ବିସ୍ମୟ ପଦାର୍ଥ ଗ୍ରାଫିନ୍‌

”ଗ୍ରାଫିନ୍‌ ଦୁନିଆର ସବୁଠାରୁ ପତଳା ପଦାର୍ଥ। ଏହା ଏତେ ପତଳା ଯେ, ଯଦି ୩ ଲକ୍ଷ ଗ୍ରାଫିନ୍‌ ଚଦରକୁ ଗୋଟିକ ଉପରେ ଗୋଟିଏ ରଖାଯାଏ ତେବେ ସମୁଦାୟ ଥାକର ମୋଟେଇ ମାତ୍ର ଏକ ମିଲିମିଟର ହେବ। ଏହା ତାପ ଓ ବିଦ୍ୟୁତ ପରିବହନ କ୍ଷେତ୍ରରେ ତମ୍ବାଠାରୁ ୧ ଲକ୍ଷ ଗୁଣ ଅଧିକ ଦକ୍ଷ। କେବଳ ସେତିକି ନୁହେଁ, ଏହା ମଧ୍ୟ ହୀରାଠାରୁ ଅଧିକ ଟାଣ ଓ ଇସ୍ପାତଠାରୁ ୨୦୦ ଗୁଣ ଶକ୍ତ। ଏହା ମଧ୍ୟ ଦେଇ ଜଳ ଏକ ଜାଲି ଭଳି ଗୋଟିଏ ପଟରୁ ଅନ୍ୟ ପଟକୁ ସହଜରେ ପ୍ରବେଶ କରିଯାଉଥିଲେ ସୁଦ୍ଧା ଅନ୍ୟ ପଦାର୍ଥ ଅତିକ୍ରମ କରି ଯାଇପାରେ ନାହିଁ।“

ମନେ କରନ୍ତୁ ଆମ ପାଖରେ ଏପରି ଏକ ସ୍ମାର୍ଟ ଫୋନ୍‌ ଅଛି ଯାହାକୁ ଆମେ କାଗଜ ଭଳି ମୋଡି ପ୍ୟାଣ୍ଟ ପକେଟରେ ସହଜରେ ଭର୍ତ୍ତି କରିପାରିବା। ଆଉ ଆମ ପାଖରେ ଏପରି ଏକ ବ୍ୟାଟେରି ଅଛି ଯାହାଦ୍ୱାରା ଆମ ସ୍ମାର୍ଟ ଫୋନ୍‌କୁ ମାତ୍ର ପାଞ୍ଚ ମିନିଟରେ ଚାର୍ଜ କରି ହେବ । ଆମେ ସମୁଦ୍ର ମଧ୍ୟସ୍ଥ କୌଣସି ଏକ ଦ୍ୱୀପରେ ରହିଯାଇଛେ ଓ ଶୋଷରେ ତଣ୍ଟି ଶୁଖିଯାଉଛି: ଯଦି ଆମ ପାଖରେ ଏପରି ଏକ ପାଣିଛଣା ଯନ୍ତ୍ର ଅଛି ଯାହା ସଙ୍ଗେସଙ୍ଗେ ସମୁଦ୍ରର ଲୁଣପାଣିକୁ ଛାଣି ମଧୁର ଜଳରେ ପରିଣତ କରି ପାରିବ। ପୁଣି ମଧ୍ୟ ଯଦି ଆମ ପାଖରେ ଏପରି ଏକ ନିଶୁଣି ଥାନ୍ତା ଯେଉଁଥିରେ ଚଢି ଆମେ ଅନ୍ତରୀକ୍ଷକୁ ଯାତ୍ରା କରିପାରନ୍ତେ। ଏହା ସମ୍ଭବ ହେଉଥିଲେ ବାସ୍ତବ ଦୁନିଆରେ କେତେ ମଜା ହୁଅନ୍ତା ସତରେ! ଅତୀତରେ ଯାହା ଥିଲା କବିର କଳ୍ପନା, ତାହା ଏବେ ଏକ ନୂତନ ପଦାର୍ଥର ଆବିଷ୍କାର ଦ୍ୱାରା ସମ୍ଭବ ହେବାକୁ ଯାଉଛି। ଏହି ବିସ୍ମୟ ପଦାର୍ଥର ନାମ ଗ୍ରାଫିନ୍‌। ହୀରାଠାରୁ ଟାଣ ତଥା ଇସ୍ପାତଠାରୁ ଯଥେଷ୍ଟ ମଜଭୁତ ଏବଂ ଗଠନରେ ଅତି ପତଳା ଗ୍ରାଫିନ୍‌ ହେଉଛି ଏକ ଚମତ୍କାର ପଦାର୍ଥ ଯାହା ଆଗାମୀ ଦିନରେ ବୈଜ୍ଞାନିକ ଅନୁସନ୍ଧାନ ତଥା ଆମର ଦୈନିକ ଜୀବନରେ ଏକ ବଡ଼ ବିପ୍ଳବ ଆଣିବାକୁ ଯାଉଛି।
ଗଠନ
ଗ୍ରାଫିନ୍‌ ପ୍ରକୃତରେ ହୀରା ଓ ଗ୍ରାଫାଇଟ୍‌ ଭଳି କାର୍ବନର ଏକ ରୂପଭେଦ। ଏହା ଗ୍ରାଫାଇଟ୍‌ରୁ ନିର୍ମିତ କାର୍ବନ୍‌ ପରମାଣୁରେ ଗଢ଼ା କେବଳ ଗୋଟିଏ ମାତ୍ର ସ୍ତର। ଅତି ପତଳା ହେଲେ ସୁଦ୍ଧା ଆମେ ଏହାକୁ ଦେଖି ପାରିବା ଏବଂ ହାତରେ ଧରି ପାରିବା। ଏହା ଦୁନିଆର କେବଳ ଗୋଟିଏ ମାତ୍ର ଦ୍ୱିମାତ୍ରୀୟ (Two dimensional) ପଦାର୍ଥ। ଏହା କେବଳ ଗୋଟିଏ ପରମାଣୁ ମୋଟେଇର ଏକ ପତଳା ପଦାର୍ଥ, ଯେଉଁଥିରେ କାର୍ବନ୍‌ ପରମାଣୁସବୁ ପରସ୍ପର ସହିତ ଏକ ଷଡ଼କୋଣୀୟ ସଂରଚନାରେ ସଂଯୋଜିତ ହୋଇଥାନ୍ତି। ପ୍ରତି କାର୍ବନ୍‌ ପରମାଣୁର ସମୁଦାୟ ଚାରୋଟି ସଂଯୋଜୀ ଇଲେକ୍ଟ୍ରନ୍‌ ରହିଥାନ୍ତି। ସେଥିମଧ୍ୟରୁ ତିନୋଟି ଇଲେକ୍ଟ୍ରନ୍‌ ଚତୁପାର୍ଶ୍ୱସ୍ଥ ଅନ୍ୟ ତିନୋଟି କାର୍ବନ୍‌ ପରମାଣୁ ସହିତ ସହସଂଯୋଜୀ ରାସାୟାନିକ ବନ୍ଧ ଗଠନରେ ନିୟୋଜିତ ହେଉଥିଲାବେଳେ ଅନ୍ୟ ଗୋଟିଏ ଇଲେକ୍ଟ୍ରନ୍‌ ମୁକ୍ତ ଅବସ୍ଥାରେ ରହିଥାଏ, ଯାହା ବିଦ୍ୟୁତ ପରିବହନ କରିବାରେ ସହାୟକ ହୋଇଥାଏ।
ବିଚିତ୍ର ଗୁଣାବଳୀ
ଗ୍ରାଫିନ୍‌ ଦୁନିଆର ସବୁଠାରୁ ପତଳା ପଦାର୍ଥ। ଏହା ଏତେ ପତଳା ଯେ, ଯଦି ୩ ଲକ୍ଷ ଗ୍ରାଫିନ୍‌ ଚଦରକୁ ଗୋଟିକ ଉପରେ ଗୋଟିଏ ରଖାଯାଏ ତେବେ ସମୁଦାୟ ଥାକର ମୋଟେଇ ମାତ୍ର ଏକ ମିଲିମିଟର ହେବ। ଏହା ତାପ ଓ ବିଦ୍ୟୁତ ପରିବହନ କ୍ଷେତ୍ରରେ ତମ୍ବାଠାରୁ ୧ ଲକ୍ଷ ଗୁଣ ଅଧିକ ଦକ୍ଷ। କେବଳ ସେତିକି ନୁହେଁ, ଏହା ମଧ୍ୟ ହୀରାଠାରୁ ଅଧିକ ଟାଣ ଓ ଇସ୍ପାତଠାରୁ ୨୦୦ ଗୁଣ ଶକ୍ତ। ଏହା ମଧ୍ୟ ଦେଇ ଜଳ ଏକ ଜାଲି ଭଳି ଗୋଟିଏ ପଟରୁ ଅନ୍ୟ ପଟକୁ ସହଜରେ ପ୍ରବେଶ କରିଯାଉଥିଲେ ସୁଦ୍ଧା ଅନ୍ୟ ପଦାର୍ଥ ଅତିକ୍ରମ କରିଯାଇପାରେ ନାହିଁ। ସୁତରାଂ ଏହି ପଦାର୍ଥକୁ ଅଗାମୀ ଦିନରେ ପାଣି ଛାଣିବା ଯନ୍ତ୍ରରେ ପର୍ଦ୍ଦା ରୂପେ ବ୍ୟବହାର କରାଯିବାର ବିପୁଳ ସମ୍ଭାବନା ରହିଛି। ଏହା ମଧ୍ୟ ଅତି ନରମ ଏବଂ ଏହାର ଚାଦରକୁ ଅତି ସହଜରେ ମୋଡା ଯାଇପାରେ। ଏହାର ବ୍ୟବହାର ଦ୍ୱାରା ଆମେ ଆଗାମୀ ଦିନରେ କାଗଜ ଭଳି ମୋଡି ହୋଇ ପାରୁଥିବା ମୋବାଇଲ ଫୋନ୍‌, କମ୍ପ୍ୟୁଟର ଟାବ୍ଲେଟ୍‌, ଲାପଟପ୍‌ ଇତ୍ୟାଦି ଉପକରଣ ଦେଖିବାକୁ ପାଇବା। ବିଦ୍ୟୁତ ଓ ତାପର ସୁପରିବାହୀ ହେତୁ ଏହାକୁ ବୈଦ୍ୟୁତିକ ଯନ୍ତ୍ରାବଳିରେ ପ୍ରୟୋଗ କରାଯିବାର ବିପୁଳ ସମ୍ଭାବନ ରହିଛି। ଏହାର ପ୍ରୟୋଗ ଦ୍ୱାରା ଏପରି ବ୍ୟାଟେରି ବିକଶିତ ହୋଇପାରିବ ଯାହା ଅତି କମ୍‌ ସମୟ ମଧ୍ୟରେ ଆମ ସ୍ମାର୍ଟ୍‌ ଫୋନ୍‌କୁ ଚାର୍ଜ କରିପାରିବ। ଏହାଦ୍ୱାରା ଏହି ସବୁ ଉପକରଣର ରକ୍ଷଣାବେକ୍ଷଣ ସହଜ ହେବା ସାଙ୍ଗକୁ ଏସବୁର ଗୁଣବତ୍ତା ଓ କାର୍ଯ୍ୟଦକ୍ଷତା ବହୁଗୁଣରେ ବୃଦ୍ଧି ପାଇବ। ଏହାକୁ ମଧ୍ୟ ବ୍ୟବହାର କରି ସୌର ରଶ୍ମିକୁ ଅବଶୋଷଣ ପୂର୍ବକ ସୌର ପ୍ୟାନେଲ ସଦୃଶ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିହେବ। ଏହା ଅତି ହାଲୁକା ହୋଇଥିବାରୁ ଏହାକୁ ବ୍ୟବହାର କରି ସୁଉଚ୍ଚ ନିଶୁଣି ନିର୍ମାଣ କରିହେବ, ଯାହା ସାହାଯ୍ୟରେ ଆମେ ଅନ୍ତରୀକ୍ଷକୁ ଯାତ୍ରା କରିପାରିବା। ଏହାର ବ୍ୟବହାର ଦ୍ୱାରା ମଧ୍ୟ ଅତି ହାଲୁକା ବିମାନ କିମ୍ବା ଅନ୍ତରୀକ୍ଷ ଯାନ ନିର୍ମାଣ କରିହେବ।
ଆବିଷ୍କାର
ଗ୍ରାଫିନ୍‌ର ଅସ୍ତିତ୍ୱ ବହୁ ପୂର୍ବରୁ ଜଣାଥିଲେ ସୁଦ୍ଧା ଏହାକୁ ସର୍ବପ୍ରଥମେ ଇଂଲଣ୍ଡର ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟର ଦୁଇ ଜଣ ବୈଜ୍ଞାନିକ ଆଣ୍ଡ୍ରେ ଜିମ୍‌ ଓ କନ୍‌ଷ୍ଟାଣ୍ଟିନ୍‌ ନୋଭୋସେଲୋଭ୍‌( Andre Geim and Konstantin Novoselov) ୨୦୦୪ ଖ୍ରୀଷ୍ଟାବ୍ଦରେ ଆବିଷ୍କାର କରିଥିଲେ। ସେମାନେ ଏକ ସାଧାରଣ ଅଠାଫିତା ବ୍ୟବହାର କରି ଗ୍ରାଫାଇଟ୍‌ ଖଣ୍ଡରୁ ଗୋଟିକପରେ ଗୋଟିଏ ସ୍ତର ଟାଣି ଗ୍ରାଫିନ୍‌କୁ ପୃଥକୀକରଣ କରିଥିଲେ। ଏହି ପଦ୍ଧତିକୁ ସାଧାରଣତଃ ସ୍କଚ୍‌ ଟେପ୍‌ (Scotch Tape) ପଦ୍ଧତି କୁହାଯାଏ। ଏହି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର ପାଇଁ ପରବର୍ତ୍ତୀ ୨୦୧୦ ଖ୍ରୀଷ୍ଟାବ୍ଦରେ ଏହି ଦୁଇ ଜଣ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ପରଠାରୁ ଅତି ଉଚ୍ଚମାନର ଗ୍ରାଫିନକୁ ସହଜରେ ପ୍ରସ୍ତୁତ କରିହେଲା।
ମାତ୍ର ଅବସୋସର ବିଷୟ ଯେ, ଗ୍ରାଫିନ୍‌ ଆବିଷ୍କାରର ପ୍ରାୟ ୧୮ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଆମ ଦୈନନ୍ଦିନ ଜୀବନରେ ଏହା ବହୁଳ ରୂପେ ପ୍ରବେଶ କରିପାରି ନାହିଁ। ଏହାର କାରଣ ହେଉଛି, ଗ୍ରାଫିନ୍‌ର ଉତ୍ପାଦନ ଏବେ କେବଳ ଅତି ସ୍ବଳ୍ପ ପରିମାଣରେ ଗବେଷଣାଗାର ମଧ୍ୟରେ ସୀମିତ ଅଛି; ଏହାକୁ ଶିଳ୍ପ କ୍ଷେତ୍ରରେ ଆମର ଆବଶ୍ୟକ ମୁତାବକ ବହୁଳ ଉତ୍ପାଦନ କରିବା ସମ୍ଭବ ହୋଇନାହିଁ। ତେବେ ଆଗାମୀ ଦିନରେ ବିଜ୍ଞାନ ଓ ପ୍ରଯୁକ୍ତିର ଉନ୍ନତି ଦ୍ୱାରା ଆମେ ଯେ ଆମ ଦୈନନ୍ଦିନ ଜୀବନରେ ଏହି ବିସ୍ମୟ ପଦାର୍ଥ ଗ୍ରାଫିନ୍‌ର ବହୁଳ ବ୍ୟବହାର ଦେଖିବାକୁ ପାଇବା, ଏଥିରେ ସନ୍ଦେହ ନାହିଁ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri