ବିସ୍ମୟ ପଦାର୍ଥ ଗ୍ରାଫିନ୍‌

”ଗ୍ରାଫିନ୍‌ ଦୁନିଆର ସବୁଠାରୁ ପତଳା ପଦାର୍ଥ। ଏହା ଏତେ ପତଳା ଯେ, ଯଦି ୩ ଲକ୍ଷ ଗ୍ରାଫିନ୍‌ ଚଦରକୁ ଗୋଟିକ ଉପରେ ଗୋଟିଏ ରଖାଯାଏ ତେବେ ସମୁଦାୟ ଥାକର ମୋଟେଇ ମାତ୍ର ଏକ ମିଲିମିଟର ହେବ। ଏହା ତାପ ଓ ବିଦ୍ୟୁତ ପରିବହନ କ୍ଷେତ୍ରରେ ତମ୍ବାଠାରୁ ୧ ଲକ୍ଷ ଗୁଣ ଅଧିକ ଦକ୍ଷ। କେବଳ ସେତିକି ନୁହେଁ, ଏହା ମଧ୍ୟ ହୀରାଠାରୁ ଅଧିକ ଟାଣ ଓ ଇସ୍ପାତଠାରୁ ୨୦୦ ଗୁଣ ଶକ୍ତ। ଏହା ମଧ୍ୟ ଦେଇ ଜଳ ଏକ ଜାଲି ଭଳି ଗୋଟିଏ ପଟରୁ ଅନ୍ୟ ପଟକୁ ସହଜରେ ପ୍ରବେଶ କରିଯାଉଥିଲେ ସୁଦ୍ଧା ଅନ୍ୟ ପଦାର୍ଥ ଅତିକ୍ରମ କରି ଯାଇପାରେ ନାହିଁ।“

ମନେ କରନ୍ତୁ ଆମ ପାଖରେ ଏପରି ଏକ ସ୍ମାର୍ଟ ଫୋନ୍‌ ଅଛି ଯାହାକୁ ଆମେ କାଗଜ ଭଳି ମୋଡି ପ୍ୟାଣ୍ଟ ପକେଟରେ ସହଜରେ ଭର୍ତ୍ତି କରିପାରିବା। ଆଉ ଆମ ପାଖରେ ଏପରି ଏକ ବ୍ୟାଟେରି ଅଛି ଯାହାଦ୍ୱାରା ଆମ ସ୍ମାର୍ଟ ଫୋନ୍‌କୁ ମାତ୍ର ପାଞ୍ଚ ମିନିଟରେ ଚାର୍ଜ କରି ହେବ । ଆମେ ସମୁଦ୍ର ମଧ୍ୟସ୍ଥ କୌଣସି ଏକ ଦ୍ୱୀପରେ ରହିଯାଇଛେ ଓ ଶୋଷରେ ତଣ୍ଟି ଶୁଖିଯାଉଛି: ଯଦି ଆମ ପାଖରେ ଏପରି ଏକ ପାଣିଛଣା ଯନ୍ତ୍ର ଅଛି ଯାହା ସଙ୍ଗେସଙ୍ଗେ ସମୁଦ୍ରର ଲୁଣପାଣିକୁ ଛାଣି ମଧୁର ଜଳରେ ପରିଣତ କରି ପାରିବ। ପୁଣି ମଧ୍ୟ ଯଦି ଆମ ପାଖରେ ଏପରି ଏକ ନିଶୁଣି ଥାନ୍ତା ଯେଉଁଥିରେ ଚଢି ଆମେ ଅନ୍ତରୀକ୍ଷକୁ ଯାତ୍ରା କରିପାରନ୍ତେ। ଏହା ସମ୍ଭବ ହେଉଥିଲେ ବାସ୍ତବ ଦୁନିଆରେ କେତେ ମଜା ହୁଅନ୍ତା ସତରେ! ଅତୀତରେ ଯାହା ଥିଲା କବିର କଳ୍ପନା, ତାହା ଏବେ ଏକ ନୂତନ ପଦାର୍ଥର ଆବିଷ୍କାର ଦ୍ୱାରା ସମ୍ଭବ ହେବାକୁ ଯାଉଛି। ଏହି ବିସ୍ମୟ ପଦାର୍ଥର ନାମ ଗ୍ରାଫିନ୍‌। ହୀରାଠାରୁ ଟାଣ ତଥା ଇସ୍ପାତଠାରୁ ଯଥେଷ୍ଟ ମଜଭୁତ ଏବଂ ଗଠନରେ ଅତି ପତଳା ଗ୍ରାଫିନ୍‌ ହେଉଛି ଏକ ଚମତ୍କାର ପଦାର୍ଥ ଯାହା ଆଗାମୀ ଦିନରେ ବୈଜ୍ଞାନିକ ଅନୁସନ୍ଧାନ ତଥା ଆମର ଦୈନିକ ଜୀବନରେ ଏକ ବଡ଼ ବିପ୍ଳବ ଆଣିବାକୁ ଯାଉଛି।
ଗଠନ
ଗ୍ରାଫିନ୍‌ ପ୍ରକୃତରେ ହୀରା ଓ ଗ୍ରାଫାଇଟ୍‌ ଭଳି କାର୍ବନର ଏକ ରୂପଭେଦ। ଏହା ଗ୍ରାଫାଇଟ୍‌ରୁ ନିର୍ମିତ କାର୍ବନ୍‌ ପରମାଣୁରେ ଗଢ଼ା କେବଳ ଗୋଟିଏ ମାତ୍ର ସ୍ତର। ଅତି ପତଳା ହେଲେ ସୁଦ୍ଧା ଆମେ ଏହାକୁ ଦେଖି ପାରିବା ଏବଂ ହାତରେ ଧରି ପାରିବା। ଏହା ଦୁନିଆର କେବଳ ଗୋଟିଏ ମାତ୍ର ଦ୍ୱିମାତ୍ରୀୟ (Two dimensional) ପଦାର୍ଥ। ଏହା କେବଳ ଗୋଟିଏ ପରମାଣୁ ମୋଟେଇର ଏକ ପତଳା ପଦାର୍ଥ, ଯେଉଁଥିରେ କାର୍ବନ୍‌ ପରମାଣୁସବୁ ପରସ୍ପର ସହିତ ଏକ ଷଡ଼କୋଣୀୟ ସଂରଚନାରେ ସଂଯୋଜିତ ହୋଇଥାନ୍ତି। ପ୍ରତି କାର୍ବନ୍‌ ପରମାଣୁର ସମୁଦାୟ ଚାରୋଟି ସଂଯୋଜୀ ଇଲେକ୍ଟ୍ରନ୍‌ ରହିଥାନ୍ତି। ସେଥିମଧ୍ୟରୁ ତିନୋଟି ଇଲେକ୍ଟ୍ରନ୍‌ ଚତୁପାର୍ଶ୍ୱସ୍ଥ ଅନ୍ୟ ତିନୋଟି କାର୍ବନ୍‌ ପରମାଣୁ ସହିତ ସହସଂଯୋଜୀ ରାସାୟାନିକ ବନ୍ଧ ଗଠନରେ ନିୟୋଜିତ ହେଉଥିଲାବେଳେ ଅନ୍ୟ ଗୋଟିଏ ଇଲେକ୍ଟ୍ରନ୍‌ ମୁକ୍ତ ଅବସ୍ଥାରେ ରହିଥାଏ, ଯାହା ବିଦ୍ୟୁତ ପରିବହନ କରିବାରେ ସହାୟକ ହୋଇଥାଏ।
ବିଚିତ୍ର ଗୁଣାବଳୀ
ଗ୍ରାଫିନ୍‌ ଦୁନିଆର ସବୁଠାରୁ ପତଳା ପଦାର୍ଥ। ଏହା ଏତେ ପତଳା ଯେ, ଯଦି ୩ ଲକ୍ଷ ଗ୍ରାଫିନ୍‌ ଚଦରକୁ ଗୋଟିକ ଉପରେ ଗୋଟିଏ ରଖାଯାଏ ତେବେ ସମୁଦାୟ ଥାକର ମୋଟେଇ ମାତ୍ର ଏକ ମିଲିମିଟର ହେବ। ଏହା ତାପ ଓ ବିଦ୍ୟୁତ ପରିବହନ କ୍ଷେତ୍ରରେ ତମ୍ବାଠାରୁ ୧ ଲକ୍ଷ ଗୁଣ ଅଧିକ ଦକ୍ଷ। କେବଳ ସେତିକି ନୁହେଁ, ଏହା ମଧ୍ୟ ହୀରାଠାରୁ ଅଧିକ ଟାଣ ଓ ଇସ୍ପାତଠାରୁ ୨୦୦ ଗୁଣ ଶକ୍ତ। ଏହା ମଧ୍ୟ ଦେଇ ଜଳ ଏକ ଜାଲି ଭଳି ଗୋଟିଏ ପଟରୁ ଅନ୍ୟ ପଟକୁ ସହଜରେ ପ୍ରବେଶ କରିଯାଉଥିଲେ ସୁଦ୍ଧା ଅନ୍ୟ ପଦାର୍ଥ ଅତିକ୍ରମ କରିଯାଇପାରେ ନାହିଁ। ସୁତରାଂ ଏହି ପଦାର୍ଥକୁ ଅଗାମୀ ଦିନରେ ପାଣି ଛାଣିବା ଯନ୍ତ୍ରରେ ପର୍ଦ୍ଦା ରୂପେ ବ୍ୟବହାର କରାଯିବାର ବିପୁଳ ସମ୍ଭାବନା ରହିଛି। ଏହା ମଧ୍ୟ ଅତି ନରମ ଏବଂ ଏହାର ଚାଦରକୁ ଅତି ସହଜରେ ମୋଡା ଯାଇପାରେ। ଏହାର ବ୍ୟବହାର ଦ୍ୱାରା ଆମେ ଆଗାମୀ ଦିନରେ କାଗଜ ଭଳି ମୋଡି ହୋଇ ପାରୁଥିବା ମୋବାଇଲ ଫୋନ୍‌, କମ୍ପ୍ୟୁଟର ଟାବ୍ଲେଟ୍‌, ଲାପଟପ୍‌ ଇତ୍ୟାଦି ଉପକରଣ ଦେଖିବାକୁ ପାଇବା। ବିଦ୍ୟୁତ ଓ ତାପର ସୁପରିବାହୀ ହେତୁ ଏହାକୁ ବୈଦ୍ୟୁତିକ ଯନ୍ତ୍ରାବଳିରେ ପ୍ରୟୋଗ କରାଯିବାର ବିପୁଳ ସମ୍ଭାବନ ରହିଛି। ଏହାର ପ୍ରୟୋଗ ଦ୍ୱାରା ଏପରି ବ୍ୟାଟେରି ବିକଶିତ ହୋଇପାରିବ ଯାହା ଅତି କମ୍‌ ସମୟ ମଧ୍ୟରେ ଆମ ସ୍ମାର୍ଟ୍‌ ଫୋନ୍‌କୁ ଚାର୍ଜ କରିପାରିବ। ଏହାଦ୍ୱାରା ଏହି ସବୁ ଉପକରଣର ରକ୍ଷଣାବେକ୍ଷଣ ସହଜ ହେବା ସାଙ୍ଗକୁ ଏସବୁର ଗୁଣବତ୍ତା ଓ କାର୍ଯ୍ୟଦକ୍ଷତା ବହୁଗୁଣରେ ବୃଦ୍ଧି ପାଇବ। ଏହାକୁ ମଧ୍ୟ ବ୍ୟବହାର କରି ସୌର ରଶ୍ମିକୁ ଅବଶୋଷଣ ପୂର୍ବକ ସୌର ପ୍ୟାନେଲ ସଦୃଶ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିହେବ। ଏହା ଅତି ହାଲୁକା ହୋଇଥିବାରୁ ଏହାକୁ ବ୍ୟବହାର କରି ସୁଉଚ୍ଚ ନିଶୁଣି ନିର୍ମାଣ କରିହେବ, ଯାହା ସାହାଯ୍ୟରେ ଆମେ ଅନ୍ତରୀକ୍ଷକୁ ଯାତ୍ରା କରିପାରିବା। ଏହାର ବ୍ୟବହାର ଦ୍ୱାରା ମଧ୍ୟ ଅତି ହାଲୁକା ବିମାନ କିମ୍ବା ଅନ୍ତରୀକ୍ଷ ଯାନ ନିର୍ମାଣ କରିହେବ।
ଆବିଷ୍କାର
ଗ୍ରାଫିନ୍‌ର ଅସ୍ତିତ୍ୱ ବହୁ ପୂର୍ବରୁ ଜଣାଥିଲେ ସୁଦ୍ଧା ଏହାକୁ ସର୍ବପ୍ରଥମେ ଇଂଲଣ୍ଡର ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟର ଦୁଇ ଜଣ ବୈଜ୍ଞାନିକ ଆଣ୍ଡ୍ରେ ଜିମ୍‌ ଓ କନ୍‌ଷ୍ଟାଣ୍ଟିନ୍‌ ନୋଭୋସେଲୋଭ୍‌( Andre Geim and Konstantin Novoselov) ୨୦୦୪ ଖ୍ରୀଷ୍ଟାବ୍ଦରେ ଆବିଷ୍କାର କରିଥିଲେ। ସେମାନେ ଏକ ସାଧାରଣ ଅଠାଫିତା ବ୍ୟବହାର କରି ଗ୍ରାଫାଇଟ୍‌ ଖଣ୍ଡରୁ ଗୋଟିକପରେ ଗୋଟିଏ ସ୍ତର ଟାଣି ଗ୍ରାଫିନ୍‌କୁ ପୃଥକୀକରଣ କରିଥିଲେ। ଏହି ପଦ୍ଧତିକୁ ସାଧାରଣତଃ ସ୍କଚ୍‌ ଟେପ୍‌ (Scotch Tape) ପଦ୍ଧତି କୁହାଯାଏ। ଏହି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର ପାଇଁ ପରବର୍ତ୍ତୀ ୨୦୧୦ ଖ୍ରୀଷ୍ଟାବ୍ଦରେ ଏହି ଦୁଇ ଜଣ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ପରଠାରୁ ଅତି ଉଚ୍ଚମାନର ଗ୍ରାଫିନକୁ ସହଜରେ ପ୍ରସ୍ତୁତ କରିହେଲା।
ମାତ୍ର ଅବସୋସର ବିଷୟ ଯେ, ଗ୍ରାଫିନ୍‌ ଆବିଷ୍କାରର ପ୍ରାୟ ୧୮ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଆମ ଦୈନନ୍ଦିନ ଜୀବନରେ ଏହା ବହୁଳ ରୂପେ ପ୍ରବେଶ କରିପାରି ନାହିଁ। ଏହାର କାରଣ ହେଉଛି, ଗ୍ରାଫିନ୍‌ର ଉତ୍ପାଦନ ଏବେ କେବଳ ଅତି ସ୍ବଳ୍ପ ପରିମାଣରେ ଗବେଷଣାଗାର ମଧ୍ୟରେ ସୀମିତ ଅଛି; ଏହାକୁ ଶିଳ୍ପ କ୍ଷେତ୍ରରେ ଆମର ଆବଶ୍ୟକ ମୁତାବକ ବହୁଳ ଉତ୍ପାଦନ କରିବା ସମ୍ଭବ ହୋଇନାହିଁ। ତେବେ ଆଗାମୀ ଦିନରେ ବିଜ୍ଞାନ ଓ ପ୍ରଯୁକ୍ତିର ଉନ୍ନତି ଦ୍ୱାରା ଆମେ ଯେ ଆମ ଦୈନନ୍ଦିନ ଜୀବନରେ ଏହି ବିସ୍ମୟ ପଦାର୍ଥ ଗ୍ରାଫିନ୍‌ର ବହୁଳ ବ୍ୟବହାର ଦେଖିବାକୁ ପାଇବା, ଏଥିରେ ସନ୍ଦେହ ନାହିଁ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

ଦ୍ରୁତ ଶତକ ହାସଲ କରିଥିବା ଅଭିଷେକ ଶର୍ମାଙ୍କ ଭାଇରାଲ ସେଲିବ୍ରଶନର ଅସଲ କାରଣ ଆସିଲା ସାମ୍ନାକୁ, ବ୍ୟାଟର ନିଜେ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତୀୟ T20 ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଗୁରୁବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ T20 ମ୍ୟାଚରେ ଦମଦାର…

୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

ବହୁ ଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ହରିଦ୍ୱାର,୧୮।୯: ନିଠାରି ମାମଲାର ଅଭିଯୁକ୍ତ ସୁରେନ୍ଦ୍ର କୋଲି (ମୂଳତଃ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର/ନୋଏଡା ନିବାସୀ) ହରିଦ୍ୱାରରେ ଝୁଲନ୍ତା ଅବସ୍ଥାରେ ମିଳିଛନ୍ତି। ଖବର ଅନୁଯାୟୀ, ଏହି…

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, ବର୍ତ୍ତମାନ ରଖିଲାଣି ବଡ଼ ସର୍ତ୍ତ

ଢାକା,୧୮।୯: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ପ୍ରଶାସନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ନେଇ ଧମକପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?