ଏପରି ବହୁ ସ୍ଥାନରେ ନା ଡ୍ରେନ କାମ ସରୁଛି ଅବା ବିପଜ୍ଜନକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ବିଶେଷକରି କେତେକ ସ୍କୁଲ ନିକଟରେ ଦୀର୍ଘଦିନ ଧରି କାମ ଚାଲୁଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି।
ବିପଜ୍ଜନକ ଭାବେ ଛାଡ଼ି ଦେଇଛି ବିଏମ୍‌ସି
ସହରରେ ଏବେ ୧୦ଟି ମୁଖ୍ୟ ଡ୍ରେନ୍‌ ରହିଥିବାବେଳେ ୩ଟି ଶାଖା ରହିଛି, ଯାହାକି ପ୍ରାୟ ୬୬ କିମି ପର୍ଯ୍ୟନ୍ତ ଲମ୍ବିଛି। ତେବେ ଛୋଟବଡ଼କୁ ମିଶାଇଲେ ସାରା ସହରରେ ପ୍ରାୟ ୮ଶହ କିମିର ଡ୍ରେନ୍‌ ରହିଛି। ମୁଖ୍ୟ ଡ୍ରେନ୍‌ ସମେତ ଅଧିକାଂଶ ଡ୍ରେନ୍‌ର ଦାୟିତ୍ୱ ବିଏମ୍‌ସି ନେଇଛି। ଡ୍ରେନ୍‌ ସମ୍ପ୍ରସାରଣ ଓ ଉନ୍ନୟ କାର୍ଯ୍ୟକୁ ପର୍ଯ୍ୟାୟକ୍ରମେ ସାରିବାକୁ ବିଏମ୍‌ସି ଲକ୍ଷ୍ୟ ରଖି କାମ ଜାରି ରଖିଛି। ପ୍ରାଥମିକ ଭାବେ ସମ୍ବେଦନଶୀଳ ଅଞ୍ଚଳ ଦେଇ ଯାଇଥିବା ମୁଖ୍ୟ ଓ ଆଭ୍ୟନ୍ତରୀଣ ଡ୍ରେନ୍‌ ପାଇଁ ଆବଶ୍ୟକ ପ୍ରାୟ ୪ ଏକର ଘରୋଇ ଜମି ଚିହ୍ନଟ ଓ ଅଧିଗ୍ରହଣ ସରୁ ନ ଥିବାରୁ ସେସବୁ ଅର୍ଦ୍ଧନିର୍ମିତ ଅବସ୍ଥାରେ ବର୍ଷବର୍ଷ ଧରି ପଡି ରହିଛି। ଏପଟେ ଡ୍ରେନ୍‌ ତଥା ଚିହ୍ନଟ ଜମି ଜବରଦଖଲରେ ଥିଲେ ମଧ୍ୟ ବିଏମ୍‌ସି ସେସବୁ ସମସ୍ୟାର ସମାଧାନ ନ କରି ଡ୍ରେନ୍‌ଗୁଡ଼ିକୁ ବିପଜ୍ଜନକ ଭାବେ ଛାଡ଼ି ଦେଇଛି।

କାମକୁ ନେଇ ମୁହଁ ଖୋଲୁନାହାନ୍ତି ଅଧିକାରୀ

ଡ୍ରେନ୍‌ଗୁଡ଼ିକର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୯ରେ ୧୦୦୦ କୋଟିର ପ୍ୟାକେଜ୍‌ ଘୋଷଣା କରିଥିଲେ, ଯାହାକୁ ତ୍ୱରାନ୍ବିତ କରିବାକୁ ତତ୍କାଳୀନ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ନିର୍ଦ୍ଦେଶ ଦେଇଥିଲେ। ୨୦୧୯ରୁ ୨୦୨୦ ଭିତରେ ଏଥିରୁ ୧୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବିଏମ୍‌ସି ସୂଚନା ଦେଇଥିଲା। ଏହାବାଦ୍‌ ଡ୍ରେନ୍‌ ଭିତ୍ତିଭୂମିର ସୁଧାର ଆଣିବା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇଛି ସେ ନେଇ କୌଣସି କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି। ସେହିପରି ନୂଆ ଡ୍ରେନ୍‌ ନିର୍ମାଣ ପାଇଁ ଚଳିତବର୍ଷ ଅର୍ଥାତ୍‌ ଗତ ଫେବୃୟାରୀରେ ପ୍ରାୟ ୨୩୦ ଟେଣ୍ଡର ଡକାଯାଇଥିବାବେଳେ ୧୫୦ରୁ ଊର୍ଦ୍ଧ୍ୱ ଆଭ୍ୟନ୍ତରୀଣ ଡ୍ରେନ୍‌ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ ମାର୍ଚ୍ଚ ସୁଦ୍ଧା ୬୬ କି.ମି.ର ମୁଖ୍ୟ ଡ୍ରେନ୍‌ ଓ ୫୦୦ କିମିରୁ ଊର୍ଦ୍ଧ୍ୱ ଆଭ୍ୟନ୍ତରୀଣ ଡ୍ରେନ୍‌ଗୁଡ଼ିକ ପାଇଁ ବକେୟା କାମ ଟେଣ୍ଡର ଆରମ୍ଭ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲେ ବି ତାହା ଏପର୍ଯ୍ୟନ୍ତ ହୋଇପାରିନାହିଁ। ଅନ୍ୟପକ୍ଷରେ ୬୭ ୱାର୍ଡରୁ ୫୭ ୱାର୍ଡରେ ଥିବା ଆଭ୍ୟନ୍ତରୀଣ ଡ୍ରେନ୍‌ର ସଫେଇ ଠିକା ସଂସ୍ଥା ଠିକ୍‌ ଭାବେ କରୁ ନ ଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ।

ବଜେଟ ବୃଦ୍ଧି ସତ୍ତ୍ୱେ ବିଫଳତା କାହିଁକି

ପୂର୍ବାପେକ୍ଷା ଭୁବନେଶ୍ୱର ମହାନଗର ନିଗମର ବାର୍ଷିକ ବଜେଟ ବହୁ ଗୁଣରେ ବୃଦ୍ଧି ପାଇଛି। ପୌର କାର୍ଯ୍ୟାଳୟ ଓ ପରିଚାଳନାର ମଧ୍ୟ ରୂପାନ୍ତରଣ ଘଟିଛି। ବିଏମ୍‌ସିର ବାର୍ଷିକ ବଜେଟ ପରିମାଣ ୨୦୧୮-୧୯ ବର୍ଷରେ ପ୍ରାୟ ୪୬୦ କୋଟି ଟଙ୍କା ରହିଥିବାବେଳେ ୨୦୧୫-୧୬ ବର୍ଷ ଏହି ପରିମାଣ ଥିଲା ପ୍ରାୟ ୫୦୦ କୋଟି ଟଙ୍କା। ମଝି ବର୍ଷଗୁଡ଼ିକରେ ହାରାହାରି ବଜେଟ ପରିମାଣ ପ୍ରାୟ ୪୦୦ କୋଟି ଟଙ୍କା ରହିଥିଲା। ୱାର୍ଡ ପିଛା ହିସାବ କଲେ ବଜେଟ ପରିମାଣ ହାରାହାରି ୭-୮ କୋଟି ଟଙ୍କା। ତେବେ ବର୍ଷକୁ ଏତେ ଟଙ୍କାର ବଜେଟ ଥିବାବେଳେ ବିଏମ୍‌ସି ଲୋକଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ ହେଉଛି କାହିଁକି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ତେବେ ଏନେଇ ବିଏମ୍‌ସି ଡ୍ରେନେଜ ବିଭାଗର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ଗୌତମ ଦାଶଙ୍କୁ ଫୋନ୍‌ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ରିସିଭ୍‌ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri